Prasanta kumar Hota

Inspirational Others

4  

Prasanta kumar Hota

Inspirational Others

ଆଧୁନିକତା

ଆଧୁନିକତା

5 mins
494



ସୋରେନ ଯେତେବେଳେ ନିପଟ ମଫସଲ ଗାଁରେ ଅଭାବରେ ରହି ପାଠ ପଢୁଥିଲା, ସହରର ଚାକଚକ୍ୟ ବିଷୟରେ ଅଳ୍ପ ବହୁତ ଜାଣିଲେ ବି ଅଭିଜ୍ଞ ନଥିଲା। ଜାଣିବାର ବିଜ୍ଞତା ମଧ୍ଯ ସେ ଦରକାର କରୁ ନଥିଲା। କାରଣ ମୂଳ ଲକ୍ଷ୍ୟ ତାର ପାଠ ପଢିବା ଥିଲା। ସେଥିପାଇଁ ସେ ଦଶମ ଶ୍ରେଣୀ ପରୀକ୍ଷାରେ ରାଜ୍ୟର ପ୍ରଥମ ଦଶ ଜଣଙ୍କ ମଧ୍ୟରେ ଥିଲା ଓ ନିଜ ଗାଁ ସ୍କୁଲର ଗୌରବ ବଢାଇ ଥିଲା। 


ଘରେ ଟଙ୍କା ପଇସାର ଅଭାବରୁ କୁଆଡ଼େ ନ ଯାଇ ପାଖ କଲେଜରେ ପଢିବ ବୋଲି ସ୍ଥିର କଲା। କିନ୍ତୁ କିଛି ଉଦାର ପ୍ରକୃତିର ଲୋକଙ୍କ ଅନୁକମ୍ପା ପାଇଁ ନିଷ୍ପତ୍ତି ପରିବର୍ତ୍ତନ କରି କଟକ ସ୍ଥିତ ରେଭେନ୍ସା ମହାବିଦ୍ୟାଳୟରେ ନାମ ଲେଖାଇଲା। 

ସୋରେନ ପ୍ରଥମ ଦିନରେ ହିଁ ସମସ୍ତଙ୍କ ହାବଭାବରେ ତାଠାରୁ ଭିନ୍ନ ଏକ ଆଚରଣ ଦେଖିବାକୁ ଲାଗିଲା। ନିଜକୁ ସେ ବାରମ୍ବାର ଅନାଏ ଓ ଭିନ୍ନତାକୁ ବୁଝିବାକୁ ଚେଷ୍ଟା କରେ। ସେ ଭିନ୍ନତା ଯେ ସେମାନଙ୍କର ଆଧୁନିକତା ତାର ଜାଣିବାକୁ ଡେରି ହେଲା ନାହିଁ।  ସେମାନଙ୍କ ଭଲ ପେଣ୍ଟ ସାର୍ଟ ଓ ତାଙ୍କ ପାଖରେ ଦୁଇ ଚକିଆ ଗାଡ଼ି । ତାଙ୍କ ସହିତ କଥାବାର୍ତ୍ତାରେ ମଧ୍ୟ ଏକ ନିଆରା ଶୈଳୀ ସେ ଲକ୍ଷ୍ୟ କରୁଥିଲା ଯାହା ବୋଧେ ତା ପାଖରେ ନଥିଲା। 

ଏଇ ଚାକଚକ୍ୟତା କଣ ଆଜିର ଆଧୁନିକତା। ଏ ପ୍ରଶ୍ନ ଯେତେ ଦୋହରାଇଲେ ବି ନିଜକୁ ଅପ୍ରାଚୀନ କରି ପାରେ ନାହିଁ କି ଆଧୁନିକୀକରଣ କରି ପାରେ ନାହିଁ। 


ନିଜଠାରେ ନବୀନତାର ଅଭାବ ତାକୁ ଅନ୍ୟ ମାନଙ୍କ ଠାରୁ ଭିନ୍ନ କରୁଥାଏ। ତଥାପି ଭାବେ, ସେ ସମସ୍ତଙ୍କ ଠାରୁ ଏତେ ଭିନ୍ନ କାହିଁକି! ନିଜକୁ ନିଜଠାରୁ ମୁକୁଳାଇବାର ସାମର୍ଥ୍ୟ ଖୋଜୁ ଖୋଜୁ ଦିନ ସରିଯାଏ। ପଛ ବେଞ୍ଚରେ ବସି ଦୁଇ ଚାରି ଦିନ ମାତ୍ର ଯାଇଛି କେହି ଜଣେ ଅନ୍ୟକୁ କହିବାର ସେ ଶୁଣିଲା - ଆରେ ଯା! ସେ ପଛ ବେଞ୍ଚରେ ମଫ ପାଖରେ ବସିବୁ। ସୋରେନ ଚମକି ପଡ଼ିଲା। ସେ କଣ ମଫ। କଣ ପାଇଁ ସେ ମଫ! ବିଶେଷ କଥାବାର୍ତ୍ତା କାହା ସହ କରୁନି ବୋଲି। ସିଗାରେଟ୍ ଟାଣୁନି ବୋଲି ନା ସହପାଠିନୀଙ୍କ ସହିତ ଥଟା ମଜା କରୁନି ବୋଲି। ସେ କଣ ପାଇଁ ମଫ। ତା ପାଠପଢା କଣ ତାକୁ ସଂସ୍କାର ଦେଇ ପାରିନାହିଁ। 

ଅନେକ ଏମିତି ଉତ୍ପନ୍ନ ହେଉଥିବା ପ୍ରଶ୍ନ ଅସମାହିତ ହୋଇ ରହିଗଲା। କଲେଜରେ ସେ ଲକ୍ଷ୍ୟ କରୁଥିଲା ଗୋଟିଏ ମାତ୍ର ପିଲା ସୁରେଶ ସମସ୍ତଙ୍କ କେନ୍ଦ୍ର ବିନ୍ଦୁ। ସେ ଯାହା କହୁଥିଲା ପୁଅ କଣ ଝିଅ କଣ ସମସ୍ତେ ଶୁଣୁଥିଲେ। ସେ ଯୋଉଠି ବସୁଥିଲା ତା ଚାରିପଟେ ପିଲା ଘେରିକି ରହୁଥିଲେ ଠିକ ଯେମିତି କୌଣସି ଫିଲ୍ମରେ ହିରୋ ଚାରିପଟେ ଅନ୍ୟମାନେ ଥାଆନ୍ତି। ଅବଶ୍ୟ ସୁରେଶ ଅନ୍ୟ ମାନଙ୍କ ପରି କାହାକୁ ଥଟ୍ଟା ମଜା କରିବା କି କାହାକୁ ଅପମାନ ଦେବା ସେ ଲକ୍ଷ୍ୟ କରି ନାହିଁ। ମନେ ମନେ ସେ ମଧ୍ୟ ତା ଆଡ଼କୁ ଆକର୍ଷିତ ହେବାକୁ ଲାଗିଲା। କିନ୍ତୁ ତାର ଦାମୀ ପୋଷାକକୁ ଦାମୀ ମଟର ସାଇକେଲ ଦେଖି ସେ ପାଖକୁ ଆସି ମିଶି ପାରୁ ନଥାଏ। 

ଦିନେ ସୁରେଶ ସହିତ ଅନ୍ୟମାନେ ଦଳ ହୋଇ ଖଟି କରୁଥାନ୍ତି, ସୋରେନ ସେହି ବାଟ ଦେଇ ଅତିକ୍ରମ କରୁଥିଲା। ଦୁଇ ଜଣ ସାଙ୍ଗ ତାକୁ ଲକ୍ଷ୍ୟ କରି ଡାକିଲେ - ଏଇ ମଫ! ଇୟାଡେ ଆସ୍। ସମସ୍ତେ ହସିଲେ। ଦୁଇ ଥର ଡାକିଲା ପରେ ସୋରେନ ଡରି ଡରି ପାଖକୁ ଆସି ଠିଆ ହେଲା ।

ଜଣେ ପଚାରିଲା -ଗୁପଚୁପ୍ ଖାଇବୁ

ସୋରେନ - ନାହିଁ 

- କଣ ପାଇଁ ଖାଇବୁନି 

- ନାହିଁ। ଇଛା ନାହିଁ। 

- ଇଛା ନାହିଁ କଣ! ଚାଲ୍ ଗୁପଚୁପ୍ ବାଲାକୁ ଡାକ୍। ଆମେ ତୋର ଇଛା କରି ଦେବୁ। 

ସୋରେନ ଅଳ୍ପ ଦି'ଟା ଖାଇ ଆଉ ଖାଇ ପାରିଲା ନାହିଁ। ତାର ଉପସ୍ଥିତି ଅନ୍ୟମାନଙ୍କୁ ଥଟ୍ଟା ମଜା କରିବାର ଖୋରାକ ଯୋଗାଉଥାଏ। ବସାକୁ ଆସିଲେ ଅନେକ ସମୟରେ ଭାବେ ଯେ ତାର ପୁରୁଣା ଅସଜଡା ପୋଷାକ ଓ ମଳିନ ଦେହ କଣ ତାର ଆଧୁନିକତାକୁ ଯିବା ପାଇଁ ପ୍ରତିବନ୍ଧକ। 

