Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Children

4.3  

DILIP KUMAR SAHOO

Children

ଉତ୍କଳ ଗୌରବ

ଉତ୍କଳ ଗୌରବ

1 min
217


  

   ତୁମ ଲାଗି ଆମେ ଓଡ଼ିଆ ବୋଲାଇ

       ଗରବ କରୁଛୁ ଆଜି

  ହେ ମଧୁସୂଦନ ତୁମର ସେ ଋଣ

      ପାରିବୁନି ଆମେ ସୁଝି...


   ସାତ ଦରିଆର ସେପରିକୁ ଯାଇ

      ବାରିଷ୍ଟରୀ ଶିକ୍ଷା ନେଲ

   ସତ୍ୟଭାମାପୁର ପଲ୍ଲୀ ମଫସଲ

      ଗାଆଁକୁ ତ ଧନ୍ୟ କଲ ।


   ଆଇନକୁ ସିନା ପେଷା କଲ ତୁମେ

      ଭାଷା ପାଇଁ କଲ ରଣ

   ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନେ

      ଢାଳିଦେଲ ମନ ପ୍ରାଣ ।

        

   ପ୍ରତି ଓଡ଼ିଆର କାନରେ କହିଲ

      ଉଠରେ ଉଠରେ ଭାଇ

   ହତଶିରୀ ଆମ ମାଆର ଆଖିରୁ

       ଲୁହ ପୋଛି ଦେବାପାଇ ।


    ଏ ଜାତିର ଚାରୁ କାରୁକଳା ସବୁ

         ଯାଇଥାନ୍ତା ଦିନେ ମରି

    ଦରିଆ ସେପାରେ ତୁମପାଇଁ ସିନା

        ତା ଆଦର ଗଲା ଭରି ।


   ମାଆ ମାଆ ବୋଲି କେତେଯେ ଖୋଜିଲ    

         ମାଆକୁ ପାଇଲ ନାହିଁ

    ମାଆ ଯେତେବେଳେ ସ୍ୱତନ୍ତ୍ର ହୋଇଲା

        ତୁମେ ପଡିଥିଲ ଶୋଇ।


    ତୁମ ବିନା ଆମେ ଇତିହାସ ବୁକେ

        ଯାଇଥାନ୍ତୁ ଦିନେ ହଜି

    ଉଠାଇଲ ତୁମେ ଓଡ଼ିଆ ଜାତିକୁ

       ଜୀବନଟା ସାରା ଯୁଝି ।


   ସ୍ୱତନ୍ତ୍ର ଓଡିଶା ଉତ୍କଳ ପ୍ରଦେଶ

       ସ୍ୱତନ୍ତ୍ର ଓଡ଼ିଆ ଭାଷା

   ଉତ୍କଳ ଗୌରବ ତୁମେ ଦେଖାଇଲ

       ଏ ଜାତିକୁ ନୂଆ ଦିଶା ।


   ଭାଷା ଭିତ୍ତିରେ ତ ସ୍ୱତନ୍ତ୍ର ଓଡିଶା

      ରାଇଜ ଗଠନ ହେଲା

   ଓଡ଼ିଆମାନଙ୍କୁ ସାରାଦୁନିଆରେ

       ନୂଆ ପରିଚୟ ଦେଲା ।


       

        


Rate this content
Log in

Similar oriya poem from Children