STORYMIRROR

sulochana Bisoyi

Inspirational

3  

sulochana Bisoyi

Inspirational

ଯାତ୍ରା

ଯାତ୍ରା

1 min
231

ବିଷାଦକୁ ହରି ମନେ ଅନନ୍ଦ ଦିଏ

    କର୍ମକ୍ଳାନ୍ତ ଜୀବନରୁ ମୁକତି ପାଏ 

ମାଧ୍ୟମ ଯାହା ହେଉ ପଚାରେ କିଏ 

    ନୂଆ ନୂଆ ଅନୁଭବ ମନେ ଜଗାଏ 

ରେଳ ବସ୍ ଜାହାଜ ଅବା ମଟର ଗାଡି 

    ଦୁଃଖ ଭୁଲି ଯାନେ ଯାଅ ଆଗକୁ ମାଡି

ପ୍ରକୃତି ଖୋଲି ବସିଛି ଶୋଭାର ପେଡ଼ି 

    ସେ ଶୋଭା ଦର୍ଶନ କର ନୟନ ଫେଡି

ଯାତ୍ରା କଲେ ବଢେ ଜ୍ଞାନ ଅଜ୍ଞାନ ନାଶି

    ପ୍ରକୃତିରେ ହଜି ଖୋଜେ କଳ୍ପନା ବିଳାସୀ 

ଶୋଭା ସଂଦର୍ଶନେ ଭାବୁକ ମାନସ ଉଲ୍ଲସି 

    ତା ମୁଖେ କବିତା ଭଣି ବାଣ୍ଟଇ ଖୁସି

ଯାତ୍ରା ହରେ ମନସ୍ତାପ ସୁଖ କରେ ଭୋଗ

    ଅଜଣା ଭୟ ହରି ଶାନ୍ତ କରେ ରାଗ 

ଦେହରୁ ଛାଡିଯାଏ ଅସାଧ୍ୟ ରୋଗ 

    ଅନୁକୁଳ ପରିବେଶ ହୋଇଲେ ଯୋଗ ।


Rate this content
Log in

Similar oriya poem from Inspirational