STORYMIRROR

Dr Prasana Kumar Dalai.

Romance

4  

Dr Prasana Kumar Dalai.

Romance

ଯେଉଁ କବିତା ତୁମେ ଲେଖିଥିଲ!

ଯେଉଁ କବିତା ତୁମେ ଲେଖିଥିଲ!

1 min
9


ଯେଉଁ ଦିନ ତୁମେ କବିତା ଟି ଲେଖିଥିଲ 

ସେଦିନ ମୋ ହୃଦୟର ପୃଷ୍ଠା ଟି ଥିଲା ଖାଲି 

ମୁଁ ଅନୁଭବ କରି ପାରିଲି ତୁମକୁ 

ତୁମେ ଗଲା ପରେ ବହୁତ ଆସିଲେ ଜୀବନ ରେ 

କେତେ ସ୍ନେହଭରା କଥାତ ଲେଖିଲେ 

କିନ୍ତୁ ତୁମ ପରି ନୁହେଁ 

ସେମାନେ ତୁମ ଲେଖା କଥା ପଚାରିଲେ 

ସବୁ ନିଷ୍ଫଳ ପରେ କବିତା ଟା ରହିଲା ଅଧୁରା 

ବିଡମ୍ବନା ରହିଗଲା କେବଳ ଶେଷ ପୃଷ୍ଠା 

ମୁଁ ଅନେଇ ରହିଛି ସେଇ ସୁବର୍ଣ୍ଣ ମୁହୂର୍ତ କୁ 

କେହି ଜଣେ ଆସି ଲେଖିବ ଅଧା କବିତା ଟିକୁ 

 ଠିକ ଯେମିତି ତୁମ ଆବେଗ ଭରା ଶବ୍ଦ ଗୁଡାକ |




Rate this content
Log in

Similar oriya poem from Romance