STORYMIRROR

Sukadev Mahanta

Inspirational

3  

Sukadev Mahanta

Inspirational

ଯୁଦ୍ଧ ନୁହେଁ ଶାନ୍ତି ଚାହେଁ

ଯୁଦ୍ଧ ନୁହେଁ ଶାନ୍ତି ଚାହେଁ

1 min
180

ଆଜିର ଏ ମହାମାରୀ ପ୍ରପୀଡିତ ସନ୍ଧିକ୍ଷଣେ

  କରୋନା ଦେଖାଉଅଛି ତା ନାନା ରୂପ

ଛଡାଇଛି ରୋଜଗାର  ଆଣିଛି ଦୁର୍ଦ୍ଦିନ ଘୋର

   ବିଶ୍ୱ ଅର୍ଥନୀତି ଲଭି କରୁଣ ରୂପ

   ଅଣ୍ଟାଭିଡି ହେଉଛି ଠିଆ

 ଏ ଦୁଃସମୟରେ ବିଶ୍ୱେ ଯୁଦ୍ଧର ଛାୟା ||


ଯେଉଁ ସମୟରେ ଲୋଡା ଲଢିବାକୁ ହୋଇ ଯୋଡା

  ବିଶ୍ୱ ଆର୍ଥିକ ଦୁଃସ୍ଥିତି ସୁଧାରିବାରେ

ପୃଥିବୀର ସବୁ ଦେଶ  ଭୁଲି ସର୍ବ ହିଂସା ଦ୍ୱେଷ

  ଲଢିବା ଏକତ୍ର କରୋନା ବିରୁଦ୍ଧରେ

   ସେ ସମୟେ ଯୁଦ୍ଧ ବିପତ୍ତି

 ଦୋହଲାଇ ଦେବ ବିଶ୍ୱର ଅର୍ଥନୀତି ||


ୟୁରେସିଆ ଆକାଶରେ  ଯୁଦ୍ଧର କଳା ବାଦଲ

   ଆତଙ୍କ ଖେଳାଇ ଦେଇଛି ବିଶ୍ୱ ସାରା

ତ୍ରସ୍ତ ୟୁକ୍ରେନ ନିବାସୀ  ଦେଶୀ ହେଉ କି ବିଦେଶୀ

   ଗୁଳି ବୋମା ରକେଟ ମିଶାଇଲ ଦ୍ୱାରା

   ଦେଶ ହେଉଛି ଛାରଖାର

ଯୁଦ୍ଧଖୋର ମନୋବୃତ୍ତି ରୁଷ୍ ୟୁକ୍ରେନର||


ଯୁଦ୍ଧ କିଛି ଦିଏ ନାହିଁ   ସବୁ କିଛି ନେଇ ଯାଇ

   ଆଣିଦିଏ ବିଶ୍ୱ ଲାଗି ଘୋର ଦୁର୍ଗତି

ପ୍ରତ୍ୟକ୍ଷ ଭାବରେ ଅବା   ପରୋକ୍ଷ ଭାବରେ ହେଉ

  ଦୋହଲାଇ ଦିଏ ଦେଶ ଆର୍ଥିକ ସ୍ଥିତି

   ତେଣୁ ମହୀରେ ଯୁଦ୍ଧ ନୁହେଁ

ବିଶ୍ୱ ଭ୍ରାତୃ ମୈତ୍ରୀ ଶାନ୍ତି ସର୍ବତ୍ର ଚାହେଁ ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational