Sucharita Sena

Horror

3.9  

Sucharita Sena

Horror

ଆରପାରି... |

ଆରପାରି... |

6 mins
551


ସମସ୍ତେ ପରମାତ୍ମାଙ୍କୁ ବିଶ୍ୱାସ କରନ୍ତି କିନ୍ତୁ ଆତ୍ମାକୁ ନୁହେଁ | ଖୁବ୍ କମ୍ ଲୋକ ଏହା ବିଶ୍ୱାସ କରନ୍ତି, ଆତ୍ମ ଅମର, ସେ କେବେ ମରେନି ତାହେଲେ ଶରୀର ନଷ୍ଟ ହେବା ପରେ ଆତ୍ମା କୁଆଡେ ଯାଏ ?????? ମଣିଷ ମରିଗଲେ ସେ”ଆରପାରିକୁ ଚାଲିଗଲା", ଏଭଳି କୁହାଯାଏ .... | କିନ୍ତୁ ସେ ଆରପାରି କଣ ? ମୋ ମନ ତଳର ଅନେକ ପ୍ରଶ୍ନକୁ ଉତ୍ତର ଦେବାକୁ ଯାଇଁ ମୁଁ ଏ ରାସ୍ତା ବାଛି ଥିଲି | ଯାହାକୁ କୁହାଯାଏ”ପ୍ରେତାତ୍ମା ଡାକିବା"(ସ୍ପିରିଟ କଲ )| 

ମୁଁ ଅଙ୍କିତ୍, ମୋ ମନରେ ସବୁବେଳେ ପ୍ରଶ୍ନବାଚୀ ଏ ଆତ୍ମାକୁ ନେଇ | ସେମାନଙ୍କ ସହ ଯୋଗାଯୋଗ ହୋଇପାରେ ବୋଲି ମୁଁ ବହୁତ ବିଳମ୍ବରେ ଜାଣିଲି | ମୋର ଏ ଇଚ୍ଛା କେବେ ନିଶାରେ ପରିଣତ ହୋଇଗଲା ଜଣାନାହିଁ | ମୁଁ ଯେତବେଳେ ବାରବର୍ଷର ଥିଲି ମୋ ଜେଜେ ମୃତ୍ୟୁବରଣ କଲେ | ମୋ ଜେଜେଙ୍କ ପ୍ରତି ଭଲ ପାଇବା ଏତେ ଥିଲା ସେ ମରିବା ପରେ ବି, ତାଙ୍କ ସହ କଥା ହେବାକୁ ଘଣ୍ଟା ଘଣ୍ଟା ଜେଜେଙ୍କ ସମାଧି ଅଥବା ଫୋଟୋ ପାଖରେ ଠିଆ ହୋଇ ରୁହେ | ଅନେକ ଡାକେ, ସମାଧିକୁ କୁଣ୍ଢେଇ ଧରି ବହୁତ କାନ୍ଦେ | କିନ୍ତୁ ବିଫଳ ହସ୍ତରେ ଘରକୁ ଲେଉଟେ | ନା ଜେଜେଙ୍କୁ ଦେଖେ ନା ତାଙ୍କ କଥା ଶୁଣିପାରେ | ବୋଧହୁଏ ଏଥିପାଇଁ ମୋ ମନ ଭିତରେ ଏପରି ଚିନ୍ତା ବସା ବାନ୍ଧିଯାଇଛି | 

ମୁଁ ମୋ ପରିବାର ଠାରୁ ଦୂରରେ ଅର୍ଥାତ ଭଡ଼ାଘର ନେଇ ରହିବା ଆରମ୍ଭ କଲି, ଯେତବେଳେ ମୋତେ ଚାକିରୀ ମିଳିଲା | ଯେହେତୁ ଘରଠାରୁ ଅଫିସ ବେଶୀ ଦୂର ନଥିଲା, ସେଥିପାଇଁ ବାପା କହିଥିଲେ ଘରୁ ଗାଡ଼ିରେ ଯିବା ଆସିବା କର | କିନ୍ତୁ ମୁଁ ରାଜି ନଥିଲି | ରାଜି ନହେବା ପଛର କାରଣ ହେଉଛି ଏ ଆତ୍ମାକୁ ଡାକିବା, ମତେ ନିରୋଳା ଯାଗା ଦରକାର ଥିଲା ଯାହା ଏତେ ଦିନ ପରେ ମୁଁ ପାଇଥିଲି | ଏବେ ସବୁ ଠିକ୍ ଥିଲା, ମୁଁ ମୋ କାମରେ ଧୀରେ ଧୀରେ ଆଗକୁ ବଢୁଥିଲି | 

ମୋ ଅଫିସରେ ରୋହିତ ଓ ମହେଶ ଖୁବ୍ ଭଲ ସାଙ୍ଗ ହୋଇସାରିଥିଲେ | ମୋ ଭଡ଼ାଘରେ ସେମାନେ ମଝିରେ ମଝିରେ ରହିବାକୁ ଆସନ୍ତି | 

ସେଦିନ ରୋହିତ ମୋ ସଂଗୃହିତ ପୁସ୍ତକ ଗୁଡିକୁ ଦେଖିବାରେ ଲାଗିଥାଏ | ମତେ ପଚାରିଲା....., 

ରୋହିତ : “ଆରେ ଅଙ୍କିତ୍ ଏ ସବୁ ପୁସ୍ତକ କଣ ତତେ ଭଲ ଲାଗେ | ବହୁତ ଗୁଡ଼େ ରଖିଛୁ ??  

ମହେଶ : “ଆରେ କି ପୁସ୍ତକ ମତେବିତ କହ ମୁଁ ବି ଦେଖେ, କହି ଝାମ୍ପି ଆଣିଲା ରୋହିତ ହାତରୁ”| 

ଅଙ୍କିତ୍ : ..”ଏ ମୋ ପୁସ୍ତକରେ ହାତ ଲଗାନି କେହି, 'ଡିନର ରେଡି ', ଆସ ସବୁ”| 

ମହେଶ : “ମୁଁ ଭାବୁଥିଲି, ଏ ପୁସ୍ତକ କୌଣସି ମଡେଲ ଅଥବା କେଉଁ ହିରୋଇନିଙ୍କର ହୋଇଥିବ | କିନ୍ତୁ ଏ ସବୁ ଆତ୍ମା, ପ୍ରେତାତ୍ମା ଉପରେ”| 

ରୋହିତ : “ଅଙ୍କିତ୍, ବହୁତ ଚିତ୍ତାକର୍ଷକ ଓ ରୋଚକ କଥା ଏ ପୁସ୍ତକରେ ଅଛି ଆତ୍ମାକୁ ନେଇ | ତୁ କେବେ ଆତ୍ମାକୁ ଡାକିଛୁ | ମୋର ଏସବୁ ପଢି ଇଚ୍ଛା ହେଲାଣି ଆତ୍ମାକୁ ଦେଖିବାକୁ |” 

ମହେଶ.......”ଏସବୁ ପଢିବାକୁ ଭଲ ଲାଗେ, ସତରେ ଯଦି ଆତ୍ମା ଦେଖିବ ତୁମେ ଦୁଇଟା ମୂର୍ଚ୍ଛିତ ଅବସ୍ଥାରେ ପଡିଥିବ ଆଉ ମୁଁ ତୁମ ମୁହଁରେ ପାଣି ଛାଟୁଥିବି”| କହି ହସି ହସି ଗଡ଼ିଗଲା ମହେଶ | 

ଅଙ୍କିତ୍ : “ରୋହିତ ଚାଲେ ଆଜି ଆତ୍ମାକୁ ଡାକି କଥା ହେବା | ମୋର କେତେ ବର୍ଷର ଅପେକ୍ଷା ଏ, ତୁ ବୁଝି ପାରିବୁନି”| 

ରୋହିତ.......”ଠିକ୍ ଅଛି, ମୁଁ ତୋ କଥାରେ ରାଜି | ହେଲେ କଣ କରିବାକୁ ପଡିବ ମୁଁ ଜାଣିନି, ତୁ ଯାହା କହିବୁ ସେ ଭଳି କରିବା”| 

ମହେଶ........”ଏ କଣ ଏମିତି କହୁଛ, ସତରେ ଆତ୍ମାକୁ ଡ଼ାକିବ ନା କଣ | ମତେ ସେ ଭୂତ ପ୍ରେତକୁ ବହୁତ ଡର | ମୁଁ ଏ ସବୁରେ ସାଥ ଦେଇପାରିବିନି, ମତେ କ୍ଷମା କର”| 

ଅଙ୍କିତ୍......”ଆରେ କିଛି ହେବନି, ଆମେ ଦୁଇଜଣ ଅଛୁ | ଭରସା କର | 

ମହେଶକୁ ମନେଇ ଥିବାରୁ ରୋହିତ ଓ ଅଙ୍କିତ୍ ବହୁତ ଖୁସିଥିଲେ | ଏଥର ଅଙ୍କିତ୍ ତା କାମରେ ଲାଗିଗଲା | 

ପୁସ୍ତକ ଥାକରୁ ଗୋଟେ ପୁସ୍ତକ ଟାଣି ଆଣିଲା | ଯାହାର ଶୀର୍ଷକ ଥିଲା,”ପ୍ରେତାତ୍ମା ଡାକିବାର ଉପାୟ”| ସେଥିରେ ଲେଖାଥିବା ଉପାୟକୁ ଅଙ୍କିତ ବଡ ପାଟିରେ ପଢିବାକୁ ଲାଗିଲା ଓ ରୋହିତକୁ ସେଇ ଅନୁସାରେ କାର୍ଯ୍ୟ କରିବାକୁ ଇସାରା କଲା...... 

"ଏକ ଭଲ ଆଲୋକିତ କୋଠରୀରୁ ଆରମ୍ଭ କରନ୍ତୁ | କିଛି ମହମବତୀ ଜାଳନ୍ତୁ ଏବଂ ଲାଇଟ୍ ବନ୍ଦ କରନ୍ତୁ | ସେ ମହମକୁ ଦର୍ପଣ ଉପରେ ଗୋଟେ ଜାଗାରେ ଧରିରଖନ୍ତୁ | ଯଥେଷ୍ଟ ମହମ ହୋଇଗଲେ, ଦର୍ପଣରୁ ମହମକୁ ଅଲଗା କରନ୍ତୁ | ଦର୍ପଣରେ ଏବଂ ଆପଣଙ୍କ ଚାରିପାଖରେ ଲୁଣ ଛିଞ୍ଚନ୍ତୁ | ଧ୍ୟାନ ରଖନ୍ତୁ ଲୁଣ ଯେପରି ସବୁ ସମୟ ପାଇଁ ଆପଣଙ୍କ ଚାରିପାଖରେ ରହିବ | ଆପଣଙ୍କ ଆଗରେ ମହମବତୀ ରଖନ୍ତୁ, ଏବଂ ଏକଦମ ଶାନ୍ତି ଓ ଚୁପ ରୁହନ୍ତୁ | 

ଏତିକି ପଢ଼ିସାରି ସମସ୍ତେ କାମରେ ଲାଗିଗଲେ, ପୁସ୍ତକରେ ଯେପରି କାର୍ଯ୍ୟ କରିବାକୁ କୁହା ଯାଇଥିଲା ସେପାରି କରିସାରି ସମସ୍ତେ ଲୁଣର ଗୋଲାକାର ଭିତରେ ପ୍ରବେଶ କରି ବସିଗଲେ | ଅଙ୍କିତ୍ ପରବର୍ତ୍ତୀ କାର୍ଯ୍ୟ କଣ ସବୁ ପଢ଼ିସାରିଥିଲା | 

ଅଙ୍କିତ୍ : “ସମସ୍ତେ ଚୁପ ହୋଇ ବସ, ମୁଁ ଏବେ ମୋ ହାତକୁ କାଟି ସେ ଦର୍ପଣ ଉପରେ ପକାଇବି, ତା ଉପରେ ଥିବା ମହାମକୁ ଧୀରେ ଏ ଛୁରୀ ଦ୍ଵରା ଖୋଲିବି, ହଁ ଧ୍ୟାନ ରଖ ମୁଁ ଯାହା କହିବି ମୋ ସହ ମିଶିକି କହିବ”| 

ରୋହିତ.......”ହେଲେ ତୁ କାହାକୁ ଡାକିବୁ ?”| 

ଅଙ୍କିତ : “ଡାକିବାକୁ ତ ଜେଜଙ୍କୁ ଇଚ୍ଛା ହେଉଛି, କିନ୍ତୁ ଏ ପୁସ୍ତକରେ ଅଛି ଯାହାର ମୃତ୍ୟୁ ନିକଟରେ ହୋଇଥିବ, ତାକୁ ଡାକିଲେ ସେ ଶୀଘ୍ର ଆସିବ”|

ଏତିକି କହି ଅଙ୍କିତ ଖବର କାଗଜରେ ଜଣେ ଯୁବକର ଫୋଟୋକୁ ସମସ୍ତଙ୍କ ଆଗରେ ରଖିଦେଲା ଓ ସମସ୍ତଙ୍କୁ କହିଲା ମନେ ମନେ ତାକୁ ଭାବ | 

ମହେଶ : “ମତେ ଭରି ଡର ଲାଗୁଛି, ଦେଖୁନ ସେ ଫୋଟରେ ତା ମୁହଁଟା କିପରି ଦେଖା ଯାଉଛି”| 

ରୋହିତ.......”ଚୁପ ହେଇ ବସ, ତା ଉପରେ ଗାଡି ଚଢି ଯାଇଥିଲା | ମୁହଁଟା କଣ ମେକପ୍ ନେବା ଭଳି ଦେଖା ଯିବ”| 

ଅଙ୍କିତ୍ ଇଙ୍ଗିତ କରି........”ଚୁପ ବସ, ସେ ଫୋଟୋକୁ ଦେଖ | ମୁଁ ମହାମକୁ ଖୋଲୁଛି | ସମସ୍ତେ ମୋ ସହ କୁହ : (ଏତିକି କହି ନିଜର ଆଙ୍ଗୁଠିକୁ କାଟି ରକ୍ତ ବୁନ୍ଦା ଦର୍ପଣ ଉପରେ ପକାଇ ଦେଲା, ଓ କହିବାକୁ ଲାଗିଲା……………

“ହେ ଆତ୍ମା ଆମକୁ ଶୁଣିପାରୁଛ (ରୋହିତ ଓ ମହେଶ ପୁନରାବୃତ୍ତି କରୁଥାନ୍ତି)| ଆମକୁ ତୁମର ସାହାଯ୍ୟ ଦରକାର | 

ହେ ଆତ୍ମା...... ଆସ, ହେ ଆତ୍ମା.......ଆସ........ ହେ ଆତ୍ମା ଆସ | ଆମେ ତୁମକୁ ବିଶ୍ୱାସ କରୁ, ତୁମେ ଆସିବ | ହେ ଆତ୍ମା.... ଆସ | ତୁମର କଥା କୁହ, ଆମକୁ ତୁମ କଥା ଜାଣିବାରେ ଅଂଶୀଦାର କର | ହେ ଆତ୍ମା ପ୍ରବେଶ କର... ପ୍ରବେଶ କର.....”| 

ସମସ୍ତେ ଶାନ୍ତ, ଜଳୁଥିବା ମହମବତୀ ଆଲୁଅରେ ପରସ୍ପରକୁ ଚାହୁଁଥାନ୍ତି | ଏତିକି ବଳେ ଥଣ୍ଡାପବନ ଦେହରେ ବାଜିଲା | ମହମବତୀ ଆଲୁଅ ଧପ୍ ଧପ୍ ହୋଇ ଲିଭିଗଲା | ଚାରିଆଡେ ନିଃସ୍ତବ୍ଦ | 

ଧପ୍ କରି ଗୋଟେ ମହାମବତୀ ଜଳିଉଠିଲା, ଧିକେ ଧିକେ ଆଲୁଅ ଦେଖା ଯାଉଥାଏ | ଅଙ୍କିତ୍ ଜାଣିସାରିଥିଲା ଆତ୍ମା ଆସି ସାରିଛି | ସେ ଦର୍ପଣକୁ ଚାହିଁଲା, ଆତ୍ମାର ପରଛାଇ ଦେଖିବାକୁ | 

ମହେଶ କଣେଇକି ଟିକେ ଟିକେ ହସିବାକୁ ଲାଗିଲା | ଓ କହିଲା.....”ସେ ଦର୍ପଣରେ କଣ ଖୋଜୁଛୁ ମୁଁ ଏଠି ଅଛି”| କହି ଜୋରେ ଜୋରେ ହସିବାକୁ ଲାଗିଲା | 

