STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ଯିବାକୁ ହେବ ଆରପାରି

ଯିବାକୁ ହେବ ଆରପାରି

1 min
285


ଆରପାରି ,

ଆଖିଠୁ ବହୁତ ଦୂର

ଯିବାକୁ ହେବ ଯେମିତି ବି ହେଉ !!!

ସେଇଠୁ ପରା

କଣ୍ଟ ନେଇ ଆସିଥିଲି

ସବୁ ସମ୍ପର୍କକୁ ଏଇଠି ବଳେଇ ଦେବି

ମୋହଭଙ୍ଗ ଏଇଠି ହିଁ ହେବ

ମେଞ୍ଚା ମେଞ୍ଚା ସ୍ମୃତି ମୋର

ତୁମମାନଙ୍କ ପାଖେ ଥାଉ

ପ୍ରାଣ ପକ୍ଷୀ ତା ଡେଣାରେ 

ଅଧୁରା ସ୍ଵପ୍ନର ବୋଝ କଣ ଲଦି ଉଡି ପାରିବ !!!

ପାରିବ ଯଦି ମୋତେ ଖୋଜିବ

ଏଇ ପବନରେ ସୂର୍ଯ୍ୟାଲୋକରେ

ବହି ଯାଉଥିବା ଝରଣାରେ

ନୀଳସାଗରର ତରଙ୍ଗାୟିତ ଲହରୀମାଳାରେ !!!

ବେଳା ଭୂମିରେ ବସି ଦୂରକୁ ବହୁ ଦୂରକୁ

ଯେତେବେଳେ ତୁମେ ଚାହିଁ

ମୋତେ ଖୋଜିବ

ମୁଁ ଠିକ୍ ଜାଣିପାରିବି

ତୁମ ଆଖି କୋଣରୁ ଜକେଇ ରହିଥିବା

ଲୁହ ଦି ବୁନ୍ଦା 

ଯାହା ମୋତେ ମୋତି ଭଳି ପ୍ରତୀତ ହେଉଥିଲା

ପୂର୍ବରୁ, ମନେ ପଡୁଛି କି ନାହିଁ !!!

ଶୁଣ, ଜୀବନ ରାସ୍ତାରେ

ଆଗକୁ ଆହୁରି ଆଗକୁ

ଚାଲିବାକୁ ହେବ ମାେ ବିନା ସମସ୍ତଙ୍କୁ !!!

ଦିନେ ନା ଦିନେ

ଯେମିତି ହେଲେ

ଜଣଙ୍କ ପରେ ଜଣେ

ଆମକୁ ବିଦାୟ ନେବାକୁ ହେବ

ବିନା ଖବରରେ,ଇଙ୍ଗିତରେ

ଯିବାକୁ ହେବା ପରା ଆରପାରି !!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational