STORYMIRROR

Bidyadhar Mantry

Abstract Inspirational

4  

Bidyadhar Mantry

Abstract Inspirational

ଯୋଡ଼ା ଶ୍ରାବଣ

ଯୋଡ଼ା ଶ୍ରାବଣ

1 min
211


ଏବେ ଶ୍ରାବଣ ର ରାଜୁତି

ଶ୍ରାବଣ ସହିତ ଶ୍ରାବଣ,ଯୋଡ଼ା ଶ୍ରାବଣ

କିଏ କହେ ଅଧି ମାସ,କିଏ ମଳ ମାସ

ଶୁଭକର୍ମ ପାଇଁ ଲାଗିଛି ଅଙ୍କୁଶ।


ଶାସ୍ତ୍ର ଜ୍ଞାନ ର ଗଣନା କହୁଛି

ଉଣେଇଶ ବର୍ଷ ପରେ ଆସେ ଯୋଡ଼ା ମାସ

ବର୍ଷ ର ଦିନ ସଂଖ୍ୟାରେ ଥିବା ଅସାମଞ୍ଜସ୍ୟ

ପଞ୍ଚାଙ୍ଗ ଗଣନା ସହ ହୁଏ ଅଧି ମାସ


ଜ୍ୟୋତିଷ ଶାସ୍ତ୍ର ର ବି ଭୂମିକା ରହିଛି

କେତେକ ରାଶି ସହ ଜଡ଼ିତ ହେଉଛି

ମେଷ ମିଥୁନ ଓ ସିଂହ

କନ୍ୟା ତୁଳା ମକର ବି ତାଲିକାରେ ଅଛି।


ଶୁଭ କର୍ମ ର ଧାରା ବିଶ୍ରାମ ନେଇଛି

କାଉଡ଼ିଆ ପାଣି ପାଇଁ ଗହଳ ଲାଗିଛି

ଅଷ୍ଟ ସୋମବାର ର ଉତ୍ସାହ ରହିଛି

ଶିବ ଶମ୍ଭୁ ଡାକରାରେ ଗଗନ କମ୍ପୁଛି।


ଯୋଡ଼ା ଶ୍ରାବଣ ଆଢ଼ୁଆଳେ ବେପାର ଚାଲିଛି

ପନି ପରିବା ବଜାର ରେ ନିଆଁ ଲାଗି ଅଛି

ଅହେତୁକ ଦର ବୃଦ୍ଧି ଚିନ୍ତା ର କାରଣ

ତଥାପି ଉତ୍ସାହ ସହିତ ବଞ୍ଚିଛି ଜୀବନ।


ହେଉ ଯୋଡ଼ା ଶ୍ରାବଣ ଅବା ମଳ ମାସ

ସୁସ୍ଥ ରହୁ ଆମ ଚାରିପାଖେ ପରିବେଶ

ନୂତନ ବୃକ୍ଷ ରୋପଣ ହେଉ ହରଷରେ

ସବୁଜିମା ଭରିଯାଉ ଚାରି ପାରୁଶ ରେ।


ଯୋଡ଼ା କାମ ଲକ୍ଷ୍ୟ ହେଉ ଏ ଯୋଡ଼ା ଶ୍ରାବଣ

ଜଳ ସଂରକ୍ଷଣ ଆଉ ବୃକ୍ଷ ର ରୋପଣ

ଧନ୍ୟ ହେଉ ଆମ ପାଇଁ ଏ ଯୋଡ଼ା ଶ୍ରାବଣ

ସ୍ମୃତି ହୋଇ ରହୁ ଆମ ଚଳନ୍ତି ଶ୍ରାବଣ।


Rate this content
Log in

Similar oriya poem from Abstract