STORYMIRROR

Sagar Pradhan

Inspirational

2  

Sagar Pradhan

Inspirational

Utkal divas

Utkal divas

1 min
14.2K


💐ଉତ୍କଳ ଦିବସ💐

ଦେଖୁ ଅଛେ ଯେଉଁ ଓଡ଼ିଶାକୁ ଆଜି

ତାର ନୂତନ ରୂପରେ

ନଥିଲା ଉନେଇଶ ଛତିଶ ପୂର୍ବରୁ

ଏଭଳି ମାନଚିତ୍ର ରେ।

ଅକ୍ଲାନ୍ତ ପରିଶ୍ରମ ମଧୁବାବୁଙ୍କ

ଏହାର ଗଠନ ପାଇଁ

ପାରଳା ନରେଶ କୃଷ୍ଣ ଚନ୍ଦ୍ର ଦେଲେ

ନିଜ ହାତକୁ ବଢେଇ।

ଦୁଇ ରଥଙ୍କ ମିଳନ ଫଳରେ

ସୁଗମ ହୋଇଲା ପଥ

ନ ରହିଲା ଆଉ ଓଡ଼ିଆ ମନରେ

ଭାଷା ରାଜ୍ୟ ନେଇ ଭୀତ।

ନୂତନ ଓଡ଼ିଶା ଜନମ ନେଲା 

ଏପ୍ରିଲ ଏକ ଉନେଇଶ ଛତିଶିରେ

ଯୁଗଜନ୍ମାଙ୍କୁ ଓଡ଼ିଆ ଜାତି ଝୁରେ 

ଆଜି ଏ ପୁଣ୍ୟ ତିଥିରେ...       

ସାଗର ପ୍ରଧାନ, ପଦାଦିଗି,       ଗଞ୍ଜାମ,9124776287


Rate this content
Log in

Similar oriya poem from Inspirational