STORYMIRROR

Kalandi pal

Inspirational

3  

Kalandi pal

Inspirational

ଯମୁନା କୂଳରେ ହଟିଆ

ଯମୁନା କୂଳରେ ହଟିଆ

1 min
216

ଯମୁନା କୂଳରେ ହଟିଆ କହ୍ନେଇ

ବଂଶୀ ସ୍ୱନେ ଡାକେ ଆସ ପ୍ରାଣସହି.

ଝୁରୁଛି ଯମୁନା ଝୁରୁଛି କଦମ୍ବ

ଝୁରୁଛି ସମୀର ବନର ପଲ୍ଲଵ

ଗୋପୀଗଣ ଧରି ଆସ ଗୋ ରାଇ.

ଡାକେ ଚିତ୍ତ ଚୋର କଳାକହ୍ନେଇ. l0l


ଯମୁନାର ଜଳ ପଡୁଛି ଉଛୁଳି

କଦମ୍ବର ଫୁଲ ଯାଉଛି ମଉଳି.

ଯମୁନାର କୂଳେ କଦମ୍ବର ମୂଳେ

ଗୋପୀଗଣ ମେଳେ ଶ୍ରୀକୃଷ୍ଣ ଯୁଗଳେ.

ଅପରୂପ ଶୋଭା ଜଗତେ ନାହିଁ. l1l


ବଇଁଶୀର ସ୍ଵନ ବାଜେ ରାଧା କାନ

ଉଜାଣି ଚାହାଁଇ ରାଇ ଘନ ଘନ.

ଡାକେ ଚିତ୍ତଚୋର ସେ ଶ୍ୟାମଘନ

ଯିବାପାଇଁ ମନ କଦମ୍ବର ବନ.

ଉଛୁର ହେଉଛି ଭାବୁଛି ରାଇ. l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational