Anasuya Rout

Tragedy

4  

Anasuya Rout

Tragedy

ଆଶା -୧

ଆଶା -୧

5 mins
343



ଚଇତ୍ର ମାସର ଶେଷ ସପ୍ତାହ ଚଇତାଳି ପବନ ଗୁଡେଇ ତୁଡେଇ ପିଟୁଛି।ଏଇ ପବନ ଛୁଇଁଲେ କାଳେ ମୁଗଗଛରୁ ଛୁଇଁ ବାହାରେ।ଆଶା ଉଷା ଦୁହିଁଙ୍କର ଆଜି ଖରାବେଳ ସାରା ଦେଖା ନାହିଁ।ବଉଳ ଗଛମୂଳରେ ବସି ଗପ ମାରୁଛନ୍ତି।ଚାରିଆଡେ ଶାଗୁଆ କ୍ଷତ ....ଗୋଟେ କିଆରି ଡେଇଁଲେ ଛୋଟ ସରୁ ନଈ ।ନଈ କୂଳିଆ ପବନ ବୋହି ଆସୁଛି ସୁଲୁ ସୁଲୁ ହେଇ ସାଥିରେ ବୋହି ଆଣୁଛି ମୁଗ ଫୁଲର ବାସ୍ନା।ଖରାର ତେଜ ପ୍ରଖର ହେଲେ ବି ଗରମ ଲାଗେନି ଏଠି ବସିଲେ।ଦୁହେଁ କେତେବେଳୁ ବସି ଦୁଃଖ ସୁଖ ହେଉଛନ୍ତି।ଲୁଣି ନଈରୁ ଥଣ୍ଡା ପବନ ବୋହି ଆସୁଛି। ଲୁଣି ହାୱାରେ ତଣ୍ଟି ଅଠା ଅଠା ହେଇଗଲାଣି।ଗପ ସରୁନି କି ଘରକୁ ଯିବାକୁ ଇଛା ହଉନି ପାଣି ପିଇବାକୁ।ଉଷା ଉଠିଲା ଚାଲ ଯିବା ମୁଗ ଛୁଇଁ ତୋଳି ଖାଇବା।କଷି ଛୁଇଁ ଦହଦହ ହେଉଥିବ।ଟିକିଏ ଫଟେଇ ଦେଇ ମଝିଦାନ୍ତରେ ଟାଣି ଖାଇବାର ମଜାନିଆରା।ଦୁଇ ସଙ୍ଗାତ ହାତ ଧରା ଧରି ହେଇ ଚାଲିଲେ ଭାରି କଷି ଟିକିଏ ମୋଟାମୋଟା ବାଛି ଦିମୁଠା ଆଣି ବସିଲେ ପୁଣି ଗପ ଆରମ୍ଭ କଲେ।

- ଉଷା ମୋର ଘରକୁ ଯିବାକୁ ଜମା ଇଛା ହଉନି।ଘରେ ପାଦ ଦେଲା ମାନେ ସମସ୍ତେ ବାହାଘର କଥା କଥା ହେଉଛନ୍ତି।ମୋ କାନରେ ସେ ବାହାଘର କଥା ପଡିଲା ବେଳକୁ ଦେହ ମୁଣ୍ଡ କ'ଣ ହେଇଯାଉଛି।ପାଦତଳୁ ଯେମିତି ଥରା ଉଠି ମୁଣ୍ଡ ବୁଲେଇ ଦେଉଛି।ଗ୍ରାଜୁଏସନ ତ ଏବେ ସରିଲା ମୁଁ କ'ଣ ଏତେ ବଡ ହେଇଗଲିଣି ଯେ ମୋର ଆଉ ଘରେ ରହିବାର ଅଧିକାର ନାହିଁ।ଭାବିଥିଲି ଏଇ ଛୁଟିରେ ବହୁତ ମଜାକରିବି ବୁଲାବୁଲି କରିବି।କମ୍ପ୍ଯୁଟର ଟିକେ ଶିଖିବି।ଆଡମିସନ ପାଇଁ କେତେ ଦିନରୁ ପଚାଶ ଶହେ କରି ଟଙ୍କା ସାଇତି ରଖିଥିଲି।ହେଲେ ମୋ ଭାଗ୍ଯରେ ସେ ସୁଖ ଲେଖା ନାହିଁ।

