ଆତ୍ମାର ମୁକ୍ତି
ଆତ୍ମାର ମୁକ୍ତି
ଶୁଭଙ୍କର ଚୌଧୁରୀ ନିଜ ସ୍ତ୍ରୀ ରିତା ଓ ଆଠ ବର୍ଷର ଝିଅ ତିତିଲିକୁ ଖୁବ୍ ଭଲ ପାନ୍ତି । ବିବାହର ଦଶବର୍ଷ ହୋଇଗଲାଣି । କର୍ମମୟ ଜୀବନରେ ବୁଡି ରହି ଶୁଭଙ୍କର ନିଜ ସ୍ତ୍ରୀ ଓ ପିଲାଙ୍କୁ ସମୟ ଦେଇ ପାରୁ ନଥିଲେ । ରିତା ନିଜର ଅଭିମାନକୁ ଅନେକ ଥର ଶୁଭଙ୍କର ଆଗରେ ପ୍ରଦର୍ଶିତ କରିଛନ୍ତି । ଆସନ୍ତା ମାସରେ ଝିଅର ଜନ୍ମଦିନ ଆସିବ । ତେଣୁ ଉପହାର ସରୂପ କିଣିଥିବା ନୂଆ ଘରକୁ ଭେଟି ଦେବାକୁ ଭାବିଥିଲେ ଶୁଭଙ୍କର । ନୂଆ ଘର ଦେଖି ଅଭିମାନି ସ୍ତ୍ରୀବି ବହୁତ ଆନନ୍ଦିତ ହେବେ ।
ପରିବାର ସଦସ୍ୟ ଅତ୍ୟନ୍ତ ଖୁସି ଥିଲେ ନୂଆ ଘରକୁ ଦେଖି । କିନ୍ତୁ ଘରଟି ନିଛାଟିଆ ଯାଗାରେ ଠିଆ ହୋଇଥିଲା । ରିତାଙ୍କର ଘରଟି ବେଶେ ମନକୁ ଗଲା କିନ୍ତୁ ଶୂନଶାନ ଯାଗା ପାଇଁ ଟିକେ ଥଙ୍ଗମଙ୍ଗ ହେଉଥିଲେ । ଶୁଭଙ୍କର କହିଥିଲେ ଯେ ଧୀରେ ଧୀରେ ଅଖାପାଖର ଏ ଯାଗା ସବୁ ବିକ୍ରି ହୋଇଯିବ । ଦିନ ଆସିବ ଏଠାରେ ବି ଗହଳି ଚହଲି ଲାଗିରହିବ ।
ଘରପ୍ରବେଶ ଆରମ୍ଭ ହେଲା, ରହିବା ପୂର୍ବରୁ ପୂଜା କରି ଘିଅଟିକେ ପୋଡିବା ପାଇଁ ଠିକି ହେଲା । ଶୁଭଙ୍କର ଯାଇ ବ୍ରାହ୍ମଣଙ୍କୁ ଠିକି କରିଦେଲେ । ଉକ୍ତ ପୂଜା ଦିନ ସକାଳୁ ଖବର ଆସିଲା, ଯେଉଁ ବ୍ରାହ୍ମଣ ପୂଜା କରିବା କଥା ବିଗତ ରାତ୍ରରେ ଖୁବ୍ ଆଶ୍ଚର୍ଯ୍ୟ ଭାବରେ ତାଙ୍କର ମୃତୁ ହୋଇସାରିଛି । ବାର ଦିନ ଭିତରେ କୌଣସି ବ୍ରାହ୍ମଣ ଆସି ପାରିବେନି । ରିତା କହୁଥିଲେ ଦୂରରୁ ବ୍ରାହ୍ମଣ ଡାକି ପୂଜା କରିବା ପାଇଁ, କିନ୍ତୁ ଶୁଭଙ୍କର ତାଙ୍କ କଥାକୁ ଟାଳି ଦେଇଥିଲେ । ମାତ୍ର ବାରଦିନର କଥା । ପାଖରେ ଥିବା ବ୍ରାହ୍ମଣ ଆସି ପୂଜା କରିଦେବେ । ସମସ୍ତେ ନୂଆ ଘରେ ପାଦ ଥାପିଲେ, ପୂଜା ହେବା ପୂର୍ବରୁ ।
ତିତିଲି ନିଜ ରୁମ ଦେଖି ବହୁତ ଖୁସି ଥିଲା । ସମସ୍ତ ଜିନିଷ କୁ ସଜାଡି ରଖିବା ଗୋଟେ ଦିନରେ ସମ୍ଭବ ନଥିଲା । ରାତ୍ରି ଖାଦ୍ୟ ଖାଇ ସମସ୍ତେ ଶୋଇବାକୁ ଚାଲିଗଲେ ।
ଦିନସାରା ର କ୍ଲାନ୍ତି, ଖଟରେ ପଡ଼ୁ ପଡ଼ୁ ସମସ୍ତେ ଶୋଇପଡିଲେ । ଠକି ଅଧରାତି ବେଳକୁ ବାହାରେ କୁକୁର ଗୁଡା ବହୁନୁ ଥାନ୍ତି । ରିତାଙ୍କ ନିଦ ଭାଙ୍ଗିଗଲା । ଶୋଇବା ପୂର୍ବରୁ ବୋଟଲ ରେ ପାଣି ଆଣିବାକୁ ଭୁଲି ଯାଇଥିଲେ । ଶୋଷ ଲାଗୁଥାଏ । ରିତା ପାଣି ପିଇବା ପାଇଁ କିଚେନକୁ ଗଲେ । ବୋଟଲ ଆଣିବାକୁ ଫ୍ରିଜି ଖୋଲିଦେଲେ । ମୋଡି ମାଡି ହୋଇ ମୁଣ୍ଡ ତଳକୁ କରି କିଏ ଗୋଟେ ଫ୍ରିଜ ଭିତରେ ବସିଥାଏ । ରିତା ଜୋରେ ଚିତ୍କାର କରି ଫ୍ରିଜକୁ ବନ୍ଦ କରି ତଳେ ପଡିଗଲେ । ଶୁଭଙ୍କର ସେ ଚିତ୍କାର ଶବ୍ଦରେ ଦୌଡି ଆସି ପହଂଚି ସାରିଥାନ୍ତି । ରିତାଙ୍କ ପାଟିରୁ କଥା ବାହାରୁ ନଥାଏ, ଫ୍ରିଜ ଆଡକୁ ଅଙ୍ଗୁଳି ନିର୍ଦ୍ଧେଶ କଲେ ।
ଶୁଭଙ୍କର ଧୀରେ ଧୀରେ ଯାଇ ଫ୍ରିଜ ଖୋଲି ଦେଖିଲେ କିନ୍ତୁ କିଛି ନଥିଲା । ରିତା ଯେତେବୁଝାଇ ବାକୁ ଚେଷ୍ଟା କଲେବି ଶୁଭଙ୍କର ପାଇଁ ଏସବୁ ମୂଲ୍ୟହୀନ ଥିଲା । ସେ ରିତାକୁ ଶୋଇବାକୁ କହି ନିଜେ ଶୋଇଗଲେ । ରିତା ଅଜଣା ଭୟରେ ନିଜ ମୁହଁକୁ ଢାଙ୍କି ଶୋଇପଡିଲେ ।
ସକାଳ ସମୟ, ରିତା ଚାହାକରି ଛାଣୁ ଥାନ୍ତି । ଶୁଭଙ୍କରଙ୍କୁ ଡାକ ଦେଲେ " ଶୁଭୁଛି....ଚାହା ଟା ଟିକେ ନେଇଯାଅ, ମୁଁ କ୍ଷୀର ଗରମ କରୁଛି । ଯାଇ ପାରିବିନି, ଥଣ୍ଡା ହୋଇଯିବ । "
ପଛରେ ଶୁଭଙ୍କର ଉପସ୍ଥିତିକୁ ଜାଣି ପାରି ଚାହା କପଟି ବଢ଼ାଇ ଦେଲେ, ହାତ ଦୁଇଟି ଚାହା କପ ଟିକୁ ନେଇ ଚାଲିଗଲା । ଦୁଇ/ ତିନି ମିନିଟ ପରେ ଶୁଭଙ୍କର ଆସି ଚାହା ମାଗିଲେ । ରିତା ବୁଲିପଡି କହିଲେ, " ଆରେ... ମଜା କରୁଛ ନାକଣ, ଏବେତ ଦେଲି, ପୁଣି କଣ ମାଗୁଛ " । ଶୁଭଙ୍କର ଆଶ୍ଚର୍ଯ୍ୟ ଦୁଷ୍ଟିରେ ଚାହିଁରହିଥାନ୍ତି । ଭାବୁଥାନ୍ତି ରିତାର କଣ ହୋଇଛି.... ଏପରି କଣ ବ୍ୟବହାର କରୁଛି । ରିତା ଭାବୁଥାଏ ଶୁଭଙ୍କର କିଛି ମଜା କରୁଛନ୍ତି । ତାପରେ ଚାହାକପ କୁ ଯେତେ ଖୋଜିଲେ କେଉଁଠି ନଥିଲା ।
ରାତିହେଲା, ସମସ୍ତେ ଶୋଇବାକୁ ଗଲେ । ରିତା ଆଜି ପାଣି ମନେକରି ଆଣି ପାଖରେ ରଖିଥାନ୍ତି । ରାତି ବଢିଲା ରିତା ଘୋଡେଇ ହେଇଥିବ କମଳ ଧୀରେ ଧୀରେ ଖସିବାକୁ ଲାଗିଲା, ରିତା ଯେତେ ଟାଣିକି ଘୋଡେଇ ହେଉଥାନ୍ତି ସେତେ ସେତେ ଖସିଯାଉ ଥାଏ । ରିତାଙ୍କ ଆଖି ଖୋଲିଗଲା ଛାତ ଉପରେ କି ବିକଟାଳ ବିକୃତ ଶରୀର ଭାସୁଥାଏ । ରିତା ଯେତେ ଜୋରେ ଡାକୁଥାନ୍ତି ଶୁଭଙ୍କର କୁ, ହେଲେ ପାଟିରୁ ପଦେ ହେଲେ କଥା ବାହାରୁ ନଥାଏ । ସେ ଜୋର କରି ହଲାଇ ଦେଲା ଶୁଭଙ୍କରକୁ କିନ୍ତୁ ଆଗଥର ଭଳି ଏଥର ମଧ୍ୟ୍ୟ ଶୁଭଙ୍କର କିଛି ଦେଖିବାକୁ ପାଇଲେ ନାହିଁ । ଶୋଇପଡ଼ିବାକୁ କହିଲେ ରିତାକୁ ।
ସକାଳୁ ଉଠି ଶୁଭଙ୍କର ବାହାରକୁ କିଛି କାମରେ ଚାଲିଗଲେ । ରିତା କୁ କିଛି ଭଲ ଲାଗୁନଥାଏ । କିଛିତ ଅଛି ଏ ଘରେ । ଏ ମୋର ଭ୍ରମ ନୁହେଁ ଏପରି ମନରେ ଅନେକ ପ୍ରଶ୍ନ ଢେଉ ଭାଙ୍ଗୁଥାଏ । ତିତିଲିକୁ ଦେଖିବା ପାଇଁ ତା ରୁମ କୁ ଚାଲିଗଲେ । ତିତିଲି ମୁଣ୍ଡ ତଳକୁ କରି ଝୁଲୁଥାଏ । ରିତା ଡାକିବାରୁ ମୁଣ୍ଡ ଟେକି ଚାହିଁଲା । କିଛି କହୁ ନଥାଏ, ଧୀରେ ଧୀରେ ଗାରୁ ଗାରୁ ହେଉଥାଏ । ରିତା ଜୋର କରି ତିତିଲି କୁ ଡାକିଲେ, ତିତିଲି ଚମକି ପଡି ଯେପରି ଠିକି ହୋଇଗଲା । ରିତା କୁଣ୍ଡେଇ ଧରିଲେ ଝିଅକୁ । ଯେତେ କହିଲେ ବି ଶୁଭଙ୍କର କିଛି ବିଶ୍ୱାସ କରୁନଥାନ୍ତି ।
ଶୁଭଙ୍କର ପନ୍ଦର ଦିନ ଛୁଟି ନେଇଥାନ୍ତି । ସେଥିପାଇଁ ଭାବିଲେ ନିଜର ପୁସ୍ତକକୁ ସେଲ୍ଫରେ ସଜାଡି ରଖିବାକୁ । ଏତିକିବଳେ ତିତିଲି କାହାସହ କଥାବାର୍ତ୍ତା ହେବାର ଶୁଣିଲେ । ରିତାତ ରୋଷେଇରେ ଵ୍ୟସ୍ତ ଅଛନ୍ତି ତାହେଲେ ତିତିଲି କାହାସହ ଗପୁଛି??? । ଶୁଭଙ୍କର ଚାଲିଗଲେ ଦେଖିବାକୁ । ତିତିଲି ହସୁଥାଏ, ଶୁଭଙ୍କର ତା ମୁଣ୍ଡକୁ ଆଉଁଷି ଆଣି ପଚାରିଲେ ମା ' କାହାସହ କଥାହେଉଥିଲ ??? ।
ତିତିଲି........ " ମୋ ସାଙ୍ଗ, କହୁଥିଲା ଚାଲେ ଲୁଚୁକାଳି ଖେଳିବା, ସେ ସବୁବେଳେ ଷ୍ଟୋରରୁମ ରେ ଲୁଚିଯାଉଛି, ମତେ ଡାକୁଛି ତା ପାଖକୁ ଯିବାକୁ । ହେଲେ ମୁଁ ତାକୁ କହିଲି ମୁଁ ଯିବିନି ସେ ରାଗିକି ଖଟ ତଳେ ଲୁଚିଗଲା । ଯେତେ ଡାକୁଛି ଆସୁନି । ମୋ ସାଙ୍ଗରେ କିଏ ଖେଳିବ ବାପା ? । "
ଶୁଭଙ୍କର....... " ସାଙ୍ଗ ???? , କେଉଁଠି??? । "
ଏତିକି କହି ତିତିଲିର ଖଟ ତଳକୁ ବସିକି ଯେପରି ବେଡ଼ସିଟ ଟେକିଛନ୍ତି.....ଛୋଟ ପିଲାଟେ ବିକଟାଳ ହସି, ଅତି ଭୟଙ୍କର ମୁହଁ , ଓଲଟା ହୋଇ ହାତ ଓ ଗୋଡ଼ରେ ଚାଲି ଚାଲି ପଶିଗଲା କାନ୍ଥ ଭିତରକୁ । ଶୁଭଙ୍କର ବିଶ୍ୱାସ କରିପାରୁନଥିଲେ ଏ ସବୁ ସତ କି ଭ୍ରମ । ଵ୍ୟସ୍ତ ହୋଇ ଫୋନ କଲେ ଅନ୍ତରଙ୍ଗ ମିତ୍ର ଦୀପକ ପାଖକୁ ସମସ୍ତ କଥା କହିବାରୁ, ଦୀପକ ପ୍ରତିଶୃତି ଦେଲେ କାଲି ସକାଳୁ ସେ ଅଘୋରୀ ତନ୍ତିକ କୁ ନେଇ ପହଁଚିବେ ।
ଶୁଭଙ୍କର ଏସମସ୍ତ କଥା କହିବାକୁ ଦୌଡ଼ି ଗଲେ ରିତା ପାଖକୁ । ରିତା ଖଟ ଉପରେ ବସି ମୁରୁକି ମୁରୁକି ହସୁଥାନ୍ତି ।
ରିତା........ " ଓଃ, ତୁ ତାହେଲେ ସେ ଅଘୋରୀକୁ ଡାକିଛୁ । କଣ ଭାବିଲୁ ମୁଁ ଜାଣି ପାରିବିନି । ତୋର ବଡ ସାହସ... ମୋ ଘରେ ରହି ମତେ ବାହାର କରିବୁ । କାହାକୁ ଛଡିବିନି, ସେ ବ୍ରାହ୍ମଣ କୁ ମାରିଲା ଭଳି ସମସ୍ତଙ୍କୁ ମାରିବି । " (ଜୋରେ ଜୋରେ ହସିବାକୁ ଲାଗିଲା ) । ନିଜ ନଖରେ ହାତକୁ ଗାଲକୁ ଖଣ୍ଡିଆ କରୁଥାଏ । ମୁଣ୍ଡକୁ ଢ଼ୋ ଢ଼ୋ କି କାନ୍ଥରେ ପିଟୁଥାଏ ।
ଶୁଭଙ୍କର କିଛି ବୁଦ୍ଧିବାଟ ନପାଇଁ ଦୌଡ଼ି ଗଲା ଠାକୁର ଘରକୁ, ଗଙ୍ଗାଜଳ ଆଣି ଛାଟିଦେଲା ରିତା ଉପରକୁ । ରିତା ଚିତ୍କାର କରି ତଳେ ପଡି ବେହୋସ ହୋଇଗଲା । ଫୋନ କଲା ଦୀପକ ପାଖକୁ ଅଘୋରୀ ବାବାଙ୍କ କାହିବା ମୁତାବକ ରିତାକୁ ରଶିରେ ବାନ୍ଧି ତା ମୁହଁ ଉପରେ କପଡା ପକାଇ ଦେଲା । ତିତିଲି ଓ ସେ ଗଙ୍ଗା ଜଳ କୁ ନିଜ ଦେହରେ ଛିଂଚି ଚାହିଁ ରହିଲେ ଅଘୋରୀ ବାବାଙ୍କ ପଥକୁ ।
ତିତିଲି କୋଳରେ ଶୋଇପଡି ଥାଏ । ଶୁଭଙ୍କର ସେପରି ଚାହିଁ ରହିଥାନ୍ତି ସୂର୍ଯ୍ୟ ଉଦୟ । ଦୀପକ ଓ ଅଘୋରୀ ବାବା କାଳବିଳମ୍ବ ନକରି ଆସି ପହଂଚି ଗଲେ । ଅଘୋରୀ ବାବା ନିଆଁ ଜାଳି ନିଜର ପୂଜା ପାଠ ଆରମ୍ଭ କଲେ, ରିତା ମୂଖରୁ କପଡା କଢ଼ା ହେଲା । ସେ ଖାଲି ଦାନ୍ତ କଡ଼ମଡ଼ କରୁଥାଏ । ଭୟଙ୍କର ରଡ଼ିରେ ଧାମକ ଦେଉଥାଏ ସମସ୍ତଙ୍କୁ । ଏଥର ମନ୍ତ୍ରିତ ଚାଉଳ, ଯେପରି ଉପରେ ପଡିଛି.... ଚିତ୍କାର କରିବାକୁ ଲାଗିଲା ରିତା । ଅଘୋରୀ ବାବା ତା ହାତ ଗୋଡ ଖୋଲି ଗୋଟେ ଗାଲେଇରେ ବସିବାକୁ ନିର୍ଦେଶ ଦେଲେ । ରିତା ମନା କରୁଥାଏ, ପୁଣି ଯେପରି ଚାଉଳ ତା ଉପରେ ପଡିଲା ଚୁପ କରି ବସିଗଲା ତା ଭିତରେ । ଆଖି ଡୋଳାକୁ ଏପଟ ସେପଟ ବୁଲାଇ ଚାହୁଁଥାଏ ସବୁଆଡକୁ । ମୁରୁକି ମୁରୁକି ହସୁଥାଏ । ଯିଏ ଦେଖିବେ ତାଙ୍କ ଦେହ ନିଶ୍ଚୟ ଶୀତେଇଯିବ ।
ଅଘୋରୀ ବାବା...... " ଯାହା ପଚାରୁଛି ସତ ସତ କହ, ତୁ କିଏ ଓ କଣ ଚାହୁଁଛୁ " ।
ରିତା....... " ମୁରୁକି ହସି, ଶୁଣିବାକୁ ଚାହୁଁଛୁ ମୁଁ କିଏ । ଶୁଣିବୁ...... ଶୁଣିବୁ.......?????
ଅଘୋରୀ ବାବା....... " ଜଲ୍ଦି କହ..... " ।
ରିତା.......... " ମୁଁ ଭୂପିନ୍ଦର ସିଂ, ମୁଁ ମୋ ପୁଅ ଓ ସ୍ତ୍ରୀ ବେଶେ ହସ ଖୁସିରେ ଏ ଘରେ ରହୁଥିଲୁ । ମୋ ପୁଅ ଯେତବେଳେ ଚାରି ବର୍ଷର ଥିଲା, ମୋ ସ୍ତ୍ରୀ ଦେହଅସୁସ୍ଥରେ ପଡି ମରିଗଲେ । ତା ପରେ ମୋ ଘରଲୋକ ଦ୍ୱିତୀୟ ବିବାହ କରିବା ପାଇଁ ଜୋର ଦେଲେ, ମୁଁ ଅରାଜି ହେବାରୁ ମୋ ପୁଅର ଭବିଷ୍ୟତ ଦର୍ଶାଇ ବିବାହ କରିଦେଲେ ମିକି ସହିତ । ମିକି ଖୁବ୍ ସୁନ୍ଦର ଭାବରେ ମୋ ପୁଅର ଯତ୍ନ ନେଉଥିଲା ଓ ମୋର ମଧ୍ୟ । ଠିକି ଦୁଇ ବର୍ଷ ପରେ ସେ ତା ଅସଲ ଚେହେରା ଦେଖାଇଲା । ସମସ୍ତ ସମ୍ପତି ଘର ପାଇଁ ତା ପୁରୁଷ ବନ୍ଧୁ ସାହିତ ମିଶି, ବେହୋସ କରି..... ମୋ ପୁଅ ଓ ମତେ ଏ ଘର ଅଗଣାରେ ଗାତ ଖୋଲି ପୋତି ଦେଲେ । ଆମ ସମସ୍ତ ଜିନିଷକୁ ନିଆଁ ଲଗାଇ ଜାଳି ଦେଲେ । ସମସ୍ତଙ୍କୁ କହିଲେ ଆମେ ଘରଛାଡି ଚାଲିଗଲୁ । ଦୁନିଆ ଆଜିବି ଭାବୁଛି ମୁଁ, ମୋ ପୁଅ କୁ ନେଇ କୁଆଡେ ଚାଲିଯାଇଛି ।
ମୁଁ ପ୍ରତିଶୋଧ ନିଆଁ ରେ ଜଳୁଛି । ଯିଏବି ଏ ଘରେ ରହିଛନ୍ତି ମୁଁ ସମସ୍ତଙ୍କୁ ମାରିଦେଇଛି । ଏବେ ଆର ପାଳି । ମତେ ଛାଡେ ମୁଁ ସମସ୍ତଙ୍କୁ ମାରିଦେବି ।
ଶୁଭଙ୍କର ଭୋ ଭୋ ହୋଇ କାନ୍ଦି ଉଠିଲେ , ସେ ତାଙ୍କ ସ୍ତ୍ରୀ କୁ କେତେ ଭଲପାନ୍ତି ସେ କଥା ବି କହିଲେ । ଓ ପ୍ରତିଶୃତି ଦେଲେ ଭୂପିନ୍ଦର ପ୍ରତି ହୋଇଥିବା ଅନ୍ୟାୟ କୁ ସମସ୍ତଙ୍କ ସମ୍ମୁଖକୁ ଆଣିବେ ଓ ଦୋଷୀକୁ ଦଣ୍ଡ ନିଶ୍ଚୟ ଦେବେ ।
ସେ ଆତ୍ମା ଏବେ ଶାନ୍ତ ଥିଲା, ଭୂପିନ୍ଦର ଓ ତା ପୁଅ ପୋତା ହୋଇଥିବା ଯାଗାକୁ ରିତା ଚିହ୍ନଟ କଲା । ଶୁଭଙ୍କର ଲୋକାଲ ପୋଲିସ କୁ ଡାକି ସରିଥାନ୍ତି । ସମସ୍ତଙ୍କ ଉପସ୍ଥିତି ରେ ଖୋଦନ କାମ ଆରମ୍ଭ ହେଲା । ଦୁଇଟି କଙ୍କାଳ ବରାମତ ହୋଇ ଲ୍ୟାବ କୁ ପଠାଇ ଦିଆ ଗଲା । ଭୂପିନ୍ଦର ପିତାଙ୍କୁ ଡକାଇ ଡି.ନ.ଏ ନିଆଗଲା । ଡି.ନ.ଏ ମ୍ୟାଚ କରିଗଲା, ଟେଷ୍ଟ ରୁ ଜଣା ପଡିଲା ସେ କଙ୍କାଳ ଭୂପିନ୍ଦର ଓ ତାଙ୍କ ପୁଅର । ଶୁଭଙ୍କରକୁ ଘର ବିକିଥିବା ମିକି ଓ ତା ପୁରୁଷବନ୍ଧୁକୁ ପୋଲିସ ଆରେଷ୍ଟ କରି ନେଇଗଲେ । ସେମାନେ ସବୁ ସତକଥା ମାନିଗଲେ । କଙ୍କାଳ ଦୁଇଟିକୁ ସମସ୍ତ ରୀତିନୀତି ହିସାବରେ ସତ୍କାର କରାଗଲା । ରିତା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ବ୍ରାହ୍ମଣ ଙ୍କୁ ଡାକି ପୂଜା କରିବା ସହିତ ଭୂପିନ୍ଦର ଆତ୍ମା ଶାନ୍ତି ପାଇଁ ଶୁଭଙ୍କର ବ୍ରାହ୍ମଣ ଭୋଜନ ପ୍ରଦାନ କଲେ । ଏବେସେ ଆଉ ହଣ୍ଡେଡ଼ ହାଉସୁ ନଥିଲା, ଖୁବ୍ ଶାନ୍ତ ଥିଲା ।

