ଯୌତୁକ ରାକ୍ଷସ
ଯୌତୁକ ରାକ୍ଷସ
ଯୌତୁକ ରାକ୍ଷସ କରିଅଛି ଗ୍ରାସ
ପ୍ରଦୂଷିତ ସମାଜରେ
ମଣିଷ ହୋଇକି ପଶୁତୁଲ୍ୟ ଆଜି
ନାରୀଯେ ନାରୀକୁ ଡରେ ।
ଦୁଇ କୁଳର ସେ ଚାହେଁ ହିତ ବୋଲି
ନାଆଁଟି ତାହାର ଦୁହିତା
କେବେ ସେ ଭଗିନୀ କେବେ ପ୍ରାଣପ୍ରିୟା
ଆଉ କେବେ ସେହି ମାତା ।
ତା ବିନା ଶିକ୍ଷିତ ନୁହଁଇ ସମାଜ
ଭୁଲିଯାଏ ଆଜି ନର
କନ୍ୟା ରତ୍ନ ବିନା ଆସେ କି ଗୋ ପୁତ୍ର
ତା ବିନା ନ ହସେ ଘର ।
ଶିକ୍ଷିତ ହୋଇଲା ଦୁନିଆ ଯେ କେତେ
ବଦଳିଲା ପରିବେଶ
ତଥାପି ବୁଝୁନି ନାରୀର ମର୍ଯ୍ୟାଦା
ସଜାଏ ଯୌତୁକେ ଦାସ ।