- ମୁଁ ବି ତୋ ସାଙ୍ଗରେ କମ୍ପ୍ଯୁଟର କ୍ଲାସରେ ଆଡମିସନ କରିବି ବୋଲି ବୋଉକୁ କେତେ ବୁଝେଇଛି। ବୋଉ କେତେ କଷ୍ଟରେ ରାଜି ହେଇଥିଲା ତୋ ନାଁ କହିବାରୁ।କହିଲା ଆଶା ଯଦି ଯିବ କହୁଛୁ ତା'ହେଲେ ତୁ ଯିବୁ ତା' ସାଙ୍ଗରେ।ତୋ ବାହାଘର କଥା ଶୁଣି ମୁଁ ଭାବୁଛି ମୋର ବି କମ୍ପ୍ଯୁଟର ଶିଖିବା ଇଛା ଇଛାରେ ହିଁ ରହିଯିବ।

- ନାଇଁ ତୁ କାହିଁ ମୋ ପାଇଁ ପଛରେ ରହିଯିବୁ।ତୁ କମ୍ପ୍ଯୁଟର ଶିଖିବୁ ମୁଁ ରଜନୀ ଖୁଡୀ(ଉଷାର ବୋଉ)କୁ ବୁଝେଇବି।

- କିଛି ଲାଭ ହବନି ଆଶା ତୋରି ପଛ ଧରି ଧରି ମୁଁ ବଡ କଷ୍ଟରେ କଲେଜ ହିଡ ସେତକ ଡେଇଁଲି।ତୁ ଚାଲିଯିବୁ ମୋତେ ଏକା ଯିବାକୁ ଭଲ ଲାଗିବନି। ସତ କଥା କହିଲେ ମୋର ପାଠ ପଢାରେ ମନ ଲାଗିବନି।

- ଉଷା ମୁଁ ନ ଶିଖିଲେ କ'ଣ ହେଲା ତୁ ତ ଶିଖିବୁ।କେବେ ଯଦି ମୋର ଦରକାର ପଡେ ମୋତେ ଶିଖେଇଦେବୁ।

- ଆଶା ତୁ ମୋ ସାଙ୍ଗରେ ମଜା କରୁନୁ ତ...ହାଃ..ହାଃ...!(ଏତିକି କହି ହସିଲା।)ମୁଁ ତୋତେ ପଢେଇବି ଏଇ କଥାଟା ଶୁଣିଲା ବେଳକୁ ତୋତେ କେମିତି..କେମିତି...ଲାଗୁନି...!ମୋ ପାଠ ପଢା କେବଳ ତୋରି ପାଇଁ ତୁ ମୋତେ ପଢେଇ ଦେଉ ବୁଝେଇ ଦେଉ ବୋଲି ମୁଁ ସେତକ ଖାଲି ପାସ କରିଛି।

- ତୁ ସେମିତି କାହିଁ ଭାବୁଛୁ ମୁଁ କ'ଣ ତୋ ପରୀକ୍ଷା ଖାତାରେ ଲେଖିଦେଇ ଆସିଛି...?ସେ ସବୁ ତୋ ପରିଶ୍ରମର ଫଳ ତୁ ଚାହିଁଲେ କମ୍ପୁଟର ଶିଖି ପାରିବୁ।କାହା ପାଇଁ କ'ଣ କିଛି ଅଟକି ଗଲାଣି ମୋ ପାଇଁ ତୁ ପଢିବୁନି..!

- ତୁ ସତରେ ମୋତେ ଛାଡି ଏକୁଟିଆ କରି ପଳେଇବୁ... ମୋର ବିଶ୍ବାସ ହଉନି।ମୁଁ ଆଉ କ'ଣ ଏ ବଉଳ ଗଛ ମୂଳକୁ ଏକୁଟିଆ ଆସିବି ..?

- ମୁଁ ତ ଝୁରି ମରୁଥିବି ଏଇ ବଉଳ ଗଛକୁ ଶାଶୁ ଘରେ କୋଉ କୋଣରେ ବସି।ମୋ ମନ କଥା ତୋତେ ସିନା ଖୋଲି କହିପାରେ ସେଠି ମୁଁ ମନ କଥା କାହାକୁ କହିବି..?

-ଆଉ ଫୁଲେଇ ହଅନି ତୁ ତ ମୋତେ ଭୂଲିଯିବୁ ସାଙ୍ଗ । ତୋ ରାଜକୁମାର ସହ ବିଦେଶର ଚାକଚକ୍ୟ ଦୁନିଆରେ ହଜିଯିବୁ। ଏ ଉଷା ବୋଲି ତୋର କିଏ ପିଲାଦିନ ସାଙ୍ଗ ଥିଲା ମନେ ରଖିଥିବୁ...!

- ଉଷା କହିଲୁ ବଟ ମଉସା ମୋତେ କାହିଁ ତାଙ୍କ ଘରକୁ ବୋହୂ କରି ନେବାକୁ ରାଜିହେଲେ।ତାଙ୍କ ଘର ଆଉ ଆମ ଘର ଭିତରେ ଆକାଶ ପାତାଳ ଫରକ।ତାଙ୍କୁ ଆଉ କେତେବଡଘର ସୁନ୍ଦର ଝିଅ ମିଳିଥାନ୍ତେ ସେ ମୋତେ କାହିଁ ଦିନିକା ଦିନି ବୋହୂ କରି ନେବାକୁ ବ୍ଯସ୍ତ ହେଉଛନ୍ତି।ତୋତେ ଲାଗୁନି ଏଥିରେ କିଛି ଗଣ୍ଡଗୋଳ ଅଛି।

- ଆଶା ତୋର ଏଇ ସନ୍ଦେହ ଗୁଣଟା ବିଲକୁଲ ଗଲାନି।ତୁ କ'ଣ ତାଙ୍କ ଘରର ବୋହୂ ହେବାକୁ ଯୋଗ୍ଯ ନୁହଁ।ସମସ୍ତେ କ'ଣ ବୋହୂ କଲାବେଳେ ଖାଲି ଧନ ଦେଖନ୍ତି କେହି କେହି ଗୁଣ ,ରୂପ ବି ତ ଦେଖିଥାନ୍ତି।ତୁ ରୂପରେ କୋଉ ଅପସରା ଠୁ କମ ଅଛୁ ଯେ..ତୋତେ ଦେଖିଲା ପରେ କିଏ ପଛକୁ ଫେରିବ।ଆଉ ତୋ ଗୁଣ କଥା କହୁଛି ତୋ ପାଦ ଠାରୁ ମୁଣ୍ଡଯାଏ ଯିଏ ତୋତେ ଥରେ ଚାହିଁବ ସେ ବୁଝିବ ତୁ କେତେ ଗୁଣବତୀ।

- ସେ ସବୁ ମନ ଗଢା କଥା ଉଷା ।ଏ ସବୁ କହି ତୁ ଖାଲି ମୋ ମନକୁ ବୁଝେଇବାକୁ ଚେଷ୍ଟା କରୁଛୁ।ସତ କଥା ହେଲା ବିନା ସ୍ବାର୍ଥରେ ଏ ଦୁନିଆରେ କେହି କାହାକୁ ଅନାନ୍ତିନି।ନ ହେଲେ ସେ କାହିଁ ମୋ ଗରିବ ବାପାକୁ ଧନ ଲୋଭ ଦେଖେଇଥାନ୍ତେ।ମୁଁ ବି ସଫା ସଫା କହିଥିଲି ବାପା ଆମର ଯେତିକି ଚୂନା ସେତିକି ପିଠା।ତୁମେ ବାମନ ହେଇ ଚାନ୍ଦକୁ ହାତ ବଢେଇବାକୁ କାହିଁ ଚାହୁଁଛ..?ସେ କ'ଣ ମୋ କଥା ଶୁଣୁଛନ୍ତି ,ରାମ ସାହୁ...(ମଧ୍ଯସ୍ଥି)କ'ଣ ଫୁସ ଫୁସ ହେଇ ବାପାଙ୍କୁ ପାଠ ପଢେଇଛି କେଜାଣି ତାଙ୍କର ଏକା ଜିଦି ତୁ ସେଇଠି ବାହାହେବୁ ନ ହେଲେ ମୁଁ ଖାଇବା ପିଇବା ଛାଡି ଦେବି।

- ତୁ ବେକାର ଟାରେ ଏତେ କଥା ଭାବି ମନ ଊଣା କରୁଛୁ।କିଛି ହବନି ଦେଖିବୁ ସବୁ କିଛି ଶୁଭ ହବ।ତୁ ଭଲ କଥା ସବୁ ମନକୁ ଆଣ ସବୁ ଭଲ ହେବ।"ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି"।ଯଦି କିଛି ଛୋଟ ମୋଟ ଅସୁବିଧା ପଡେ ନଇଁ ପଡିବୁ।ଦେଖିବୁ ସବୁ ସମସ୍ଯାର ସମାଧାନ ହେଇଯିବ।ରୀତା ନାନୀ(ଆଶାର ବଡ ଭଉଣୀ)ବାହାହେଇ ଗଲା ପରେ ତୁ ତ ପାଞ୍ଚବର୍ଷ ହେବ ଘର ସମ୍ଭାଳି ଆସୁଛୁ।ତୋତେ ଘର କରଣା ଜଣା ତୁ ପୁଣି ଡରୁଛୁ କାହିଁକି?ରଂଜୁ ବଡବୋଉ (ଆଶାର ବୋଉ)ତ କେବେଠୁ ହାତ ଛାଡି ଗଲାଣି....ନ ହେଲେ...!

- ବୋଉ କଥା ପଡିବାରୁ ଆଶା ଚୁପ ହୋଇଗଲା ।ନିରବତା ଭିତରେ ମନରେ ଝଡ ସୃଷ୍ଟି ହେଉଥିଲା।ବାଷ୍ପରୁଦ୍ଧ ହୋଇ କଣ୍ଠ ଚାପିକୋହ ବାହାରକୁ ଆସିଲା।ଲୁହର ବନ୍ଯା ଛୁଟୁଥିଲା ଆଶାର ଆଖିରୁ।ଭେଁ ଭେଁ ହୋଇ କାନ୍ଦିବାକୁ ଲାଗିଲା।

- ଆଶା ଚୁପ ହେଇଯା ...ଆଶା ଚୁପ ହେଇଯା ...!ମୁଁ କହୁ କହୁ ରଞ୍ଜୁ ବଡବୋଉ କଥା କହିଦେଲି।ମୋ ମନରେ ସେମିତି କିଛି ନଥିଲା ।ମୁଁ ଜାଣି ଜାଣି ତୋତେ କଷ୍ଟ ଦେବାକୁ ଚାହୁଁ ନଥିଲି।

- ରହ ...ସେମିତି ହଅନି ବୋଉ ତ ମୋ ଆଖିରେ କଳାବାଦଲ ହେଇ ସବୁବେଳେ ଭାସୁଛି ।ବାହାଘର ଠିକ ହେଲା ଦିନୁ ବୋଉ ରାତିହେଲେ ମୋ ପାଖକୁ ଆସୁଛି।ରାତିସାରା ତା' କଥା ଭାବି ଭାବି ସକାଳ ହେଲେ ତା'ଲୁଗାକୁ କୋଳେଇ ମୁଁ ଶୋଇ ଯାଉଛି।କେବେ ସେ କଳାହାଣ୍ଡିଆ ବାଦଲ ମେଘ ହେଇ ଝରିପାରୁନଥିଲା। ତୋ କଥାର ଉଷ୍ମତାରେ ତରଳି ଗଲା ଝରିଯାଉ ତାକୁ ଝରିବାକୁ ଦେ।କିଏ ଜାଣେ କାଲିପରଠୁ ମୋ ଲୁହରେ ସାନ୍ତ୍ବନା ଦେବାକୁ ମୋ ପାଖରେ କିଏ ନିଜ ଲୋକ ଥିବେ କି ନାହିଁ?

- ଆଶା ତୁ ଏମିତି କାନ୍ଦି କାନ୍ଦି ଏ ମୂଲ୍ଯବାନ ସମୟ ଗୁଡାକ ବରବାଦ କରନି।ଆମେ ଆଉ କେବେ ଏ ସମୟକୁ ଉପଭୋଗ କରିପାରିବାନି

ସିନା।ଚୋରାବାଲି ପରି ଏ ସମୟ ବି ଧିରେ ଧିରେ ଖସି ଖସି ଚାଲିଛି ।ଚାଲ ମୁହୂର୍ତ୍ତଏ ଜୀବନ ଜୀଇଁବା।ଏତିକି କହି ଉଷା ଆଶା ପାଖରୁ ଗୋଟେ ଫଟୋକୁ ଛଡେଇ ନେଇ ଚାଲିଗଲା।

-ଉଷା ...ଏ ଉଷା ...ଏ କ'ଣ କରୁଛୁ ପବନରେ ଫଟୋ ଉଡିଯିବ।

- ଆରେ କିଛି ହବନି ମୁଁ ତୋ ମିଷ୍ଟରଙ୍କୁ ଏତେ ସହଜରେ ଛାଡିବିନି।ମୋ ସାଙ୍ଗକୁ ସେ ବିଦେଶ ଉଡେଇ ନେବେ ।ନୂଆ ନୂଆ ସପନ ଦେଖେଇବେ ।

ଆଶା ଉଷା ପଛେ ପଛେ ଦୌଡୁଛି ଉଷା ଆଗକୁ ପଛକୁ ଚାହିଁ ବିଲ ହିଡେ ହିଡେ ପାଦ ରଖି ଦୌଡୁଛି। ଏମିତି ଦୌଡୁ ଦୌଡୁ ତରବୁଜ କିଆରି ପାଖରେ ପହଞ୍ଚି ଗଲାଣି।ତରବୁଜ ଲଟା ଝୁଣ୍ଟି ଉଷା ପଡିଯାଇଛି ଆଶା ତା' ପଛେ ପଛେ ଯାଇଁ ଉଷାକୁ ଉଠେଇଛି।

ଫଟୋ ...ଫଟୋ... କୁଆଡେ ଗଲା...?ଉଷା ଚାରିଆଡକୁ ଚାହିଁଲା ଫଟୋ କେଉଁଠି ଦେଖାଯାଉ ନ ଥିଲା।ଆଶା ବି ବ୍ଯସ୍ତ ହୋଇ ପଡିଲା।

- ମୁଁ ତୋ ମିଷ୍ଟରର ଫଟୋ ଦେଖିବି ବୋଲି ଆଣିଥିଲି। ତୁ ମୋତେ ଲୁଚେଇକି ରଖିଥିଲୁ ବୋଲି ମୁଁ ଛଡେଇ ନେଇ ଗଲି।

