ଉପମା ତୋର ମା’ କେମିତି ଦେବି
ଉପମା ତୋର ମା’ କେମିତି ଦେବି
ଆତ୍ମା ଈଶ୍ୱରଂକ ରୂପ ଆକୃତି
ଶିଳ୍ପୀକାର ମାଆ ଏ ଦେହ କୃତି।
ଗଢା ହେଲୁ ମାଆ ତୋହରି ଠାରୁ
ତୁମେ ହେଲ ଆମ ପ୍ରଥମ ଗୁରୁ ।
ସଂସ୍କାର ଧନ ଯେ ଦେଇଛ କେତେ
ସେସବୁ ସାରଥୀ ଆଜିର ରଥେ ।
ତ୍ୟାଗ ମୂର୍ତ୍ତିମନ୍ତ କର୍ମରେ ବ୍ରତ
ସମର୍ପୀ ଜୀବନ ଧର୍ମରେ ରତ ।
ସେବା ଧର୍ମ କର୍ମ ପାଥେୟକରି
ଆତ୍ମପ୍ରଶଂସାରୁ କୋଶେ ଦୂରେଇ ।
ନେତ୍ରୀ ତୃଣମୂଳ ଥିଲ ସୁଯୋଗ୍ୟ
ଦୃଷ୍ଟାନ୍ତ ତୁମ ମା’ ଅତୁଳନୀୟ ।
ଉପମା ତୋର ମା’ କେମିତି ଦେବି
ଆମେ ତୋର ସୃଷ୍ଟି ତୁ ଆମ କବି ।
ଚାଲିବୁ ସୁବାଟେ ମା ନିଶ୍ଚେଁ ଆମେ
ତୋର ଛତ୍ରଛାୟା ତଳେ ସଭିଏଁ।
ଜାଣୁଁ ମା’ ଏତିକି ତୁ ଆମପାଇଁ
ସ୍ୱର୍ଗାଶିଷ ଦେଉ ଓଢାଳେ ଥାଇ ।
