STORYMIRROR

Chittaranjan Lenka

Inspirational Abstract

3  

Chittaranjan Lenka

Inspirational Abstract

ଯୌତୁକ ଯାତନା

ଯୌତୁକ ଯାତନା

1 min
13.5K


ପୁରୁଷ ଯେତିକି      ନାରୀ ବି ସେତିକି

ନ ହେଲେ ସଂସାର ଗଢି ହୁଏନା

ତେବେ କେଉଁ ଶିକ୍ଷା    କେଉଁ ଶିକ୍ଷିତକୁ

କହୁଅଛି ଦିଅ ନାରୀ ଯନ୍ତ୍ରଣା?


ଗୁରୁ ବ୍ୟାସ ଦେବ    ଦେଲେ ଉପଦେଶ

କନ୍ୟା ସାଙ୍ଗେ ଦାନ ପାପ ଅର୍ଜନ

ତେବେ କେଉଁ ଶିକ୍ଷା       ପାଗଳ କରୁଛି

ଦାବୀ କରିବାକୁ ଯୌତୁକ ଧନ?


ଶିକ୍ଷା ଆଣିଥାଏ       ଅନ୍ଧାରେ ଆଲୋକ

ଚରିତ୍ରକୁ କରିଥାଏ ମାର୍ଜିତ

ତେବେ କି ଶିକ୍ଷିତ       ସିଏ ବୋଲାଇବ

ଯାର ମନ ଛୋଟ ପୁଣି କୁତ୍ସିତ???

ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational