STORYMIRROR

Parameswar Ojha

Inspirational

3  

Parameswar Ojha

Inspirational

ଆମେ ଅସୁରକ୍ଷିତ

ଆମେ ଅସୁରକ୍ଷିତ

2 mins
191


ସ୍କୁଲରେ ପ୍ରତିଭା ମିସ୍ ସବୁ ଶନିବାରେ ପିଲାଙ୍କୁ ‌ଗୋଟେ ଗୋଟେ ନୂଆ ବିଷୟ ଦିଅନ୍ତି ଗପ ଲେଖିବାକୁ । କିଛି କିଛି ନୂଆ ନୂଆ ଶବ୍ଦ ଯେମିତି କି ସ୍କୁଲ ପରିବେଶ, ବାପା, ବୋଉ, ଆମ ଗାଁ ରାସ୍ତା, ପ୍ରିୟ ସାଙ୍ଗ ଏମିତି ଅନେକ ..... ସେଦିନ ତାଙ୍କ ମନ କ'ଣ ହେଲା କେଜାଣି ସେ ପିଲାଙ୍କୁ ଦେଲେ ନୂଆ ବିଷୟଟେ ଭାବିଲେ ସେମାନେ ଟିକେ ପରୀ ରାଇଜ ଆଡେ ବୁଲି ଆସନ୍ତୁ । ସେଥିପାଇଁ ସେଦିନର ବିଷୟ ଦେଲେ, ଅସୁରକ୍ଷିତ ପରୀ ।

ସମସ୍ତେ ନିଜ ନିଜ ଶୈଳୀରେ ଲେଖିଥିଲେ କାହାଣୀ, କିଏ ସୋନ୍ ପରୀ ବିଷୟରେ ଲେଖିଥିଲା ତ କିଏ ସ୍ୱର୍ଗ ପରୀ ବିଷୟରେ । ଆଉ କିଏ ନୂଆ ନୂଆ କାଳ୍ପନିକ ପରୀ ତିଆରି କରି ଲେଖିଥିଲେ ସୁନ୍ଦର ଗପ ।

କିନ୍ତୁ ଗୋଟିଏ ଗପ ପାଖରେ ପ୍ରତିଭା ମିସ୍ ଅଟକି ଗଲେ ।

ପିଲାଟି ଗପ ଲେଖିନି ତ ଯେମିତି ବାସ୍ତବତାକୁ ଥାପି ଦେଇଛି କାଗଜରେ । ମିସ୍ ପିଲାଟିକୁ ପାଖକୁ ଡାକି ଚାହିଁ ରହିଲେ ମୁଣ୍ଡରୁ ଗୋଡ଼ ଯାଏଁ । ଏତେ ଛୋଟ ଝିଅଟି କେମିତି ଲେଖିଛି ଏତେ କଥା । 

ସେ ଲେଖିଥିଲା, 

ଅସୁରକ୍ଷିତ ପରୀ,

ଆଜି ପରୀ ମାନେ ଅସୁରକ୍ଷିତ ସତରେ, ପ୍ରଥମେ ପରୀ ମୁଁ କାହାକୁ କହୁଛି ବୁଝନ୍ତୁ, ମୁଁ ପରୀ କହୁଛି ଆମ ଭଳି ଛୋଟ ଛୋଟ ପରୀ ଝିଅମାନଙ୍କୁ । ଯେଉଁ ମାନେ ପଡିଶା ଘରେ, ବନ୍ଧୁ ବାନ୍ଧବ ଘରେ, ଅଙ୍କଲ ଦାଦା ଭାଇ ବଡାପା ଜେଜେମାନଙ୍କ ଠାରୁ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଯେଉଁମାନଙ୍କ ଠାରୁ ସ୍ନେହ ଭଲପାଇବା ଟିକେ ପାଇବା ପାଇଁ ଆମେ କୁନୀ ପରୀମାନେ ତାଙ୍କ ପାଖକୁ ଯାଇଥାଉ ସେମାନେ ଆମକୁ ଏକଲାରେ ନିରୋଳାରେ ପାଇ ଆମ ପ୍ରତି ଖରାପ ବ୍ୟବହାର କରନ୍ତି । ଆମ ଦେହର ବିଭିନ୍ନ ଜାଗାରେ ବାହାନା କରି ହାତ ମାରିବା ସହ ଆମକୁ ତାଙ୍କ ପଶୁ ପରି ବ୍ୟବହାରରେ ଅଣନିଃଶ୍ୱାସୀ କରିପକାନ୍ତି ।

ଆମକୁ କହିବାକୁ ବି ସାହସ ହୁଏନି ପାପା ମାମାକୁ କାହିଁକି ନା ପାପା ମାମାଙ୍କର ସେମାନଙ୍କ ଉପରେ ବହୁତ ବିଶ୍ୱାସ ଓ ଭରସା ଥାଏ ସେଥିପାଇଁ । ସେଇ ଭରସାରେ ଆମକୁ ଏକଲା ତାଙ୍କ ଜିମା ଦେଇ ପଳେଇ ଯାଆନ୍ତି କାମରେ ବହୁତ ସମୟ । ଆଉ ସେଇ ସମୟର ବିଶ୍ଵାସର ଫାଇଦା ଉଠାନ୍ତି ଏଇ ଭାଇ ଦାଦା ଅଙ୍କଲ ଅଜା ପରି ମଣିଷମାନେ ଭୁଲ କହିଲି ମଣିଷ ନୁହଁ ତ ଅମଣିଷ ମାନେ ।

ଆମେ କୁନୀ ପରୀ ମାନେ କେମିତି ଯେ ଏମାନଙ୍କ ଠାରୁ ସୁରକ୍ଷିତ ରହିବୁ ? ତାର କିଛି ଉତ୍ତର ଅଛି ଆପଣମାନଙ୍କ ପାଖରେ ? 

ପ୍ଲିଜ୍ ଅଙ୍କଲ ଦାଦା ଭାଇ ଅଜା ଏମିତି ଆହୁରି ଯେତେ ସବୁ ଗୁରୁଜନ ମାନେ ପ୍ଲିଜ୍ ଆପଣମାନଙ୍କ ଠାରୁ ଆମେ ସ୍ନେହ ଭଲପାଇବା ଚାହୁଁ । ଏମିତି ମଣିଷ ପଣିଆ ଭୁଲି ଅମଣିଷଙ୍କ ପରି କଦର୍ଯ୍ୟ କାମ କରି ଆମ ମନରେ ଆପଣ ମାନଙ୍କ ପାଇଁ ଘୃଣା ଭାବ ତିଆରି କରନି କି ପବିତ୍ର ସଂପର୍କରେ ଅବିଶ୍ୱାସର କାଳିମା ବୋଲି ସମସ୍ତଙ୍କ ନଜର ଆମ ପାଖରେ ଏକ କରି ଦିଅନି । ଆପଣମାନଙ୍କୁ ହାତ ଯୋଡ଼ି ମୁଁ ଅନୁରୋଧ କରୁଛି ଆମକୁ ସୁରକ୍ଷିତ ରହିବାକୁ ଦିଅ । ଭଲପାଇବା ସ୍ନେହ ଦେଇ ଆମକୁ ଆଦରିଲେ ଆମେ ଖୁସି ହେବୁ । ଆମେ ଖାଲି ଆମ ବାପା ମାଆ ପରୀ ନୁହଁ ଆମେ ସମସ୍ତ ଙ୍କ ପାଖରେ ସେଇ ପରି ସୁରକ୍ଷିତ ପରୀ ହୋଇ ରହିବାକୁ ଚାହୁଁ । ପ୍ଲିଜ୍ ଆମ ଭରସା ବିଶ୍ୱାସକୁ ଭାଙ୍ଗି ଦିଅନି ଆମେ ସମସ୍ତେ ଆପଣଙ୍କ ପାଖରେ ହାତ ଯୋଡ଼ି ନେହୁରା ହେଉଛୁ ।



Rate this content
Log in

Similar oriya story from Inspirational