STORYMIRROR

Ramesh takri

Children

4  

Ramesh takri

Children

ଉପଦେଶ

ଉପଦେଶ

1 min
332

ବାଳକ ବାଳିକା     ରହିଅଛ ଯେତେ

     କର୍ତ୍ତବ୍ଯରେ ଦିଅ ମନ

ଏହି ଜଗତରେ    ବଞ୍ଚିଥିବା ଯାଏ

     ସୁଖରେ କାଟିବ ଦିନ ।୧।


ଆଦେଶ ପାଳନ     କରୁଥିବ ଜାଣ

     ଆଜ୍ଞାନୁବର୍ତ୍ତିତା ହୋଇ

ସମୟାନୁବର୍ତ୍ତୀ     କର୍ତ୍ତବ୍ଯ ନିଷ୍ଠାରେ

     ହେଳା କରିବନି କେହି ।୨।


ଛାତ୍ର ଜୀବନରେ     ଉଚ୍ଚ ଆଶା ରଖି

     ଜ୍ଞାନ ଆହରଣ କର 

ଆଗ୍ରହର ସହ     କାର୍ଯ୍ଯ କରିଗଲେ 

     ହେବ ନିଜେ କର୍ମବୀର ।୩।


ମିଥ୍ୟା ପ୍ରତାରଣା     ଲୋଭ ତ୍ଯାଗକରି

     ସତ୍ଯ ନିଷ୍ଠା ସର୍ବେ ହୁଅ

ଦୟା ,କ୍ଷମା ,ପ୍ରେମ।    ,ସୁଗୁଣ ସାଇତି

     ସକଳଙ୍କୁ ବାଣ୍ଟିଦିଅ ।୪।


ପିତା ମାତା,ବନ୍ଧୁ,    ଗୁରୁଜନ ଠାରେ 

     ଭକତି ସମ୍ମାନ ରଖ

ନିଜଠାରୁ ସାନ     ଭାଇ ଭଉଣୀଙ୍କୁ

     ସେନେହ ଦେବାକୁ ଶିଖ ।୫।


କଟୂ ଭାଷା ସର୍ବେ     ପରିହାର କରି 

     ମଧୁର ବଚନ କୁହ

ଖାଇବା ପିନ୍ଧିବା     ଯାହା ପାଉଥାଅ

      ସେଥିରେ ସନ୍ତୁଷ୍ଟ ରୁହ ।୬।


କାହା ମନେ କିଛି     କଷ୍ଟ ହେବା ଭଳି

      ବାକ୍ଯ କୁହ ନାହିଁ କେହି

ଶୁଦ୍ଧ ଆଚରଣ     ଦେଖାଅ ସଭିଙ୍କୁ

     ମିତ୍ରତା ସ୍ଥାପନ ପାଇଁ ।୭।


ବିପଦ ସମୟେ     ସାହାଯ୍ଯ ମାଗିଲେ 

     କେହି ମନାକର ନାହିଁ 

ସାହାଯ୍ଯ ବଦଳେ     ପାଇବାକୁ କିଛି

     ଆଶା ରଖ ନାହିଁ କେହି ।୮।


ସ୍ବାସ୍ଥ୍ଯ ହିଁ ଅଟଇ     ଅମୂଲ୍ଯ ସମ୍ପଦ

     ସ୍ବାସ୍ଥ୍ଯର ନିଅ ଯତନ

ସ୍ବାସ୍ଥ୍ଯ ଭଲ ଥିଲେ     ମନ ଭଲ ରହେ

     ବିତିବ ସୁଖେ ଜୀବନ ।୯।


କର୍ମରୁ ସ୍ବଭାବ।    ସ୍ବଭାବୁ ଚରିତ୍ର 

     ଭାଗ୍ଯର ନିର୍ମାଣ ହୁଏ

ସତ୍ ଚରିତ୍ରର     ବିକାଶ ହୋଇଲେ

     ସର୍ବଗୁଣ ମିଳିଥାଏ ।୧୦।


ଆଳସ୍ଯରେ ବୁଦ୍ଧି     ବଳ ନଷ୍ଟ ହୂଏ

     ଅଳସରୁ ଥାଅ ଦୂର 

ଶାରୀରିକ ସାଥେ     ମାନସିକ କର୍ମ 

     କରିବା ଅଭ୍ଯାସକର। ୧୧।


ଜଗତରେ ଯିଏ     ଜନମ ଲଭିଲେ

     ମରଣ ନିଶ୍ଚୟ ହୁଏ

ଚରିତ୍ରକୁ ମୃତ୍ଯୁ     ସ୍ପର୍ଶ କରେ ନାହିଁ

     ଏଣୁ ସେ ଅମର ରହେ ।୧୨।

   


Rate this content
Log in

Similar oriya poem from Children