Rekharani Sahu

Inspirational

4  

Rekharani Sahu

Inspirational

ଆକାଶ ଦୀପ

ଆକାଶ ଦୀପ

5 mins
254


  ଜୀବନରେ ସମସ୍ତେ ଶାନ୍ତି ଖୋଜନ୍ତି ପ୍ରତ୍ୟେକ ସମୟରେ କିନ୍ତୁ କେତେ ଜଣଙ୍କୁ ବା ମିଳେ ସେ ଅପୂର୍ବ ଶାନ୍ତି । କେତେଜଣ ହସିପାରନ୍ତି ମନ ଖୋଲି ।

     ସେଦିନ ସନା ମଉସା ପୁଅ ରାଧୁଆ କହିଲା ମୋ ବାପର ବହୁତ୍ ପଇସା ମୁଁ ଯାହା ଚାହିଁ ବି ସବୁ କରିପାରିବି। ତା ପାଖରେ ତା ସାଙ୍ଗ ଆଦିଆ ବସିଥିଲା । ସେ କହିଲା ଖାଲି ବୋପା ପଇସା ରେ ସବୁ କରି ପକେଇବୁ କହୁଛୁ । ରାଧୂଆ କହିଲା ବାଜି ପକା ଯଦି ସବୁ ନକରିବି କହିବୁ । ଆଦିଆ କହିଲା ଠିକ୍ ଅଛି ବାଜି ପଇଲା ଯଦି ତୋ ବାପା ପଇସା ରେ ତୁ ଅପୂର୍ବ ଶାନ୍ତି ଖୋଜି ପାଇଯିବୁ ମୁଁ ମାନି ନେବି ତତେ ଆଉ ତୋ ପାଖେ ମୁଁ ସବୁଦିନ ଗୋଲାମ ପରି ରହିବି । ନହେଲେ ତୁ ତୋ ବାପା ପଇସା ରେ ଅୟେସ୍ କରିବା ଛାଡ଼ି ନିଜ ରୋଜଗାର ରେ ଚଳିବୁ । ତାର ମୁଖ୍ୟ ଉଦେଶ୍ଵ ଥିଲା ରାଧୁଆ ଉଚିତ୍ ରାସ୍ତା ଦେଖାଇବା ।


     ରାଧୁଆ କହିଲା ହଉ ହେଲା ପାଇଲା ବାଜି ମୁଁ ତତେ ନିଶ୍ଚୟ ଅପୂର୍ବ ଶାନ୍ତି ଖୋଜି ଦେବି ମୋ ବାପା ପଇସାରେ । ସେ ତା କାମ ରେ ଲାଗିପଡିଲା । ପ୍ରତ୍ୟେକ ଦିନ ତା ଅନ୍ୟର ପେଟ କାଟି ଯୋଉ ପଇସା ଯୋଉ ଠୁଳ କରି ରଖିଥିଲା , ତାକୁ ଉଡେଇବାକୁ ଲାଗିଲା । କେବେ ବେଶ୍ୟା କୋଠିରେ , କେବେ ଚାକାଚକ୍ୟ ଦୁନିଆଁରେ , କେବେ କେବେ ନାଲି ପାଣିରେ ବୁଡି ରହିଲା ।

     କଥାରେ କହନ୍ତି

     "ପୁଅ ଯଦି ଯୋଗ୍ୟ ଧନ କାଇଁ ସଞ୍ଚିବୁ , ପୁଅ ଯଦି ଅଯୋଗ୍ୟ ଧନ କାଇଁ ସଂଚିବୁ ।


     ସମୟ ସବୁବେଳେ ଯେ ସାଥୀ ଦେବ କିଛି ମାନେ ନାହିଁ । ଧିରେ ଧିରେ ସନା ମଉସା ବିରକ୍ତି ହେବାକୁ ଲାଗିଲା । ସେ ଭାରି କଞ୍ଜୁସ୍ ଯେମିତି ଚା ରେ ମାଛି ପଡ଼ିଲେ ମାଛି ଯେମିତି ମିଠା ଶୋଷି ନେଇଯିବ ତାକୁ ଚିପିଡ଼ିକି ଚା ପିଇ ଦବା ଲୋକ ସେ । କିନ୍ତୁ ଗୋଟିଏ ପୁଅ ଆଗକୁ ନାହିଁ କି ପଛକୁ ନାହିଁ । ସେଥିପାଇଁ ରାଧୁଆ ଯାହା ଖର୍ଚ୍ଚ କରେ କିଛି କହେନି ।


