STORYMIRROR

Krushnapriya Mohapatra

Horror Tragedy Thriller

4  

Krushnapriya Mohapatra

Horror Tragedy Thriller

ଆତ୍ମା ଏକ ପ୍ରହେଳିକା

ଆତ୍ମା ଏକ ପ୍ରହେଳିକା

4 mins
394

        


    ""କୃଷ୍ଣ ଭାଇ ମୋତେ ଟିକେ ପାନିଆଁ ଦଉନ, ମୁଁ ବହୁତ ଦିନ ହେଲା ମୁଣ୍ଡ କୁଣ୍ଡେଇନି।" କିଏ କହିଲା !! ବୋଲି କୃଷ୍ଣ ପଛକୁ ବୁଲି ଚାହିଁଲା।କେହିତ ନାହାଁନ୍ତି ଏଠି ହେଲେ ମୋ ନାଁ ଧରି କିଏ ଡାକିଲା........।ଝିମ ଝିମ ହୋଇଗଲା ତା ଦେହ, ମୁଣ୍ଡ ଓଜନ ଆଉ କାନ୍ଧ ଉପରେ ଯେମିତି କିଏ ବସିଛି। ଭଲ ଲାଗିଲାନି ତାକୁ ସେଠାରେ ଠିଆ ହେବାକୁ। ଚାଲିଆସିଲା ଘରକୁ ।ଘରେ ପହଞ୍ଚି ଟିକେ ଶୋଇପଡିବାକୁ ଯାଉଛି ଦୁମ କରି ପଡିଗଲା ଆଉ ଚେତନା ନ ଥିଲା ଦେହରେ।


  ପାଣି ସିଞ୍ଚି ଘରଲୋକ କୃଷ୍ଣକୁ ଉଠେଇବା ବେଳକୁ ସିଏ ନିଜ କଥା ନ କହି ଅଲଗା କିଛି କହିବା ଆରମ୍ଭ କରିଦେଲା।""ମୋତେ ନେଇ ମୋ ଘରେ ଛାଡ଼, ମୁଁ ଏଠାକୁ କେମିତି ଆସିଲି।"

ଆରେ ତୋ ଘରେ ତ ଅଛୁ ତୁ, ପୁଣି କେଉଁ ଘର କଥା କହୁଛୁ। କୃଷ୍ଣର ବୋଉ କହିଲେ।

କୃଷ୍ଣ କିନ୍ତୁ ମାନିବାକୁ ପ୍ରସ୍ତୁତ ନୁହେଁ।ଛୋଟ ପିଲା ପରି ମୋ ଘରକୁ ଯିବି, ବୋଉ ପାଖକୁ ଯିବି କହି କାନ୍ଦିବାକୁ ଲାଗିଲା।


ବହୁତ ବୁଝାଇବା ପରେ ତାକୁ ପଚାରିଲେ, ଆଚ୍ଛା ତା ହେଲେ ତୋ ଘର କେଉଁଠି ??ପୁଣି ତୋ ବୋଉ କିଏ?? ......କିଛି କହିଲାନାହିଁପୁଣି କେତେ ସମୟପରେ ପୁଣି କାନ୍ଦିଲା।ଗୁମ ହୋଇ ବସି ରହିଲା। 


  ଖାଇବା ପାଇଁ କୁହାଗଲା ତ କହିଲା ସେ ଉଦିଆ ଘର ରୁଟି ନେଇ ସବୁଦିନ ଏଇ ପଟେ ଯାଉଛନ୍ତି ମୋତେ ଖଣ୍ଡେ ବି ଦଉ ନାହାଁନ୍ତି।କୃଷ୍ଣର ବୋଉ ରାଗି କି କହିଲେ, ତତେ କାହିଁକି ରୁଟି ଦେବେ ତାଙ୍କର, ତୋର ଯଦି ରୁଟି ଖାଇବାକୁ ଇଚ୍ଛା ହେଉଛି ନଉନୁ ମୁଁ ରୁଟି କରିଛି ଖାଇବୁ।

" ନା ମୁଁ ତମ ଘର ରୁଟି ଖାଇବିନି।"

ଏଇଟା ତୋ ଘର ନୁହେଁ କି!!! ତୁ କିଏ କଣ ମୁଁ ଜାଣିନି।ବୋଉ ପାଖକୁ ଯିବି ଆମ ଘରକୁ ଯିବି।

"କଣ ଏମିତି କହୁଛୁ?? ତୁ କଣ ବାଇଆ ହୋଇଯାଇଛୁ।

    କୃଷ୍ଣ ପୁଣି ଚୁପଚାପ ବସିଲା।ମଝିରେ ମଝିରେ କାନ୍ଦୁଥାଏ।ଖାଇବାକୁ ରାଜି ହଉ ନ ଥାଏ।


  କୃଷ୍ଣ ହେଉଛି କୋଡିଏ ବାଇଶି ବର୍ଷର ଯୁବକ ଟିଏ।

ଗାଡି ଡ୍ରାଇଭର। ଯେଉଁଦିନ କାମ ନ ଥାଏ ସେ ଘର ଆଗରେ ଥିବା ଗୋଟିଏ ଅଧତୋଳା ଘର ପାଖରେ ବସି

ସାଙ୍ଗ ମାନଙ୍କ ସହିତ ଗପସପ କରେ। ସେ ଅଧା ଘର ପାଖରେ ଥାଏ ଗୋଟିଏ ପୋଖରୀ।ପୋଖରୀଟି ଖୁବ ସୁନ୍ଦର ଓ ସ୍ୱଚ୍ଛ।ସାଇର ପ୍ରାୟ ଲୋକ ଏଠାରେ ଗାଧୁଆ ପାଧୁଆ କରନ୍ତି।


ଏ ଘଟଣାଟି ବହୁତ ଦିନ ତଳର, ସେତେବେଳେ ସାହି ମାନଙ୍କୁ ପାଣିକଳ ଆସି ନ ଥାଏ ।ଲୋକ ମାନେ କୂଅ ପୋଖରୀରେ ନୀତିଦିନର କାମ ଚଳାନ୍ତି।

    ସେଦିନ କୃଷ୍ଣ ସାଙ୍ଗମାନଙ୍କୁ ଅପେକ୍ଷା କରି ସେଇ ଘର ପାଖରେ କିଛି ସମୟ ଠିଆହୋଇଥିଲା ତା ପରେ ଘରକୁ ଆସିଲା। 

 ଏଇ ସମୟରେ ଉଦିଆ ଝିଅ ରୁଟି ନେଇ ଦୋକାନକୁ ଗଲା।କୃଷ୍ଣ ଜୋରରେ ପାଟି କରି କହିଲା ମୋତେ ରୁଟି ଡେ ମୋତେ ଭୋକ ହେଲାଣି।


  ସିଏ ଶୁଣି ପାରି କୃଷ୍ଣ ପାଖକୁ ଆସି କହିଲା ତୁ ରୁଟି ଖାଇବୁ କି??ମୁଁ ତ ଭାଇ ପାଇଁ ନେଉଛି, ଆଉ ଆଣିଲେ ଦେବି ଟିକେ ଅପେକ୍ଷା କର।। ସିଏ ଆଉ କିଛି ଶୁଣିଲାନି

 ତା ଠାରୁ ରୁଟିତକ ଭିଡି ନେଇ ଗାଉଁ ଗାଉଁ ହୋଇ ଖାଇଗଲା ଯେମିତି କେତେଦିନରୁ ଭୋକିଲା ଅଛି।

 କୃଷ୍ଣର ଏଭଳି ହରକତ ସମସ୍ତଙ୍କୁ ଚକିତ କରୁଥାଏ।

ଛୋଟ ପିଲା ପରି ବ୍ୟବହାର, ଅଝଟ ପଣ ପୁଣି ମୋ ଘରକୁ ଯିବି କହିବା କେତେବେଳେ ହସୁଥାଏ ତ କେତେବେଳେ କାନ୍ଦୁଥାଏ, ସମସ୍ତଙ୍କ ମନରେ ଉଙ୍କି ମାରିଲା ଗୋଟିଏ ପ୍ରଶ୍ନ???


କଣ ହେଇଛି କୃଷ୍ଣର??,କିଏ ଜଣେ କହିଲା ୟା ଦେହରେ କଣ ଅତୃପ୍ତ ଆତ୍ମା ପ୍ରବେଶ କରିଛି କି??

ମାନେ ଭୂତ ଲାଗିଛି??

   ସାଙ୍ଗେ ସାଙ୍ଗେ ଗୁଣିଆ ଡକାଗଲା।କିମ୍ବୁତ କିମାକାର ଗୋଟାଏ ଲୋକ ଆସି କୃଷ୍ଣ ଦେହରୁ ଭୂତ ଭଗେଇବାକୁ ବସିଲା।


 ତାକୁ ଗୋଟାଏ ଝାଡୁ ଭଳି ଜିନିଷରେ ଝାଡ଼ିଲା, ତାପରେ ବିଭିନ୍ନ ପ୍ରକାର ଅଗଡମ ବଗଡମ ଶ୍ଳୋକ ବୋଲି ତାକୁ ପଚାରିଲା ତୁ କିଏ କହ, ନ ହେଲେ ତୋତେ ଏମିତି ଦଣ୍ଡ ଦେବି ତୁ ଆଉ କେବେ ଏପଟକୁ ମାଡ଼ିବୁନି।

 ମୁଁ ଏ ଭୂତ ପ୍ରେତ କାହାକୁ ଲାଗିଛି ଶୁଣିଲେ ଅବିଶ୍ୱାସ କରେ। ଏ ଗୁଡିକ ମନର ଭ୍ରମ ଭାବେ।ସେଦିନ କିନ୍ତୁ ଏସବୁ ଦେଖି ମୁଁ ବିଶ୍ୱାସ କରିବାକୁ ଲାଗିଲି। ଏ ବିଷୟରେ ଅଧିକ ଜାଣିବା ପାଇଁ ଯିବା ପରେ ବୁଝିଲି ......ପ୍ରକୃତ କାରଣ କଣ।ସତରେ କଣ ଭୂତ ଅଛି,???... ଆତ୍ମା କଣ ଅମୋକ୍ଷ ହୋଇ ଘୁରିବୁଲେ?? ସେମାନେ କଣ ଅନ୍ୟ ଜଣଙ୍କ ଦେହରେ ପଶି ନିଜ ମନର ଅବସୋଶକୁ ପ୍ରକାଶ କରନ୍ତି??...


କୃଷ୍ଣକୁ ଯେତେବେଳେ ଗୁଣିଆ ଝାଡ଼ି ସାରି ପଚାରିଲା

ତୁ କିଏ କହ??ସେ କହିଲା ମୁଁ ଜଲିଆ । କୃଷ୍ଣଭାଇ ମୁଣ୍ଡ କୁଣ୍ଡଉ ଥିଲା ତ ମୋର ମଧ୍ୟ ଇଚ୍ଛା ହେଲା ପାନିଆଁରେ ଟିକେ ମୁଣ୍ଡ କୁଣ୍ଡେଇ ଥାଆନ୍ତି ,ସିଏ ପାନିଆଁ ଦେଲାନି ପୁଣି ପଛକୁ ବୁଲି ଚାହିଁଲା ସେଥିପାଇଁ ମୁଁ ତା ସଙ୍ଗେ ପଳେଇ ଆସିଲି।ମତେ କେହି ଖାଇବାକୁ ଦଉ ନାହାନ୍ତି।ଉଦିଆ ଘର ସବୁବେଳେ ରୁଟି ନେଇ ଯାଉଛି। ମୋର ଭାରି ଇଚ୍ଛା ହେଉଥିଲା ରୁଟି ଖାଇବାକୁ।


