ଉଲ୍ଲୁକ
ଉଲ୍ଲୁକ
ମୋତେ ସେଇ ଅନ୍ଧାର..
ଯେଉଁଠି ମୁହଁ ବି ଦିଶେନା..!!
ଆପଣା ହେଉ କି ପର..
କେହି କିଛି ଜାଣି ହୁଏନା..!!
ସେଇ ଅମା ଅନ୍ଧାର..
ଯିଏ ସବୁକିଛି ଲୁଚାଇ ଦିଏ..!!
ପାପ ହେଉ ପୁଣ୍ୟ..
ଆଉ ସେଠି ବାରି ହୁଏନା..!!
ଜଳ କି ଥଳ କି ନଭ..
କେଉଁଠି ଆଉ ଡର ଲାଗେନା..!!
ସେହି କଳା ଅନ୍ଧକାରରେ..
ନିଜକୁ ବି ନିଜେ ଚିହ୍ନି ହୁଏନା..!!
ଘନ ଅନ୍ଧାର ବକ୍ଷରେ..
ତଥାପି ସବୁ ତ ହଜି ଯାଏନା..!!
ଆଲୁଅର କ୍ଷୀଣ ସ୍ରୋତକୁ..
ଅନ୍ଧକାର କେବେ ଜିତି ପାରେନା..!!
ଏକଥାକୁ ଜାଣିଛି ବୋଲି..
ଅନ୍ଧକାରକୁ ଏତେ ଭଲ ପାଇଛି..!!
ତୁ ଆସିବୁ ବୋଲି ତ..
ଅନ୍ଧାରରେ ବି ଚାହିଁ ରହିଛି…!!
