Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Naba Kumar Das

Inspirational

1.0  

Naba Kumar Das

Inspirational

ଯବନିକା

ଯବନିକା

1 min
377



ଏଠି ଯବନିକା ପଡ଼ିଯାଏ

କଅଁଳ ଶିଶୁ ର ସରଳ ମନ ରେ

ଦରିଦ୍ରତା ର ହୃଦ ଯନ୍ତ୍ରଣା ,କୁଠାରଘାତ

ଆଉ କିଛି ସାମାଜିକ ବ୍ୟାଧି କରଣ ପାଇଁ

ଫୁଟିବାକୁ ଥିବା କଢ ଟି ମଉଳି ଝରିଯାଏ


ଏଠି ଯବନିକା ପଡ଼ିଯାଏ

ଅନାଥ ର ଆର୍ତ୍ତ କରୁଣ ସ୍ୱର ରେ

ପରିଚୟ ହୀନ ,ଜାରଜ ସନ୍ତାନ

ଆଉ କିଛି ନିନ୍ଦା ଅପମାନ ପାଇଁ

ଏକା ଏକା ବଂଚିବା ର ମନଟି ଭାଙ୍ଗି ଯାଏ


ଏଠି ଯବନିକା ପଡ଼ିଯାଏ

ବିକଳାଙ୍ଗ ର ନିଃସହାୟ ଆଖି ଠାରରେ

ଅଶ୍ରୁଳ ନୟନ ର କ୍ରନ୍ଦନ କିରତୀ

ଆଉ କିଛି ବୁକୁଫଟା ଚିତ୍କାର ପାଇଁ

ବିରାଟ ପାହାଡ଼ ଚଢ଼ିବାର ଆଶା ମରିଯାଏ


ଏଠି ଯବନିକା ପଡ଼ିଯାଏ

ବୃଦ୍ଧ ର ଅଲୋଡ଼ା ସମୟରେ

ବେରୋଜଗାର ର ଘୃଣିତ ଚକ୍ର ରେ

ଆଉ କିଛି ଶାରୀରିକ ରୋଗ ବ୍ୟାଧି ପାଇଁ

ସୁଖ ନିଦ୍ରାରେ ତରିବାକୁ ଥିବା ଆତ୍ମା ଟି

ଲୁହ ସୁଅରେ କୁଆଡେ ହଜିଯାଏ



Rate this content
Log in

Similar oriya poem from Inspirational