- ଆଶା ମନ ଦୁଃଖରେ ଇଆଡେ ସିଆଡେ ବ୍ଯସ୍ତ ହୋଇ ଖୋଜିବାରେ ଲାଗିଲା।ଫଟୋ ଆଉ କୁଆଡେ ନୁହେଁ ସେଇ ତରବୁଜ କିଆରିରେ ପଡିଥିଲା।ଆଶା ଫଟୋକୁ ଆଣିବାକୁ ଉଠେଇ ନେବା ପୂର୍ବରୁ ଦଲକାଏ ପବନରେ ଆଗକୁ ଉଡିଗଲା।ଆଶା ବିଚଳିତ ହୋଇ ଆଉ ଆଗକୁ ପାଦ ବଢେଇଲା।ଆଶା ପଛେ ପଛେ ଉଷା ବି ସେ ଫଟୋକୁ ଆଣିବାକୁ ଚେଷ୍ଟା କରୁଥିଲା।ଦୁହେଁ ପବନରେ ଫଟୋ ପଛରେ ଦୌଡିବାରେ ରହିଲେ।ଫଟୋ ତ ହାଲୁକା କାଗଜ ଖଣ୍ଡେ ଉଷା ପାଇଁ।ନ ହେଲେ ତା' ହାତରୁ କେମିତି ଖସି ଯାଇଥାନ୍ତା?

ଆଶା ତା'ର ମନ କଥା ସିଧା ସିଧା ଉଷାକୁ କହିପାରିବନି ବୋଲି ଫଟୋର ସାହାରା ନେଇଥିଲା। ଏବେ ସେ ଫଟୋ ପବନରେ ଉଡୁଛି ସେ କେମିତି ଉଷାକୁ ମନ ଖୋଲି କହିବ?ଫଟୋ ପବନରେ ଉଡି ଉଡି ନଈ ସୁଅରେ ଭାସିଗଲା।ଉଷା ମନ ଦୁଃଖ କରୁଥିଲା ଆଶାର ଭାବି ପତିର ଫଟୋ ନଦୀରେ ଭାସିଗଲା ବୋଲି।

ଆଶାର ସ୍ବପ୍ନ ଯେମିତି ସେଇ ସୁଅରେ ଭାସିଗଲା ... ଆକାଶ ଛିଣ୍ଡି ପଡିଲା ତା' ମୁଣ୍ଡ ଉପରେ ....!ଯାହାକୁ ନିଜ ମନରେ ବରିଥିଲା ମନର ମଣିଷ ରୂପେ ପାଇବାର ସ୍ବପ୍ନ ଦେଖୁଥିଲା।ତାକୁ ତ କେବେ କହିନି ...କହିବାର ସୁଯୋଗ କେବେ ପାଇନି...?ମନ କଥା ମନରେ ରହି ଅନ୍ତରକୁ ଦହନ କରିବ।ବାହାଘର ପରେ ସେ ଅନ୍ଯଜଣେ ପୁରୁଷକୁ ବରଣ କରିବ ପୂର୍ଣ୍ଣଭାବରେ।ବାହାଘର ପୂର୍ବରୁ ଉଷାକୁ ଥରେ କହିଦେଲେ କାଳେ ସେ ଜ୍ବଳନରୁ ମୁକ୍ତି ମିଳିବ ସେଇ କଥା ଭାବି ଫଟୋ ଲୁଚେଇ ଆଣିଥିଲା।

ଆଉ ଉଷାକୁ କିଛି କହିପାରିବିନି।ମୋ ଭାଗ୍ଯରେ ବୋଧେ ଜ୍ବଳନ ହିଁ ଲେଖା ଅଛି ସେଇ କଥା ଭାବି ସେ ଫଟୋ ସହ ନିଜ ଇଛାକୁ ନଈରେ ଭସେଇ ଦେଲା।

ଆଗକୁ....!



Rate this content
Log in

Similar oriya story from Tragedy