     କୋଉ ବାପ ଚାହିଁ ବନି ତା ପୁଅ ମଦୁଆ ମାତାଲ୍ ହୋଇ ରହୁ । ସେଥିପାଇଁ ସେ ରାଧୁଆ ଖର୍ଚ୍ଚରେ ଅଙ୍କୁଶ ଟିକେ ଟିକେ ଲଗାଏ । ସବୁ ଖର୍ଚ୍ଚ ର ହିସାବ ଦେବାକୁ କହେ । କିନ୍ତୁ ସେ ଦିଏନି । ଏମିତି କେଟରେ କେଟରେ ତା ବାପ ହେଲା ଯେ ତା ମନ ଅଶାନ୍ତି ହେବାକୁ ଲାଗିଲା । ତାର ମନେ ପଡ଼ିଲା ଆଦିଆ କଥା । କହିଲା ମୁଁ କେବେ ବି ହାରିବିନି ମତେ ବାଜି ରେ କେହି ହରେଇ ନାହାଁନ୍ତି ଆଉ ଆଜି ମୋ ସାଙ୍ଗ ପାଖେ ହାରିଯିବି । ହେଇ ପାରିବନି ।


     ସେ ତା ବାପ ଠୁ ଗୁଡେ ପଇସା ନେଇ କହିଲା ବେପାର କରିବ । ସନା ମଉସା ବି କହିଲେ ଯାହା ହଉ କୋଉ କୁଳରେ ଲାଗିଯିବ ହେଲେ ଭାବି ପଇସା ଦେଲେ । ସେ ପଇସା ନେଇ ସହର କୁ ପଳେଇଲା। ଆଜି କାଲି ସହର ରେ ଯୋଉ ସବୁ ସଂସ୍ଥା ଚାଲିଛି । ଜିଅନ୍ତା ବିକି ଦେବେ । ତଥାପି ପାଠ ଅଳପ ପଢ଼ିଲେ ମଧ୍ୟ ରାଧୁଆ ସବୁ ଜଣା । କେମିତି ଲୋକଙ୍କ ସହ କାରବାର କରିବା । ସହର ଜୀବନରେ ନିଜକୁ ସଜାଡି ନେଇ ଶାନ୍ତି ପାଇବାକୁ ଚେଷ୍ଟା କରେ ହେଲେ ମିଳେ ନାହିଁ ।


     ବିରକ୍ତି ହୋଇ ହାରିଯିବା ଡର ତାକୁ ଗ୍ରାସ କରେ । ସେ ସହର ରୁ ତା ଗାଁ କୁ ଆସିବା ରାସ୍ତା ରେ ଗୋଟେ ନଦୀ ପଡେ । ସେ ନଦୀ ପାଣି ଭାରି ମଧୁର । ତାର ପ୍ରାକୃତିକ ପରିବେଶ ଭାରି ସୁନ୍ଦର ଥିଲା । ସେ ଦେଖିଲା କିଏ ଗୋଟେ ବୁଢ଼ା ଲୋକ ଗେରୁଆ ବସ୍ତ୍ର ପିନ୍ଧି ମାଳି ମେଞ୍ଚେ ଗୁଡେ଼ଇ ହେଇ ଧ୍ୟାନ କରୁଛି । ସେ ତା ଆଇ ମା ଠୁ ଶୁଣିଥିଲା ଛୋଟ ବେଳେ କି ମୁନି ୠଷି ମାନେ ବହୁତ୍ ଜ୍ଞାନୀ । ସେମାନଙ୍କ ପାଖରେ ସବୁ ପ୍ରଶ୍ନ ର ଉତ୍ତର ଥାଏ । ତା ମନରେ ଆସିଲା ଯାଉଛି ପଚାରିବି ଏଇ ବାବା ଙ୍କୁ । ସେ ଯାଇ ବସି ସେ ବାବା ର ବେଶ ପୋଷାକ ଦେଖି ପରିହାସ ଛଳରେ ଚାହିଁଲା । ଧ୍ୟାନରେ ଥିବା ବାବା ଜାଣି ପାରିଲେ । କହିଲେ କଣ ଅପୂର୍ବ ଶାନ୍ତି ଖୋଜୁଛ । ରାଧୁଆ ଆଖି ଫାଡ଼ି ଆଁ କରି ଅନେଇଛି ।


