Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Inspirational

2  

Chittaranjan Lenka

Inspirational

ଉପକାର

ଉପକାର

1 min
6.6K


ସମସ୍ତେ ଜାଣନ୍ତି    ସବୁ ଜୀବ ଠାରୁ

ଦୁର୍ଲଭ ଆମ ଜନମ

ତାର ମାନେ ନୁହେଁ କିଏ କେତେ ସୁଖେ

କାଟୁଛି ଏଠାରେ ଦିନ


ସୁଖ ଖୋଜିବାକୁ     ସଭିଏଁ ଆତୁର

କରନ୍ତି ଯୋଜନା ମାନ

ପର ହିତ ଦେଖି    ସହି ନ ପାରିବା

ଏହା କି ମଣିଷ ଗୁଣ ?


ନିଜ କଥା ଯିଏ     ଖାଲି ଭାବୁଥାଏ

ଜୀବନଟା ତୁଛ ତାର

ଦୁର୍ଲଭ ହୋଇବ     ମଣିଷ ଜୀବନ

କଲେ ପର ଉପକାର


ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in

Similar oriya poem from Inspirational