ଯଦ୍ୟପି
ଯଦ୍ୟପି
ବିକାଶ ଯଦ୍ୟପି ବିନାଶ ସାଜିବ
ସ୍ୱାଧୀନତା ମୂଲ୍ୟ ନାହିଁ ।
ବିକାର ଯଦ୍ୟପି ସ୍ବୀକାର ହୋଇବ
ଜୀବନର ମୂଲ୍ୟ କାହିଁ ।।
ଆହାର ଯଦ୍ୟପି ପ୍ରହାର ସାଜିବ
ଜୀବନ ପାଇବୁ କାହିଁ ।
ବିଚାର ଯଦ୍ୟପି ଶିକାର ସାଜିବ
ପ୍ରାଣ କି ଉଠିବ ଚେଇଁ ।।
ସୁଗମ ଯଦ୍ୟପି ଅଗମ ସାଜିବ
ବାଟ ହଜିବ କି ନାହିଁ ।
କଲମ ଯଦ୍ୟପି ମଳମ ସାଜିବ
କ୍ରାନ୍ତି ପଡ଼ିବଟି ଶୋଇ ।।
ଧରମଟା ଯଦି ସରମ ଲାଗିବ
ଭଗବାନ ଯିବେ କାହିଁ ।
ମରମଟା ଯଦି କରମ ଜାଳିବ
ଶାନ୍ତିକୁ ଖୋଜିବୁ କାହିଁ ।।
ରକ୍ଷକ ଯଦ୍ୟପି ଭକ୍ଷକ ସାଜିବ
ବିଶ୍ୱାସ ଯିବରେ ତେଜି ।
ପ୍ରତ୍ୟକ୍ଷ ଯଦିରେ ପରୋକ୍ଷ ସାଜିବ
ସମ୍ପର୍କ ଯିବରେ ଭାଜି ।।