 ପ୍ରତିଦିନ ଘଟୁଥିବା ଏମିତି ଘଟଣା ଗୁଡିକ ତାର ମାନସିକ ସ୍ତରକୁ ଦୋହଲାଇ ପକାଉ ଥାଏ। ତା ମନ ଭିତରେ ନିଜ ପ୍ରତି ଏକ ନୀଚ୍ଚତର ଭାବନା ସୃଷ୍ଟି ହେଇ ଯାଉଥାଏ। ତାରି କବଳରୁ ସେ ଆଉ ବାହାରି ପାରୁ ନଥାଏ। ଧିରେ ଧିରେ ସୋରେନ ଅନ୍ୟ ମାନଙ୍କ ଦ୍ଵାରା ବ୍ୟବହୃତ ହେବାକୁ ଲାଗିଲା। ଆଧୁନିକତାର ସ୍ଵାଦ ଚାଖୁ ଚାଖୁ ନିଜ ବ୍ୟକ୍ତିଗତ ପରିଚୟ ଭୁଲିବାକୁ ଲାଗିଲା। ସ୍ଵକର୍ମରୁ ଥରେ ବ୍ୟାହତ ହେଲେ ଫେରିବାଟା କଷ୍ଟ ହେଇ ଯାଇଥାଏ। ସୋରେନର ଅବସ୍ଥା ମଧ୍ୟ ସେମିତି ଥିଲା। 

କଲେଜରେ ପ୍ରଥମ ଥର ପାଇଁ ଯେତେବେଳେ ପରୀକ୍ଷା ହେଲା, ସୋରେନ ବହୁତ କମ୍ ନମ୍ବର ରଖିଲା। ଲଜ୍ଜାରେ ଘରେ କାହାକୁ ଜଣେଇ ପାରିଲା ନାହିଁ। ମନଟା ଅବସାଦରେ ପୁରିଗଲା। ନିଜକୁ ପୁଣିଥରେ ଦୃଢ କରିବାକୁ ନିଜ ଆଧୁନିକତାର ସ୍ପର୍ଶ ପ୍ରତିବନ୍ଧକ ହେବାକୁ ଲାଗିଲା। କ୍ଲାସ ପିଲାମାନେ ତାକୁ ପ୍ରତି କଥାରେ ଡାକିବାକୁ ଲାଗିଲେ। ସେ ତାଙ୍କ ସହ ମଟର ସାଇକେଲରେ ବୁଲିଲା। ତାଙ୍କ ସହ ଖିଆ ପିଆ କଲା। ସମସ୍ତଙ୍କ ବୋଲ ହାକ ମାନୁଥିବାରୁ ସମସ୍ତେ ତାକୁ ବ୍ୟବହାର କରିବାକୁ ଲାଗିଲେ। ଗୋଟିଏ ଜିନିଷ ଅବଶ୍ୟ ଏଥିରେ ତାର ଲାଭ ହେଲା। ସେ ଏବେ ତାଙ୍କ ପରି ଚାଲୁଛି। ତାଙ୍କ ପରି କଥା ହେଉଛି। ପିଲାଙ୍କ ଠାରୁ ମଟର ସାଇକେଲ ଆଣି ଶିଖି ହିରୋଙ୍କ ପରି ବସୁଛି। ଝିଅ ପିଲାଙ୍କୁ ପଛରୁ ଡାକୁଛି। ଅନ୍ୟ ମାନଙ୍କ ହସରେ ହସ ମିଳେଇ ହସୁଛି। ଏବେ ସେ ପ୍ରତି କଥାରେ ଜବାବ ଦେବା ବି ଶିଖି ଗଲାଣି। ମିଥ୍ୟା ପ୍ରତିଶ୍ରୁତି ଓ ମିଥ୍ୟା ଆଡମ୍ବରରେ ଜୀବନର ଆନନ୍ଦକୁ ଆଧୁନିକତା ମନେ କରି ସମୟ ସାରୁଥାଏ। 


ଯୋଉ ଦିନ ସେ କ୍ଲାସରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ନ ପାରିବାରୁ ସରି କହି ସାର୍ ଙ୍କୁ ଆଡେଇ ହେବା ପାଇଁ ଚେଷ୍ଟା କଲା, ସେହିଦିନ ସାର୍ କହିଲେ - ଆରେ ସୋରେନ୍! ତୁ ତ ବୋହୁତ ସ୍ମାର୍ଟ ହେଇ ଗଲୁଣି। ଗାଁ ରୁ ଆସି ଏଠି ପୁରା ମଡର୍ଣ୍ଣ। ପାଠ ନ ଆସିଥିବାରୁ ଦୁଃଖ ଯେତିକି ଲାଗୁ ନଥିଲା, ନିଜକୁ ମଡର୍ଣ୍ଣ ବୋଲି ଅଭିହିତ କରିଥିବାରୁ ମନେ ମନେ ଖୁସି ସେତିକି ହେଉଥିଲା। ତାର କିନ୍ତୁ ସବୁ ଖୁସି ସେହି ମୁହୂର୍ତ୍ତରେ ଉଭାନ୍ ହେଇଗଲା ଯେତେବେଳେ ସାର୍ ସୁରେଶକୁ ପଚାରୁ ପଚାରୁ ସାଙ୍ଗେ ସାଙ୍ଗେ ସେ ଉତ୍ତର ଦେଇଥିଲା। 

ସୋରେନ କିଛି ସମୟ ପାଇଁ ବିଚଳିତ ହେଇଯାଇଥିଲା। ପରେ ଯେତେବେଳେ ସେ ଜାଣିବାକୁ ପାଇଲା ଯେ ସୁରେଶର ସବୁଠାରୁ ଅଧିକ ନମ୍ବର ପରୀକ୍ଷାରେ ଅଛି ସେ ଲଜ୍ଜାରେ ମୁଣ୍ଡ ଉଠାଇ ପାରିଲା ନାହିଁ। ସେଇ ଦୁଃଖରେ ସେ କିଛି ଦିନ ଘରୁ ମଧ୍ୟ ବାହାରି ପାରିଲା ନାହିଁ। କ୍ଲାସ୍ କୁ ଆସିଲେ ବି କାହା ସହିତ ଆଉ ବିଶେଷ କଥା ହେଲା ନାହିଁ। ସୁରେଶ ଯେତେ ବୁଲିଲେ ମୋଉଜ କଲେ ବି ପାଠ ପଢିବା କୁ କେବେ ଗୌଣ ବୋଲି ବିଚାର କରି ନାହିଁ ବୋଲି ଜାଣି ପାରିଲା । ଆଧୁନିକତାର ସ୍ଵାଦ ଚାଖୁ ଚାଖୁ ପାଠ ଯେ ସେ ଭୁଲି ଯାଇଥିଲା ଏବେ ବୁଝି ପାରିଲା। 

ଦିନେ ଅଚାନକ ରାତିରେ ସୁରେଶକୁ ତା ବସାରେ ଦେଖି ସୋରେନ ଆଶ୍ଚର୍ଯ୍ୟ ହେଇଗଲା। ସୋରେନ କିଛି କହିବା ପୂର୍ବରୁ ସୁରେଶ ଘର ଭିତରୁ ପଶି ଯାଇ ଦୁଇ ତିନୋଟି ମଦ ବୋତଲକୁ ଆବିଷ୍କାର କଲା। ସୁରେଶ ହସି ଦେଇ କହିଲା ତୁ ନିଜକୁ ପୁରାପୁରି ଆଧୁନିକତାର ସ୍ପର୍ଶରେ ଭରି ଦେଲୁଣି। ତୋ ପାଖରେ ଗାଁ ର ଆଉ ସେହି ସରଳ ନିଷ୍କପଟତା ନାହିଁ। 

- ଭଲ କଥା ତୁ କହୁଛୁ, ସୋରେନ ଜବାବ୍ ଦେଲା। ମୁଁ ନୂଆ ଆସିଥିଲା ବେଳେ ମୋତେ ମଫ ଡାକି ଘୃଣା କରୁଥିଲ। ଏବେ ମଡର୍ଣ୍ଣ ହେବାରୁ ସେଥିରେ ବି ନାକ ଟେକୁଛ। କଣ କହିବାକୁ ଚାହୁଁଛୁ। 

- ମୁଁ ଏୟା କହୁଛି ଯେ ତୋର ଯାହା ରୁଚି ସେୟା କର। କିନ୍ତୁ ଯୋଉ ଉଦ୍ଦେଶ୍ୟ ନେଇ ଆମେ ଏଠିକି ଆସିଛେ ସେଥିରୁ ଯେମିତି ଆମେ ବିଚ୍ୟୁତ ହେବା ନାହିଁ। 

-କୋଉ ଉଦ୍ଦେଶ୍ୟ ନେଇ ଆମେ ଆସିଛେ! 

