52 ସପ୍ତାହ ପାଇଁ
52 ସପ୍ତାହ ପାଇଁ
ଗୋଟିଏ ପୁରୁଷ ଅନ୍ୟଟି ନାରୀ, ମୁଦ୍ରାର ଦୁଇଟି ପାର୍ଶ୍ବ। ଜଣେ ବିନା ଅନ୍ୟର ସ୍ଥିତି ଅସମ୍ଭବ। ଯାବତୀୟ ଦୁଃଖ- ଯନ୍ତ୍ରଣା ର ଦହନ ଭିତରେ ନାରୀ ବାଣ୍ଟି ଦିଏ ସ୍ନେହ ଆଉ ମମତା। ସମସ୍ତ ପ୍ରକାର ତ୍ୟାଗ ସ୍ବୀକାର କରି ସ୍ୱାମୀ ସନ୍ତାନ ପାଇଁ ମଙ୍ଗଳ କାମନା କରେ। ସେଇଥି ପାଇଁ ତାକୁ ମଙ୍ଗଳ ମୟି ମା, ସ୍ନେହମୟୀ ଭଗିନୀ ଓ ମାମତମୟୀ ପତ୍ନୀ ବୋଲି ସମ୍ବୋଧନ କରାଯାଏ।
ସଭ୍ୟତାର କ୍ରମବିକାଶ ରେ ମାନବର ମାନସ_ ମନୀଷା ରେ ଦେଖା ଦେଇଛି ଅନେକ ପରିବର୍ତ୍ତନ। ସମାଜରେ ନାରୀ ପ୍ରତିରହିଥିବା ଦୃଷ୍ଟିଭଙ୍ଗୀ କ୍ରମେ ପରିବର୍ତ୍ତନ ଆସିଲା। ତ୍ୟାଗପୂତ ଜନନୀ ତାର ପିଲା ମାନଙ୍କ ଦ୍ଵାରା ନିର୍ଯାତିତ ନିଷ୍ପେସିତ ଜୀବନ କଟାଇଲେ। ସମୟର ଗତିଭଙ୍ଗିରେ ମାତୃଜାତି କୁ ଯାବତୀୟ ଅବହେଳା ଓ ଅପମାନ ର ଶିକାର ହେବାକୁ ପଡ଼ିଲା।
ସମୟ କ୍ରମେ ଆହୁରି କିଛି ପରିବର୍ତ୍ତନ ଘଟିଲା। ନାରୀଟିଏ ନାରୀର ଶତ୍ରୁ ହୋଇ ଠିଆ ହେଲା। ଯୌତୁକ ଜନିତ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ନାରୀ ନିର୍ଯାତନା ର ବିକଳ, ଲୋମହରଷଣକାରୀ ଖବର ପ୍ରାୟ ପ୍ରତ୍ୟେକ ଦିନ ଖବର କାଗଜ, ଟିଭି ରେ ଦେଖା ଯାଉଛି। ପାଞ୍ଚ ରୁ ପଚାଶ ସାତ ରୁ ସତୁରୀ ପ୍ରାୟ ଅନେକ ନାରୀ ନିର୍ଯାତନା ସହିବାର କଷ୍ଟ ଦୁଃଖ ଆମ ନଜରକୁ ଆସେ।
ଝିଅ ଟିଏ ବୋହୁ ସାଜି ନୂଆ ସଂସାର ଗଢ଼ିବା ପାଇଁ ପିତା ମାତା ଙ୍କୁ ଛାଡି ଶାଶୁଘର ଆସେ। ବଧୂ ବେଶରେ ଶାଶୁ ଘର ର ନୂଆ ପରିବେଶ ରେ ପାଦ ଥାପି ଚାଲିବା ଆରମ୍ଭ କରିବା ପୂର୍ବରୁ, କେତେ ଆଦେଶ, ଉପଦେଶ ଦିଆ ଯାଏ। ଚାଲିଲେ, ଶୋଇଲେ, ଖାଇଲେ ଠିଆ ହେଲେ ବି ସେଥିରେ କିଛି କୁଗୁଣ କାଢି ଶାଶୁ ନଣନ୍ଦ କହିବା ଆରମ୍ଭ କରନ୍ତି। ବିଚରା ନିରୀମାଖି ନୟନରେ ଜୁଳୁ ଜୁଳୁ ଚାହିଁ ଲୁହ ଗଡ଼ାଇ ଥାଏ।
ଅନେକ ପରିବାର କୁ ସାଙ୍ଗରେ ପଡ଼ି ପୁଅ ତାର ସମସ୍ତ ରୋଜଗାର ମଦ ମାଂସ ଖାଇ ଖର୍ଚ୍ଚ କରି, ମାତାଲ୍ ହୋଇ ଘରକୁ ଫେରିବ। ପତ୍ନୀ ର ଅଧିକାର ନେଇ ଯଦି ସ୍ତ୍ରୀ ବାରଣ କରେ ତା ହେଲେ, ସ୍ୱାମୀ ଠାରୁ ମାଡ଼ ଗାଳି ଖାଇବା ସହ ଶାଶୁ ନଣନ୍ଦ ଙ୍କ ଠାରୁ ବି ଗାଳି ଖାଏ। ନିଶାଗ୍ରସ୍ତ ଅବସ୍ଥା ରେ ମାଡ଼ ଖାଇ ଅନେକ ବୋହୁ ମାନଙ୍କ ର ଅକାଳ ବିୟୋଗ ଘଟୁଛି।
ନାରୀର ମହତ୍ୱ ସମସ୍ତେ ବୁଝି ପାରନ୍ତି ନାହିଁ। ଅନେକ ପିତା ମାତା ଅଯୋଗ୍ୟ ବର ହାତରେ କନ୍ୟା କୁ ଟେକି ଦିଅନ୍ତି। ସେହି ଅଯୋଗ୍ୟ ସ୍ୱାମୀ ସବୁବେଳେ ଶଶୁର ଘର ସମ୍ପତ୍ତି ଆଣିଲେ ଚଳିବା ପାଇଁ ଆଶା କରେ। ଯଦି କନ୍ୟାର ବାପ ଘର ସମ୍ବଳ ନ ଥାଏ ସେ କନ୍ୟା ଆତ୍ମ ହତ୍ୟା କରିବାକୁ ବାଧ୍ୟ ହୁଏ।
ଚଳନ୍ତି ସମୟରେ ମନୋରଂଜନ ପାଇଁ, ବିଭିନ୍ନ ବିଜ୍ଞାପନ ପାଇଁ ନାରୀର ନଗ୍ନ ଛବି କାନ୍ଥ ବାଡ ରେ ବଡ଼ ବଡ଼ ପୋଷ୍ଟର ଲଗା ଯାଉଛି। ଯାହାକୁ ଦେଖି ଯୁବ ସମାଜ କାମାନ୍ଧ ହୋଇ ନିଜର ହିତା ହିତ ଜ୍ଞାନ ହରାଇ ବସୁଛି। ଝିଅ ମାନେ ବି ଆଧୁନିକତା ର ଦ୍ୱାହି ନିଜ ବେଶ ଭୂଷା ଚାଲି ଚଳନ ଏପରି କରୁଛନ୍ତି , ଯୁବ ସମାଜ ଅଶ୍ଳୀଳ ମନ୍ତ୍ୟବ ପ୍ରକାଶ କରୁଛି। ଝିଅ ମାନଂକ ର ଏପରି ବେଶ ପୋଷାକ ଦେଖି, ନାରୀ ଯେ ଜନନୀ ତାହା ସେମାନଙ୍କର ବିସ୍ମୃତି ଘଟୁଛି। ପାଶ୍ଚାତ୍ୟ ସସ୍କୃତି ର ସଂକ୍ରମଣ, ଉଗ୍ର ଆଧୁନିକତା ପ୍ରତି ମୋହ ହେତୁ, ନାରୀ ଆପଣା ଶରୀର ପ୍ରଦର୍ଶନ କରୁଛି। ଶିକ୍ଷା ନାମରେ ଘରୁ ଆସନ୍ତି ଆଉ ପ୍ରେମ କରି ପ୍ରାତାରଣା ପାଆ ନ୍ତୀ।
ଚଳନ୍ତି ଶାସନ ଓ ସମାଜ ବ୍ୟବସ୍ଥା ରେ ନାରୀ ନିର୍ଯାତନା ନିରାକରଣ ର ବିବିଧ ବ୍ୟବସ୍ଥା ରହିଛି। ଭାରତ ବର୍ଷ ର ଅନେକ ସଂସ୍କାର ବାଦୀ ଚିନ୍ତା ନାୟକ ନାରୀର ଉତ୍ଥାନ ପାଇଁ ବ୍ୟବସ୍ଥା ରହିଛି।
ନାରୀ ନିଜେ ତାର ରକ୍ଷକ। ସେ ନାରାୟଣୀ, ସେ ଜନନୀ, ସେ ଭଗିନୀ, ସେ ଜାୟା। ନିଜେ ମାର୍ଜିତ ପୋଷାକ, ମିଠା କଥା, ଉଚ୍ଚ ନୀଚ ଭେଦ ଭାବ ନ ରଖି ଆଗେଇ ଗଲେ ଦେଶ ଆଗେଇବ। ସମାଜ ର ମହିଷାସୁର ଙ୍କୁ ବିନାଶ କରି ଦୁର୍ଗା ପାଲଟି ଗଲେ, ନିଜେ ହସିବା ସହିତ ସମାଜ ହସିବ।