STORYMIRROR

Manoj Behera

Fantasy

3  

Manoj Behera

Fantasy

ଆସେ ମକର ପର୍ବ:ନାହିଁ ପାରଆଇ (୧ମ)

ଆସେ ମକର ପର୍ବ:ନାହିଁ ପାରଆଇ (୧ମ)

3 mins
127


କୁହୁଡି ଭିତରୁ ରେଳଲାଇନ ଲମ୍ବି ଆସିଛି ବାରିପଦା ହାଟକୁ ।ସେଇ ବାଟରେ ‘’ପାର ଆଇ ‘’ ଆସେ । ତା‘ଘର ଜିଆଣି ।ଦାମୋଦରପୁର ।

ଯେଉଁଠି ଜାତୀୟ ରାଜପଥକୁ ପାରହୋଇଛି ରେଳଲାଇନ । ରୁପ୍ସା -ବାଙ୍ଗିରିପୋଷି ରେଳଲାଇନ। ସେଠାରେ ରେଳଧାରଣା ବକ୍ର ଆକାର ହୋଇ ଲମ୍ବିଛି ।ଏବେ ତା’ଉପରେ ଫ୍ଲାଇ ଓଭର ହୋଇଛି । ଅବଶ୍ୟ କାମ ସରିଗଲାଣି। ସବୁ ହାଟ ପାଳିରେ ସେ ଆସେ ବାରିପଦା ହାଟକୁ । ଜିଆଣି ରୁ ।ଦାମୋଦରପୂର ପୁର ,ଗଙ୍ଗରାଜ ପରେ ପରେ ପଡେ ଜିଆଣୀ । ସକାଳେ ସକାଳେ ଘରୁ ବାହାରେ । ସେଦିନ ସକାଳରେ ଭାରି ଖୁସି ଲାଗୁଥିଲା । କାରଣ ମକର ପର୍ବ ଥିଲା । ବାଡି ଭୋର ରୁ ତେଲ ମାଖି ଗାଧୋଇ ଥିଲା । 

ଆମ ଘରେ ଆସି ପହଞ୍ଚିଲା । ଭୁଗୁଡାକଟା।ରେଲଲାଇନ, ରେଲଲାଇନ ରେ ଆସେ। ଆମେ ତାକୁ ‘’ପାରଆଇ ‘’ ବୋଲି ଡାକିଥାଉ।

 ମୋ ମା’ କୁ ସେ ଧରମ ଝିଅ କରିଥିଲା । 

ବହୁତ ପଚାରିଲା ପରେ ଦିନେ କହିଲା ତାର ନାମ -"ପାର" କିନ୍ତୁ ପୁରାନାମ କହିପାରିଲା ନାହିଁ। କେଜାଣି କାହିଁକି ? ଭୁଲିବି ଯାଇ ଥାଇପାରେ !! କିନ୍ତୁ ‘’ପାର୍ବତୀ ‘କହିବାରୁ ମୁଣ୍ଡ ଟୁଙ୍ଗାରି କହିଲା ହଇ ।ବୟସ ପାଖାପାଖି ସତୁରୀ ହେବ ।

କିନ୍ତୁ କାମକରିବାର ସାମର୍ଥ୍ୟ ରହିଛି । 

ବାରିପଦା ହାଟ। ମକରବେଳେ ବେଶୀ ସଜେଇ ହୁଏ ।ହାତଠାରି ଡାକେ ହାଟ।ସ୍ଵତନ୍ତ୍ର ବସେ ମକର ହାଟ ।  ଅଣ ଓସାରିଆ ଖାଲ ଢିପ ରେଳଲାଇନ୍ ରାସ୍ତା ପାରି ହୋଇ ଯିବାକୁ ପଡେ ।ଦାମୋଦର ପୁର ରୁ ବାରିପଦା ଷ୍ଟେସନବଜାର ହାଟ।ମଝିରେ ଭଞ୍ଜପୂର,ବାଘଡାରୋଡ ,ସୁନଗଡିଆ । ଯେମିତି ସେ’ହାଟ ଜାଣିଛି ତା’ କଥା ।ବୁଢୀ ଚାଲିଲା ହାଟ । ହାଟ ରୁ ବୁଢୀ ଫେରେ । ପୁଟୁଳି ରେ କିଛି କିଛି ଧରି ଧୀରେ ଧୀରେ ପାଦ ଦିଏ ପୁଣି ଆମ ଘରେ ।ଆମ ପାଇଁ ଜାକି ଜୁକି ଆଣିଥିବା ତା’ପୁଟୁଳିରେ ବାନ୍ଧି ଆଣିଥାଏ ଖୁଡୁମା।

 ଆମେ ସେ ଆଣିଥିବା ଖୁଡୁମା ଖାଇଲେ ତା’ର ସିଝା ସିଝା ମୁହଁଟି ବେଶ ଆନନ୍ଦିତ ହୋଇଯାଏ। 

ପୁଟୁଳି ରଖିଦେଇ ଗୋଡ ଲମ୍ବେଇ ବସିଯାଏ ।ଚା' ପିଏ । ଭୁଜା ଖାଏ ।ଆଜି ଅଛି ବାରିପଦା ହାଟ । ନାହିଁ ପାର ଆଇ । ପାର ଆଇ ଅଫେରା ରାଇଜକୁ ବାହୁଡିଯିବାର ଅନେକ ବର୍ଷ ବିତିଗଲାଣି ।

କିନ୍ତୁ ପାରଆଇ ଠାରୁ ପାଇଥିଲୁ ଅମୃତମୟ ସୁଖକର ସାନ୍ନିଧ୍ୟ ଆଜି ବି ସଜୀବ ।ଆଜି ମକରରେ ମନେପଡେ ପାର ଆଇ। ହାଟ ଥିଲା ତା’ ପାଇଁ ସଉଦା-ସାକ୍ଷାତ ,ସମ୍ପର୍କର ସତୀର୍ଥ । 

ତମାମ ବର୍ଷସାରା ମୟୂରଭଞ୍ଜବାସୀ ନାନାପ୍ରକାର ଉତ୍ସବରେ ନିଜକୁ ସାମିଲ କରିଛନ୍ତି। ଇଂରାଜି କେଲେଣ୍ଡରର ପ୍ରଥମ ମାସ ପଡେ ଜାନୁଆରୀ ।

ଏହି ମାସରେ ପଡିଯାଏ ମକରପର୍ବ। ସମଗ୍ର ମୟୂରଭଞ୍ଜ ଜିଲ୍ଲାର ଏକ ମୂଖ୍ୟ ପର୍ବ ବୋଲି ଆମେ କହିପାରିବା ।ଫସଲ ଅମଳ କାର୍ଯ୍ୟ ପ୍ରାୟତଃ ସରିଯାଇଥାଏ। ମୟୂରଭଞ୍ଜର ବାହାରେ ରହୁଥିବା ମୟୂରଭଞ୍ଜ ର ଲୋକ ଏହି ଦିନରେ ନିଶ୍ଚୟ ଗାଁ କୁ ଆସେ ।ଗୀତ,ନାଚ,ଚାଲେ ସାରାରାତି ।ମାଦଳ ବାଜେ ସାରାରାତି । 

କି -ଆଦିବାସୀ .କି - ଅଣଆଦିବାସୀ ସମସ୍ତେ ବେଶ ଆନନ୍ଦ ଉଦ୍ଦିପନାର ସହ ଏହି ମକର ପର୍ବ କୁ ପାଳନ କରିଥାନ୍ତି । କୌଣସି ଦରିଦ୍ର ଆଦିବାସୀ ମକର ପର୍ବ ଉପଲକ୍ଷେ ନୂଆଲୁଗା କିଣି ପିନ୍ଧି ନପାରିଲେ ମକର-ଛେଉଣ୍ଡ’ ହୋଇ ଯାଉଥିଲା ବୋଲି ପ୍ରଥା ପ୍ରଚଳିତ। ମକର ପର୍ବରେ ମାଂସ ଖାଇବା ଆମ ମୟୂରଭଞ୍ଜରେ ଏକ ସ୍ଵତନ୍ତ୍ର ପରମ୍ପରା ଏଯାବତ ଚଳିଆସିଛି ।କିନ୍ତୁ ଖାସି ମାଂସର ଚାହିଦା ସର୍ବଦା ଅଧିକ । ମକର ପର୍ବ ଯଦି ସୋମବାର କିମ୍ବା ଗୁରୁବାର ପଡିଗଲେ ତକଥା ସରିଲା ହେଲେ ମକର ପୂର୍ବ ଦିନ ବାଉଣ୍ଡିର ଗୁରୁତ୍ଵ ବଢିଯାଏ। ସବୁଠାରୁ ପ୍ରିୟ ଖାଦ୍ୟ ହେଲା କଷାମାଂସ କିମ୍ବା ମାଂସ ତରକାରୀ ସହିତ ଚାଉଳ ରୁଟି କିମ୍ବା ମୁଢି, ଚାଉଳ ଚୂନାର ଖଳିରେ କାଗଜପରି ପତଳା ରୁଟି ବେଲି ସେଗୁଡିକୁ ତାୱାରେ ସେକାଯାଏ ।ମାଂସ ସହଯୋଗରେ ଚାଉଳ ରୁଟି ଟି ଖାଇଲେ ଅତିଶୟ ତୃପ୍ତି ମିଳିଥାଏ । ମକର ପାଇଁ ସ୍ଵତନ୍ତ୍ର ଖାସି ସବୁ ମରାହୁଅନ୍ତି ବାରିପଦାରେ ତଥା ସାରା ମୟୂରଭଞ୍ଜରେ। ଯେଉଁମାନେ ଏହି ବ୍ୟବସାୟ କରୁଥିଲେ ସେମାନେ ଏହିସବୁ ଖାସିଗୁଡିକ ବହୁପୂର୍ବରୁ ବିଭିନ୍ନ ହାଟ ମାନଙ୍କରୁ ମୂଲାମୁଲି କରି କିଣିଥାନ୍ତି।

ସେତେବେଳେ ବାରିପଦା ସହରରେ କିଛି ନିର୍ଦ୍ଦିଷ୍ଟ ସ୍ଥାନ ମାନଙ୍କରେ ଏହି ସବୁ ଖାସି ମରାଯାଉଥିଲା ।

ଧୀରେ ଧୀରେ ସାହିଗୁଡିକରେ ମଧ୍ୟ ଏହି ବ୍ୟବସ୍ଥା ସେମାନେ କାର୍ଯ୍ୟକାରୀ କଲେ।ସେମାନେ ସ୍ବତନ୍ତ୍ର ଭାବେ ରାଖୀ ପୂର୍ଣ୍ଣୀମା ,ରଜ ସଂକ୍ରାନ୍ତି ,ମକରସଂକ୍ରାନ୍ତି ରେ ନିଶ୍ଚୟ ଆଣନ୍ତି । 

ଏକ ଚିଠା ପ୍ରସ୍ତୁତ ହୁଏ। କିଏ କେତେ ମାଂସ ନେବ?। ଯେଉଁମାନେ ମାଂସ ନେବେ କେହିଜଣେ ଯଦି ଲୋକ କମିଯାନ୍ତି ତେବେ କିଛି ଅଧିକ ନେଇପାରିବେ।ଏମିତି ଦୁଇ ଅବା ତିନି ଟି ଖାସି ସାହିଗୁଡିକରେ କଟିଯାଏ।ରାତିରୁ ସାଉଣ୍ଡ ବକ୍ସ ସବୁ ବାଜେ ବାରିପଦାର ବିଭିନ୍ନ ଛକ ମାନଙ୍କରେ।ମାଇକ୍ ପ୍ରାୟ ବ୍ୟବହାର ହୁଏନାହିଁ। 

ହେପି ମକର ସଂକ୍ରନ୍ତିର ଏକ ଭଲ ବେନର କରାଯାଇଥାଏ।ନୂଆ ବର୍ଷ ପରେ ପରେ ପୁଣି ଆସେ ମକର ।ଦେଖା ହେଲେ ସମସ୍ତେ ପରସ୍ପର କୁ ହେପି ମକର କହି ଅଭିନନ୍ଦନ ଜଣାନ୍ତି।ଦିନସାରା ସାଉଣ୍ଡ ବକ୍ସ ବାଜେ ।ଘରମାନଙ୍କରେ ସବୁ ପିଠା ପଣା ହୋଇଥାଏ।ସାଙ୍ଗ ସାଥୀ ମାନଙ୍କୁ ଡାକି ଆଣି ଥାଉ।ସେମାନେ ମଧ୍ୟ ଆମକୁ ସେମାନଙ୍କ ଘରକୁ ଡାକିନେଇଥାନ୍ତି ।ପିଠା ଖାଉ।

କିନ୍ତୁ କୌଣସି ନୂଆ ପେଣ୍ଟ ସାର୍ଟ ହୋଇନଥାଏ।

ବିଶେଷ କରି ଆମ ଆଦିବାସୀ ସାଙ୍ଗ ମାନଙ୍କର ନୂଆ ଡ୍ରେସ ହୁଏ। ପେଣ୍ଟ ସାର୍ଟ କିଣିବା ପାଇଁ ପ୍ରାୟ ତିନି ଚାରି ଜଣ ସାଇକେଲରେ ବାରିପଦା ମାର୍କେଟ ଯାଇଥାଏ । (କ୍ରମଶଃ)  



Rate this content
Log in

Similar oriya story from Fantasy