- ପାଠ ପଢିବା। ସେଇଟା ଆମର ମୂଳ ଲକ୍ଷ୍ୟ। ବାକି ସବୁ ଦ୍ଵିତୀୟ। ପ୍ରଥମ ଟିକୁ ଛାଡି ଆଉ କିଛି ହାସଲ କରିବାର ଅର୍ଥ ହିଁ କିଛି ନାହିଁ। ତୁଛା ଅଭିନୟ ଆଧୁନିକତାର ଛାପ ଦେଇପାରେ କିନ୍ତୁ ଆଧୁନିକ କରି କାହାକୁ ଗଢି ପାରିବ ନାହିଁ। ଆଧୁନିକ ହେବା ପାଇଁ ପାଠଠାରୁ ଆରମ୍ଭ କରି ଦେଶର ଖବର ପର୍ଯ୍ୟନ୍ତ ସବୁଥିରେ ନିଜକୁ ଅପଡେଟ ରଖିବାକୁ ପଡିବ। ନଚେତ୍ ନୀଳ ଶୃଗାଳ ପରି ଆମ ଅବସ୍ଥା ହେବ। 

-କିନ୍ତୁ ତୁ କାହିଁକି ଆସି ମୋତେ ଏସବୁ କହୁଛୁ। 

- ତୋତେ ଭଲ ପାଏ ବୋଲି। ତୁ ମୋର ସାଙ୍ଗ ବୋଲି। ପୁରା ପରିବାର ତୋ ଉପରେ ଆଶା କରିଛି ବୋଲି। ତୋ ପାଇଁ କେତେ ଆଶା ନଷ୍ଟ ହେଇଯିବ ବୋଲି। ଆଉ କଣ କହିବି କହ। ମୁଁ ସମସ୍ତଙ୍କ ସହ ମିଶୁଥିଲେ ବି ପାଠପଢାରୁ କେବେ ନିଜକୁ ଅଲଗା କରିନି। ସେଇଟା ମୋର ମୂଳଧର୍ମ। 

ସାଧୁ ସନ୍ନ୍ୟାସୀଙ୍କ ବେଶ ହୋଇଗଲେ କଣ କିଏ ସାଧୁ ସନ୍ନ୍ୟାସୀ ହେଇ ଯାଉଛି। ସାଧୁ ସନ୍ନ୍ୟାସୀ ହେବା ଯେମିତି ଏକ ସାଧନା ନିଜକୁ ଆଧୁନିକ କରିବା ମଧ୍ୟ ସେମିତି ଏକ ସାଧନା । 

ସୋରେନ ସୁରେଶକୁ ଆଉ କହିବାକୁ ଦେଲା ନାହିଁ। ପାଖକୁ ଆସି ଯୋରରେ କୁଣ୍ଢାଇ ପକେଇଲା। କହିଲା, ମୋତେ ଲାଗୁଛି ଭଗବାନ ଯେମିତି ତୋତେ ମୋ ପାଖକୁ ପଠେଇଛନ୍ତି। ପ୍ରମିଶ କରୁଛି ଆଉ ସେ ଭୁଲ୍ ହେବ ନାହିଁ। 

ପ୍ରମିଶ କରୁଛି ଆଉ ସେ ଭୁଲ୍ ହେବନାହିଁ। 

ପ୍ରମିଶ କରୁଛି ଆଉ ସେ ଭୁଲ୍ ହେବନାହିଁ। 

ଆରେ ତୁ କାହାକୁ ଏମିତି କହୁଛୁ। ଦୁଇ ତିନି ଜଣ ଅନ୍ତେବାସୀ ପାଖକୁ ଆସି ପଚାରିଲେ। ସୋରେନ ଦେଖିଲା ପାଖରେ ସୁରେଶ ନାହିଁ। ଚାରି ଆଡ଼କୁ ଅନାଇଲା। କୋଉଠି ବି ଦେଖିବାକୁ ପାଇଲା ନାହିଁ। ସତରେ କଣ ସେ ଆସିଥିଲା ନା ସ୍ଵପ୍ନ ଦେଖୁଥିଲା। କାହାକୁ କିଛି ପଚାରି ପାରିଲା ନାହିଁ। ଆଧୁନିକତାର ରୂପରେ ସଜାଇ ହେବାର ଭୁତ କିନ୍ତୁ ଛାଡି ଯାଇଥିଲା



Rate this content
Log in

Similar oriya story from Inspirational