ରୋହିତ.......”ମହେଶ ତୋ ମୁଣ୍ଡ କାମ କରୁନି ବୋଧହୁଏ, ମଜା କରିବାକୁ ଏଟା ତତେ ଠିକ୍ ସମୟ ଲାଗୁଛି ? ଚୁପ କରି ବସ | 

ମହେଶ.......”ମୁଁ ଚୁପ କରିବି.... ମୁଁ | ତୁମେ ମତେ ଡାକିଛି କହିବାକୁ, ଅଥଚ ଚୁପ ରହିବି ମୁଁ | (ପୁନଃ ହସିବାକୁ ଲାଗିଲା )| 

ଅଙ୍କିତ ଇଙ୍ଗିତ କଲା ରୋହିତକୁ ଚୁପ ରହିବାକୁ | ରୋହିତ ବୁଝିସାରିଥିଲା ସେ ମହେଶ ନୁହେଁ, ବରଂ ସେ ଡ଼ାକିଥିବା ଆତ୍ମା କବ୍ଜା କରିଛି ମହେଶ ଉପରେ | 

ମହେଶ ଏଥର ମୁଣ୍ଡ ତଳକୁ କରି ଦୁଇ ଆଣ୍ଠୁରେ ରଖି ଝୁଲିବାକୁ ଲାଗିଲା | ମଝିରେ ମଝିରେ ରାଗିକି ଚିତ୍କାର କରୁଥାଏ | 

ଅଙ୍କିତ.......”ତୁମର ମୃତ୍ୟୁ କିପରି ହେଲା, ଏବେ କେଉଁଠି ରହୁଛ | ମରିବା ପରେ ସମସ୍ତେ କୁଆଡେ ଯାଉଛନ୍ତି ?????| 

ମହେଶ ......”ଓହଃ, କେତେ ପ୍ରଶ୍ନ ପଚାରୁଛୁ | ତୋର ବହୁତ ଇଚ୍ଛା ମୋ କଥା ଜାଣିବାକୁ | ଯିବୁ ମୋ ସାଙ୍ଗରେ, ନେଇଯିବି ତତେ | ମୁଁ ବଞ୍ଚିଥିବା ବଳେ ଅନେକକୁ ମାରିଥିଲି ସେଥିପାଇଁ ମୋ ଉପରେ ସେ ଗଡି ଚଢାଇ ମାରିଲେ | ହେଲେ ମୁଁ ଆଉ ଥରେ ଆସିଛି କାହାକୁ ଛାଡିବିନି | ସମସ୍ତଙ୍କୁ ମାରିବି | ଏ ଛାଡେ ମତେ....... |(କଣେଇ ଚାହିଁଲା ରୋହିତକୁ ) | 

ଯେପରି ମଣିଷ ଭିତରେ ଭଲ ଓ ଖରାପ ଥାନ୍ତି, ସେପାରି ଆତ୍ମା ଭିତରେ ବି | ଅଙ୍କିତ୍ ଜାଣିସାରିଥିଲା ସେ ଡ଼ାକିଥିବା ଆତ୍ମା ଜଣେ ଖରପ ଓ ଦୁର୍ଦ୍ଦାନ୍ତ | ସେ କିଛି ବି କରିପାରେ, କାହାକୁ ମାରିବି ପରେ | କିପରି ଆତ୍ମାକୁ ମହେଶ ଠାରୁ ଅଲଗା କରିବ ଭାବୁଥାଏ | 

ହଠାତ ମହେଶର କପଡା ଜଳିବାକୁ ଲାଗିଲା, ରୋହିତ ବଞ୍ଚାଇବାକୁ ନିଜ ଜାଗାରୁ ଉଠିଯାଇ ମହେଶକୁ ସେ ଲୁଣର ଗୋଲାକାର ଗାର ଭିତରୁ ଟାଣି ଆଣିଲା | ଏବେ ମହେଶ ବାହାରେ ଥିଲା, ଜୋରେ ଜୋରେ ହସିବା ଆରମ୍ଭ କଲା | ରୋହିତକୁ ବଞ୍ଚାଇବାକୁ ଅଙ୍କିତ ହାତ ବଢ଼ାଇଲା, କିନ୍ତୁ ମହେଶ ରୋହିତର ଗୋଡ଼କୁ ଟାଣି ନେଇ କାନ୍ଥକୁ ଫିଙ୍ଗିଦେଲା | ଘରର ସବୁ କାଚ ଧଡ ଧଡ କି ଭାଙ୍ଗିବାକୁ ଆରମ୍ଭ କଲା | ରୋହିତକୁ ବଞ୍ଚାଇବାକୁ ଅଙ୍କିତ ନିଜ ଜାଗାରୁ ଉଠିଗଲା | ମହେଶ ଝପଟି ଆସିଲା ଅଙ୍କିତ୍ ପାଖକୁ, ତଣ୍ଟିକୁ ଚିପି ଧରିଲା | ଅନେକ ଚେଷ୍ଟା କରି ମଧ୍ୟ ନିଜକୁ ବଞ୍ଚାଇ ପାରୁନଥାଏ ଅଙ୍କିତ୍ | ତା ଆଖି ଧୀରେ ବନ୍ଦ ହୋଇଗଲା | 

ଅଙ୍କିତ୍ ଉଠୁ,....ଉଠୁ... ଅଙ୍କିତ୍ | ଅଙ୍କିତ୍ ଆଖି ଖୋଲିଲା | ତା ଆଗରେ ଜେଜେ ଥିଲେ, ସେ କହୁଥିଲେ..... ଅଙ୍କିତ ଉଠୁ ବାପା, କହ ସେ ଦୁଷ୍ଟ ଆତ୍ମାକୁ, ”ଯାଅ ମୁଁ ତତେ ମୁକ୍ତ କଲି କହ.... ଜୋରେ କହ”..... | 

ଅଙ୍କିତ ଜୋରେ କହିଲା, ”ଯାଅ, ମୁଁ ତତେ ମୁକ୍ତ କଲି”| 

ମହେଶ ତଳେ କଚାଡି ହୋଇ ପଡିଲା | ଅଙ୍କିତ୍ ସେ ଦର୍ପଣକୁ ଚାହିଁଲା, ଜେଜେଙ୍କୁ ଦେଖି ତା ଆଖିରୁ ଲୁହ ଝରୁଥିଲା |

ଜେଜେ କହିଲେ, ”ଅଙ୍କିତ୍ ଆତ୍ମା ଯେତବେଳେ ଶରୀରରୁ ଅଲଗା ହୁଏ, ସେତବେଳେ ସେ ପରମାତ୍ମାଙ୍କ ଆଡକୁ ଗତି କରେ ଉର୍ଦ୍ଧ୍ୱ ମୁହାଁ ହୋଇ | ଆତ୍ମାକୁ ବହୁତ ସମୟ ଲାଗେ ଉର୍ଦ୍ଧ୍ୱଗତି ହେବାକୁ | ତୁମେ ମାନେ ଏପରି ଆତ୍ମାକୁ ଡାକିଲେ ସେମାନଙ୍କୁ ପୁଣି ପଛକୁ ଫେରିବାକୁ ପଡେ | ଯାହା ଆମ ପାଇଁ ବହୁତ କଷ୍ଟ | ଏ ନୂଆ ଆତ୍ମା କିଛି ଦିନ ପରେ ଶାନ୍ତ ପଡିବେ | ସେମାନଙ୍କୁ ସମୟ ଲାଗିବ ସ୍ଥିର ହେବାକୁ | ଭାବୁଛି ବୁଝିସାରିଥିବୁ | ମତେ ଫେରିବାକୁ ପଡିବ”| 

ରୋହିତକୁ ଉଠାଇଲା ଅଙ୍କିତ୍ | ଦୁହେଁ ମହେଶ ପାଖକୁ ଯାଇଁ ଡ଼ରିକି ଉଠଉଥାନ୍ତି | ମହେଶ ଆଖି ମଳି ଉଠି ବସିଲା | 

ମହେଶ........”ମୁଁ ଶୋଇପଡିଲି ???, କୁଆଡେ ଗଲା ତୁମ ଆତ୍ମା | ଓଃ ମୋ ସହ ସମସ୍ତେ ତାହେଲେ ଶୋଇପଡିଥିଲ |

କାହାର ଇଚ୍ଛା ନଥିଲା ଏ କଥାରେ ହସିବାକୁ | ଅଙ୍କିତ୍ ନିଜକୁ ଦୋଷୀ ଭଳି ଭାବି କାଠ ଭଳି ଠିଆ ହୋଇଥିଲା | 



Rate this content
Log in

Similar oriya story from Horror