ଯେବେ ପ୍ରେମରେ ଗଲି ପଡି
ଯେବେ ପ୍ରେମରେ ଗଲି ପଡି
ଯେବେ ଦୁଇ ଦୁଇ ଆଖି ମିଶି ହେଲା ଚାରି
ଜାଣି ମୁଁ ତ ପାରିଲିନି ମନ ହେଲା ଚୋରୀ।
ଛାତି ହେଲା ଧଡପଡ ମନ ହେଲା ଘାରି
ଦିବା ରାତ୍ରୀ ମୋତେ ଖାଲି ରୂପ ଦିଶେ ତା'ରି।
ସବୁ କିଛି ଭୂଲିଗଲି ପ୍ରେମ ନିଶା ଘାରେ
ସୟନେ ସ୍ବପନେ ଖାଲି ପ୍ରେମିକାକୁ ଝୁରେ।
ତା ସହିତ ଘଣ୍ଟା ଘଣ୍ଟା ଲାଗେ ଏକ କ୍ଷଣ
ତା ବିନା ବଞ୍ଚିବା ହେଲା ଅତ୍ୟନ୍ତ କଷଣ।
ପଚାରିଲି ଯାହାକୁ ମୁଁ କି ହେଲା ମୋଠାରେ
କହିଲେ ତୁ ପଚାରନା " ପଡିଲୁ ପ୍ରେମରେ"।