 ତା ପରେ ପୁଣି ଛୋଟ ପିଲା ପରି କାନ୍ଦିଲା, ମୁଁ ଘରକୁ ଯିବି କହି।  ଘଟଣାର ତର୍ଜମାରୁ ଜଣାପଡିଲା, କିଛି ବର୍ଷ ପୂର୍ବରୁ ସେଇ ପୋଖରୀରେ ଜଲିଆ ନାମରେ ଗୋଟିଏ ଛୋଟ ପୁଅ ବୟସ ପ୍ରାୟ ଆଠ ନଅ ବର୍ଷ ହେବ ବୁଡି ଯାଇ

ମୃତ୍ୟୁ ବରଣ କରିଥିଲା। ସାନ ଭାଇ ସହିତ ଗାଧେଇବା ସମୟରେ ପିଲାଟି ବୁଡି ଯାଇଥିଲା।ତା ବାପା ମାଆ ସେଇ ଦୁଃଖରେ ଏ ଘର ଛାଡ଼ି ଅନ୍ୟ କେଉଁଠାକୁ ପଳେଇଛନ୍ତି।କିନ୍ତୁ ପିଲାଟିର ଆତ୍ମା ମୋକ୍ଷ ନ ହୋଇ ପୋଖରୀ ନିକଟରେ ଥିବା ଅଧା ତୋଳା ଘରଟିରେ ରହିଯାଇଛି।


  ମୁଁ ସେ ଘଟଣାଟି ଜାଣିଥିଲି ତେଣୁ କୃଷ୍ଣକୁ ଭୂତ ଲାଗିଛି ବୋଲି ମୋର କିଛିଟା ବିଶ୍ୱାସ ଆସିଲା।

  ତା ପରେ ଗୁଣିଆ ତାକୁ ବିଭିନ୍ନ ପ୍ରକାର ଝଡାଫୁଙ୍କା କରିବା ପରେ ସେ ଯିବାକୁ ରାଜି ହେଲା।

ତାକୁ ଗୁଣିଆ ପଚାରିଲା ତୁ କେମିତି ଯିବୁ କହ ?ଗରା ନବୁ ନା ଝାଡୁ ?? ସିଏ କହିଲା ଗରା ନେବି।

ତା ପରେ ସେ ଦାନ୍ତରେ ଗରା ଧରି ଦଉଡି ଦଉଡି ଗଲା।କିଛି ବାଟ ଗଲା ପରେ ଦୁମ ହୋଇ ଚେତା ହରେଇ ପଡିଗଲା। ତା ପରେ ଅନେକ ଦିନ ଯାଏ କୃଷ୍ଣର ଦେହ ଖରାପ ଲାଗିଲା।ଦେହ ପୁରା ଦରଜ ହେଲା।ଦୁର୍ବଳତା ଅନୁଭବ କଲା।


  ସେଇ ଦିନ ଠାରୁ କେହି କେହି ସେ ଘର ଦେଇ ଗଲାବେଳେ ଖାଇବା ଜିନିଷ କିଛି ଥୋଇ ଦିଅନ୍ତି।

କିଛିଦିନ ପରେ ସେ ଘରକୁ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ରୂପେ ତୋଳି ରହିଲେ।

  ସେଇ ଦିନର ସେ ଘଟଣା ମୋ ମନରେ ଭୂତ ପ୍ରେତ ମାନଙ୍କ ଅସ୍ତିତ୍ୱ ବିଷୟରେ ବିଶ୍ୱାସ ଜନ୍ମେଇ ଦେଇଛି। 

          ** ସମାପ୍ତ **



Rate this content
Log in

Similar oriya story from Horror