Lipsa Acharya

Inspirational

4.0  

Lipsa Acharya

Inspirational

ଆମେ ଠାରୁ ମୁଁ

ଆମେ ଠାରୁ ମୁଁ

3 mins
25


ଆସନ୍ନ ସଂଧ୍ଯା । କୀର୍ତ୍ତନ ବିଜୁ ପଟ୍ଟନାୟ ପାର୍କର ବେଞ୍ଚ ନମ୍ବର ୫ ରେ କାହାକୁ ଅପେକ୍ଷା କରି ବସିଥାଏ । ମଝିରେ ମଝିରେ ଉଠି ଯାଇ ପଦାଚରଣ କରୁଥାଏ । ଅପେକ୍ଷା କରିବାର ବିରକ୍ତି ତା'ମୁହଁରେ ବାରି ହେଇ ପଡୁଚ୍ଥି । ଦୀର୍ଘନିଶ୍ବାସ ପରିତ୍ଯାଗ କରି ପୂର୍ବପରି ବେଞ୍ଚ ଉପରେ ବସି ହାତଘଡିକୁ ନଜର ପକାଇ ପାର୍କର ମୁଖ୍ଯ ଫାଟକ ଆଡକୁ ଅନାଇଲା। କେଉଁଠେ ରହିଗଲା ଏ ଝିଅଟା । ମୁଁ ଏଠି ଅପେକ୍ଷା କରିଚ୍ଥି ବୋଲି କ'ଣ ଜାଣିନି । ଆଜି ରାତିରେ ଯେମିତି ହେଲେ ଭୂବନେଶ୍ବର ଫେରିବାକୁ ପଡିବ । ମୁଁ ଫୋନ ରେ ତାଗିତ୍ କରି କହିଲା ପରେ ବି ...!! ଏ ଆଜିକାଲି ଚ୍ଥୁଆ ମାନଙ୍କ ସମୟ ଜ୍ଞାନ ନାହିଁ । 


      ଅପେକ୍ଷା.. ଅପେକ୍ଷା.. ଅପେକ୍ଷା । ସତରେ ଏ ଦୁନିଆଁ ରେ "ଅପେକ୍ଷା " ନାମକ ଶବ୍ଦ ଆଉ ତା'ର କାମ କାହିଁକି ରହିଲା କେଜାଣି । ବୋଧହୁଏ ଏହି ଅପେକ୍ଷା ଜୀବନର ଧୈର୍ଯ୍ଯ ପରିକ୍ଷା । ଆଉ କିଚ୍ଥି ସମୟ ପରେ ଜୁଳୁଜୁଳିଆ ପୋକ ପରି ବାହାରି ଯିବେ ଆକାଶରେ ତାରାପୁଞ୍ଜ। ମାତ୍ର, ଏ ଝିଅର ଦେଖା ନାହିଁ । ମିତ୍ଯାକୁ ଆଶ୍ରୟ କରି ଅନେକ ଦିନପରେ ସେ ଭେଟିବାକୁ ଆସିଚ୍ଥି, ତା' ସାନ ଭଉଣୀ କୁନି କୁ । ଯଦି ତା' ଫୋନ ଆସି ନ ଥାନ୍ତା; ତାହାହେଲେ କୀର୍ତ୍ତନ କେବେ ଜାଣି ପାରି ନ ଥାନ୍ତା। ମା' ଦେହ ଅସୁସ୍ଥ । ଟିନାକୁ ପ୍ରେମ କରି ବିବାହ କଲା ବୋଲି ବାପା ତାକୁ ଘରୁ ବାହାର କରିଦେଲେ । ବାବା ସିନା ଅଭିମାନ କରିଥିଲେ ହେଲେ, ମା ..! ତାର କ'ଣ ମୋତେ ବୁଝିବାର ନ ଥିଲା । କହିଲା କ'ଣ ନା;" ମୋ ସ୍ବାମୀର ନିଷ୍ପତି ଉପରେ ମୁଁ ପ୍ରତିବାଦ କରି ପାରିବି ନାହିଁ ।" ମୋର ବି ଗୋଟିଏ ସ୍ବାଭିମାନ ଅଛି କି ନାହିଁ । ବାସ୍! ସେ ଦିନ ଠାରୁ ଘର ସହିତ ସବୁ ସମ୍ପର୍କ ରେ ଯବନିକା ପଡିଗଲା । ବୁଝି ହଉନି, ଝିଅଟା ମୋ ଫୋନ ନମ୍ବର ପାଇଲା କେଉଁଠୁ?? ଏ ଘଟଣା ଘଟିଲା ବେଳକୁ ସେ ଅଷ୍ଟମ ରେ ପଢୁଥିଲା । ମୋ ଠାରୁ ୧୪ବର୍ଷରେ ସାନ । ତେଣୁ କେବେ ଲାଗେନି ସାନ ଭଉଣୀ ବୋଲି । କୌଣସି ଗୁଣରୁ ଝିଅ ଠାରୁ କମ୍ ନୁହେଁ । କୀର୍ତ୍ତନର କୁନିର ପିଲାଦିନ କଥା ମନେ ପଡିଗଲା । ସେ କିପରି କୁନିକୁ ହାତଥରି ଚାଲିବା ଶିଖେଇଚ୍ଥି। ନିଜ ହାତରେ ଖୁଆଇ ପିଆଇ ବଡ କରିଚ୍ଥି । ତେଣୁ ସେ କୁନିକୁ ନାମ ବଦଳରେ ଝିଅ କହି କାଡେ। ବହୁତ ବଡ ହେଇ ଯାଇଥିବଣି ସେ । କାଇଁ, ଏମିତି ନୁହେଁ ତ ଆଉ । ସେ ଏତେ ବଡ ପାର୍କରେ ମୋତେ ଖୋଜୁଥିବ। କୀର୍ତ୍ତନ ନିଜ ଜାଗାରୁ ଉଠି ଯାଇ ଏପଟେ ସେପଟେ ବୁଲୁଲା । କୁନି କେଉଁଠି??

        ପଚ୍ଥରୁ "ଭାଇ" ଡାକ ଶୁଣି କୀର୍ତ୍ତନ ମୁହଁରୁ "ଝିଅ" ଶବ୍ଦ ଟି ଆପେ ଆପେ ବାହାରି ଗଲା । ମୁହଁ ବୁଲାଇ କୀର୍ତ୍ତନ ତା'ଝିଅକୁ ଦେଖିଲା। ଯଦି ତା'ର ଝିଅଟେ ଥାନ୍ତା ବୋଧହୁଏ ସେ ତାକୁ ଏତେ ଭଲପାଇ ପାରି ନ ଥାନ୍ତା। କୀର୍ତ୍ତନ ଜାବୁଡି ଥରିଲା ତା'ଝିଅକୁ। ଅଣାୟତରେ ଲୁହ ବୋହିଗଲା। ଲୁହ ପୋଚ୍ଥି ପୋଚ୍ଥି କୀର୍ତ୍ତନ କୁନିକୁ ବସିବାକୁ କହିଲା। କେଉଁଠୁ କଥା ଆରମ୍ଭ କରିବ ସେ ?? କିପରି ପଚାରିବ ମା'ବାପା କେମିତି ଅଚ୍ଥନ୍ତି। ନିରବତା ଭାଙ୍ଗି କୀର୍ତ୍ତନ କୁନିକୁ ପଚାରିଲା;"ଝିଅ ମା' କେମିତି ଅଛି ? " । କୁନି କୀର୍ତ୍ତନକୁ ଥରେ ନଜର ଘୁରାଇ ଆଣି ମୁଣ୍ଡ ତଳକୁ କରି କହିଲା ;"ସେ ଠିକ୍ ଅଛି ।" ଗୋଟିଏ କଥା ପଚାରିବି ଭାଇ! ସତକଥା ହେଲା; ଭାଇ ତୁ ଯେଉଁ ଦିନ ଆମ ମାନଙ୍କୁ ଚ୍ଥାଡି ଚାଲିଗଲୁ ।ସେଦିନ ଠାରୁ ପ୍ରଶ୍ନ ମୋ ମନରେ ଘାଣ୍ଟି ହଉଚ୍ଥି। ଭାଇ ମୁଁ ଭାବିଥିଲି: କିଚ୍ଥି ଦିନପରେ ବାବା ଙ୍କ ରାଗ ଶାନ୍ତ ହେଇଗଲେ ତୁ ତାଙ୍କୁ ବୁଝାଇ ସୁଜାଇ ଘରକୁ ଫେରି ଆସିବୁ। ହେଲେ, ତୁ.....। କଣ ଆମ ମାନଙ୍କ ଠାରୁ ତୋ ସ୍ବାଭିମାନ ବଡ ହେଇଗଲା ।

କୀର୍ତ୍ତନ :- ଦେଖ୍, ଝିଅ ଯାହା ହେଇଗଲା ତାକୁ ବଦଳା ଯାଇ ପାରିବ ନାହିଁ । ଆଉ ତମେ ସବୁ ମୋ ନିଜର । ଆମେ ଗୋଟିଏ ପରିବାର । ମୁଁ ତମ ମାନଙ୍କ ଠାରୁ ଦୂରରେ ରହିଲେ ବି । ଆମେ ଗୋଟିଏ । କ'ଣ ପଚାରିବାକୁ ଚାହୁଁ ?? ଦେଖେ, ମୋତେ ରାତାରାତି ଭୂବନେଶ୍ବର ଫେରିବାକୁ ପଡିବ । ବହୁତ କାମ ଅଛି ସେପଟେ ମୋର। 


କୁନି:- ଭାଇ ଆମ ଠାରୁ ତୋ କାମ ବଡ। ହଁ, ହବନି କଣ ପାଇଁ । ଆମେ ତୋର କିଏ କି ?? ଭାଇ ମୁଁ ଶୁଣିଥିଲି ପିଲାମାନେ ମା' ବାପାଙ୍କୁ ଭୁଲି ଯାଇ ପାରନ୍ତି ମାତ୍ର ମା'ବାବା ପିଲାଙ୍କୁ କେବେ ଭୁଲି ପାରିବେ ନାହିଁ । କ'ଣ ଏ କଥା ସତ ??

କୀର୍ତ୍ତନ:- ପୁରା ଠିକ୍ କହିଲୁରେ ମା'। ମୁଁ ଜାଣିଚ୍ଥି ମା'ମତେ କେତେ ଝୁରୁଥିବ। ବାବା କିଚ୍ଥି ନ କହିଲେ ବି ମନେ ମନେ ଅନେକ ଖୋଜୁଥିବେ ।

କୁନି:- ନା. ତୁ କିଚ୍ଥି ବୁଝିପାରୁନୁ। ନ ହେଲେ, ଭାଇ ତୁ ମୋତେ ଭୁଲି ଯାଇ ନ ଥାନ୍ତୁ। ଭାଇ ଠାରୁ ଅଧିକ ବାପା ତୁ ମୋ ପାଇଁ । ଏ ନେ.. କହି କୁନି ନିମନ୍ତ୍ରଣ ପତ୍ର ଟେ କୀର୍ତ୍ତନ ହାତକୁ ବଡାଇ ଦେଲା। ଆସନ୍ତା ମାସରେ ମୋ ବାହାଘର । ତୁ ଆସିବୁ ନାହିଁ ମୁଁ ଜାଣିଚ୍ଥି । ତୁ ସିନା ତୋ ଝିଅକୁ ଭୁଲିଗଲୁ। ହେଲେ, ତୋ ଝିଅ ତା' ବାପାକୁ ଜୀବନ ଥିଲା ଯାକ ଭୁଲି ପାରିବ ନାହିଁ । ଆସୁଚ୍ଥି...


      ମେଞ୍ଚାଏ ଲୁହ ଆଖିରେ ଥରି କୁନି ଚାଲିଗଲା। କୀର୍ତ୍ତନ ନିମନ୍ତ୍ରଣ ପତ୍ର ଟି କୁ ଖୋଲି ଦେଖିଲା। ତା'ପରି ପରିସ୍ଥିତି ଦୁନିଆଁ ରେ ଆଉ କାହାର ନ ଥିବ ! ମୋ ଠାରୁ ଆମେ ପାଲଟି ଥିବା ଭାଇ ଭଉଣୀର ସମ୍ପର୍କ ଆଜି କେବଳ ମୋ ପାଖରେ ଅଟକି ଗଲା "ମୁଁ " ହେଇ।  



Rate this content
Log in

Similar oriya story from Inspirational