STORYMIRROR

Sudhir Kumar Panda

Romance

3  

Sudhir Kumar Panda

Romance

ଯେବେ ପ୍ରେମରେ ଗଲି ପଡି

ଯେବେ ପ୍ରେମରେ ଗଲି ପଡି

1 min
215

ଯେବେ ଦୁଇ ଦୁଇ ଆଖି ମିଶି ହେଲା ଚାରି

ଜାଣି ମୁଁ ତ ପାରିଲିନି ମନ ହେଲା ଚୋରୀ।

ଛାତି ହେଲା ଧଡପଡ ମନ ହେଲା ଘାରି

ଦିବା ରାତ୍ରୀ ମୋତେ ଖାଲି ରୂପ ଦିଶେ ତା'ରି।

ସବୁ କିଛି ଭୂଲିଗଲି ପ୍ରେମ ନିଶା ଘାରେ

ସୟନେ ସ୍ବପନେ ଖାଲି ପ୍ରେମିକାକୁ ଝୁରେ।

ତା ସହିତ ଘଣ୍ଟା ଘଣ୍ଟା ଲାଗେ ଏକ କ୍ଷଣ

ତା ବିନା ବଞ୍ଚିବା ହେଲା ଅତ୍ୟନ୍ତ କଷଣ।

ପଚାରିଲି ଯାହାକୁ ମୁଁ କି ହେଲା ମୋଠାରେ

କହିଲେ ତୁ ପଚାରନା " ପଡିଲୁ ପ୍ରେମରେ"।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Romance