ଯଦି
ଯଦି
ଯଦି,
ସେ ଲୁହ ତୁମର
ବର୍ଷାରେ ଭିଜିବା ଅପେକ୍ଷା
ଲୁହରେ ଭିଜିବା ଭଲ |
ଯଦି,
ସେ ଦୁଃଖ ତୁମର
ଲୁହରେ ଡୁବିବା ଅପେକ୍ଷା
ଦୁଃଖରେ ଡୁବିବା ଭଲ |
ପ୍ରେମରେ ଜଳିବା ଅପେକ୍ଷା
ନିଆଁରେ ଜଳିବା ଭଲ
ଯଦି
ସେ ନିଆଁ ତୁମର |
ଜୀବନ ହାରିବା ଅପେକ୍ଷା
ବିରହରେ ଜୀଇଁବା ଭଲ
ଯଦି
ସେ ବିରହ ତୁମର |
ଏକେଲା ବଞ୍ଚିବା ଅପେକ୍ଷା
ସ୍ମୃତିରେ ବଞ୍ଚିବା ଭଲ
ଯଦି
ସେ ସ୍ମୃତି ତୁମର|
ତୁମ ହାତ ଧରି
ଜୀବନର ରାସ୍ତା ଚାଲିଛି ବୋଲି
ଅନ୍ଧାର ବି ମୋତେ ଲାଗେ ଭଲ
ସଂସାର ମୋତେ ଉପହାସ କଲେ ମଧ୍ୟ
ମୁଁ ତୁମକୁ ପାଏ ଭଲ |
ଏମିତି ଜାଗା ନାହିଁ
ଯେଉଁଠି ତୁମେ ନାହଁ,
ଏମିତି ସ୍ୱପ୍ନ ନାହିଁ
ଏମିତି ଭାବି ନାହିଁ
ଯେଉଁଠି ମୁଁ ତୁମର ନକରେ ମୂଲ|
ତୁମେ ଗୋଟେ ବହୁବର୍ଣ୍ଣା ଉଡ଼ନ୍ତା ଚଢ଼େଇ
ବସନ୍ତର ଉପବନେ ରଙ୍ଗର ଫୁଲ
ଝଲମଲ ସ୍ୱପ୍ନର ସାଗରରେ
ତୁମେ ମୁକ୍ତା ଗୋଟେ ଶାମୁକାର |
ତୁମେ ଗୋଟେ ଅଭିମାନ
ଆଶା ବିଶ୍ୱାସର ସ୍ୱପ୍ନ,
ଶୀତର ଫୁଲଶେଯ, ପ୍ରୀତିର ମହୁ
ବସନ୍ତର ଶୀହରଣ
ମନଭୁଲା ନାନା ବାୟା ଗୀତ
କୋଇଲିର କୁହୁ ତାନ|
ମୋ ଠି କ’ଣ ବା ଅଛି?
ପ୍ରେମଛୁଆଁ ମନ ହୃଦୟ ଛଡା,
ମୋ ଆଖିରେ ସ୍ୱପ୍ନର ଢେଉ
ରାଗ ରୁଷା, ଅଭିମାନ
ହସକାନ୍ଦ ଭରା ପ୍ରେମରେ
ମିଳନର ଆଶା ସବୁବେଳେ ଥାଉ
ତୁମ ମହକରେ ଏମିତି ଜୀବନ ବିତୁଥାଉ |