     ସେ କହିଲେ କଣ ବାପା ପଇସା ରେ ତାହା ମିଳିଲାନି । ସେ ହତବାକ ହେଇ ଚାହିଁଛି । ତାର ପରିହାସ ନଜର କୁଆଡେ ପରିବର୍ତ୍ତନ ହେଇ ଭକ୍ତ ଭାବରେ ହାତ ଯୋଡ଼ି ସେ ସାଧୁ ବାବା ଙ୍କ ମୁହଁ କୁ ଚାହିଁଛି । ତାର ବ୍ୟବହାର ର ପରିବର୍ତ୍ତନ ଦେଖି ସେ ଗୋଟିଏ ଉପାୟ କହିଲେ । ତୁ ନିଜକୁ ଚିହ୍ନିଲେ ନିଜ ଅପୂର୍ବ ଶାନ୍ତି ଖୋଜି ପାଇ ପାରିବୁ ନହେଲେ ନାହିଁ । ତା ମୁଣ୍ଡରେ କିଛି ପସୁନଥାଏ । ସେ ନିଜକୁ ଖୋଜି ବାକୁ ଲାଗିଲା । ବାପା ପଇସା ରେ ଆଉ ସେ ନିଜକୁ ଖୋଜି ପାଇଲା ନାହିଁ । ସେ ପଇସା ରେ ତାର ଆଉ ଇଚ୍ଛା ନଥିଲା । ସେ ଧିରେ ଧିରେ ଖରାପ ରାସ୍ତାରୁ ଭଲ ରାସ୍ତାକୁ ଆସିବାକୁ ଲାଗିଲା । ନିଜକୁ ପ୍ରତ୍ୟେକ ଦିନ ଖୋଜେ ଆଉ ଅପୂର୍ବ ଶାନ୍ତି ବି । ଧିରେ ଧିରେ ତା ଶରୀର କ୍ଷୀଣ ହେବାକୁ ଲାଗିଲା । ସେ ନିଜେ ବାହୁ ପିଟି ରୋଜଗାର କରିବାକୁ ଚାହିଁଲା । ଆଉ ସେଇ ପଇସା ରେ ନିଜେ ଚଳି ତା ବାପା କୁ କିଛି ଦେଲା ।ଧିରେ ଧିରେ ସେ ନିଜକୁ ଖୋଜି ପାଇଲା । ହେଲେ ଅପୂର୍ବ ଶାନ୍ତି କାହିଁ ତ ମିଳୁନି ଭାବି ପୁଣି ସେଇ ସାଧୁ ବାବା ଙ୍କ ନିକଟକୁ ଗଲା । ସାଧୁ ବାବା କହିଲେ କଣ ନିଜକୁ ଖୋଜି ପାଇଲ । ସେ କହିଲା ହଁ ବାବା ପାଇଲି । ହେଲେ ଅପୂର୍ବ ଶାନ୍ତି କାହିଁ ନାହିଁ ତ । ତାହା ତୁମେ ନିଜେ ହିଁ ପାଇବ। ତୁମେ ଫେରିଯାଅ ।


     ସେ ଫେରିଆସି ନିଜ କର୍ତ୍ତବ୍ୟ କରେ , ତା ସହ ଅନ୍ୟର ମଙ୍ଗଳ କରିବାକୁ ଚେଷ୍ଟା କରେ । ଧିରେ ଧିରେ ତାକୁ ଖୁସି ଅନୁଭୂତ ହୁଏ । ସେ ତା ସାଙ୍ଗ ଆଦିଆ ପାଖକୁ ଯାଇ କହେ ସାଙ୍ଗ ଚାଲେ ଯିବା ଏଇ ପାଖ ଗାଁ ରେ ମେଳା ପଡ଼ିଛି ବୁଲିବାକୁ । ସେ କହିଲା ହଉ ଚାଲେ । ଦୁହେଁ ସାଙ୍ଗ ହେଇ ଗଲେ । ମେଳା ବୁଲିଲେ । କାର୍ତ୍ତିକ ମାସର ବାଲି ଯାତ୍ରା ସମସ୍ତଙ୍କର ପ୍ରିୟ । ସେଠି ଦୁହେଁ ମନ ଭରି ବୁଲିଲେ। ସେଠି ଆକାଶ ଦୀପ କେତେ ଲୋକ ବୋଇତ ପାଖେ ଯାଇ ଉଡାଉ ଥିଲେ । ତା ମନରେ ଭାରି ଇଚ୍ଛା ହେଲା । ସେ ଆଦିଆ କୁ କହିଲା । ଆଦିଆ କହିଲା ହଉ ଚାଲ୍ କିନ୍ତୁ ଜାଣିଛୁ ଆକାଶ ଦୀପ ଲଗାଇ ଯାହା ମାଗିବୁ ଉଡାଇଲା ବେଳେ ତାହା ସବୁ ମିଳିବ । ତା ମନେ ମନେ ସେ ଭାରି ଖୁସି କହିଲା ଆଜି ଅପୂର୍ବ ଶାନ୍ତି ମାଗିବି । ଯାଇ ନିଜ ରୋଜଗାର ରେ ଦୁଇଟା ଆକାଶ ଦୀପ ଆଣିଲା । ଗୋଟେ ତା ପାଇଁ ଆଉ ଗୋଟେ ଆଦିଆ ପାଇଁ ।


     ଆକାଶ ଦୀପ ଲଗାଇଲା କହିଲା ହେ ଆକାଶ ଦୀପ ମତେ ଅପୂର୍ବ ଶାନ୍ତି ଆଣି ଦିଅ। ସେଇଠୁ ଆଦିଆ କହିଲା ଆରେ ମୁଃର୍ଖ ଅପୂର୍ବ ଶାନ୍ତି ନିଜ ଭିତରେ ଥାଏ । ଆଉ କୋଉଠି ଖୋଜିଲେ ମିଳିବନି । ଆମେ ଯାହା କରନ୍ତି ତାହା ଅନ୍ୟ ର ମଙ୍ଗଳ ପାଇଁ ହେଉ କିନ୍ତୁ କେବେ ହାନି କାରକ ନହଉ ଯେବେ ଚାହାଁନ୍ତି । ସେବେ ଆମ ଅନ୍ତରରେ ଅପୂର୍ବ ଶାନ୍ତି ପ୍ରାପ୍ତ ହୁଏ । ତାହା କୋଉ ପଇସା ପତ୍ର , ଚାକ ଚକ୍ୟ, ବିଳାସ ବ୍ୟସନରେ ନଥାଏ । ତାହା ଥାଏ ନିଜର ପ୍ରତ୍ୟେକ କର୍ମରେ । ଆମେ ଯଦି ଅଳ୍ପରେ ଖୁସି ହୋଇ ପ୍ରତ୍ୟେକ ମୁହୂର୍ତ୍ତ କୁ ଖୁସିରେ ବଞ୍ଚି ପାରିବା । ହାନି ଲାଭ , ଭଲ, ମନ୍ଦ ସବୁ ଛାଡ଼ି ଉଚିତ୍ କର୍ମ କରିବା , ଆମ ପଥ ସଦା ସୂପଥ ରେ ହିଁ ଯିବ । ଯାହା ଦ୍ଵାରା ଆମ ନିଜ ସହ ଅନ୍ୟର ମଙ୍ଗଳ ହେବ । ସେଇଥିରେ ଅପୂର୍ବ ଶାନ୍ତି ମିଳିବ । ରାଧୁଆ କହିଲା ତେବେ ଆକାଶ ଦୀପ ଉଡେଇବା ଟା ମୋର ଯଥାର୍ଥ ହେଲା । ଅପୂର୍ବ ଶାନ୍ତି ମୋ ନିଜ ଭିତରେ ଥାଇ ସେ ଭ୍ରମିତ ଥିଲା , ଏଇ ଆକାଶ ଦୀପ ସହ ତୋ ପରି ଭଲ ସାଙ୍ଗ ଟେ ପାଇଁ ମୁଁ ଉଚିତ୍ ମାର୍ଗ ପାଇବା ସହ ଅପୂର୍ବ ଶାନ୍ତି ମତେ ପ୍ରାପ୍ତ ହେଲା । ଆଜି ତୁ ଜିତିଲୁ ମୁଁ ହାରିଲି ତଥାପି ଜୀବନର ଗୁଢ଼ ତତ୍ତ୍ଵ ଆଜି ବୁଝି ପାରିଲି । ଆମେ ଯାହା ଇଟସ୍ତଥ ହେଇ ଖୋଜି ବୁଲନ୍ତି ତାହା ପ୍ରକୃତରେ ଆମ ପାଖରେ ଥାଏ ଆଉ ତାହା ନିଜକୁ ପରଖିଲେ ହିଁ ମିଳି ଯାଏ ।


ବି: ଦ୍ର:- ସମସ୍ତଙ୍କୁ ଗୋଟିଏ ଛୋଟିଆ ବାର୍ତ୍ତା ଦେବା ଉଦେଶ୍ୱରେ ଆକାଶ ଦୀପ ଶୀର୍ଷକ ବାଛିଲି । ନିଜ ସହ ଅନ୍ୟ ର ମଙ୍ଗଳ କରନ୍ତୁ । ଭାଇ ଭାଇ ହେଇ ରୁହନ୍ତୁ । ଦୁନିଆଁ ସୁନ୍ଦର ଲାଗିବ। ବିଶେଷ କରି ଯେତିକି ମିଳୁଛି ସେଥିକିରେ ଖୁସି ହେଲେ ସବୁ ଭଲ ଲାଗିବ ଆଉ ଆମ ସହ ଅନ୍ୟ ମାନେ ବି "ଅପୂର୍ବ ଶାନ୍ତି" ଲାଭ କରି ପାରିବେ।



Rate this content
Log in

Similar oriya story from Inspirational