STORYMIRROR

Pramila Mohanty

Inspirational

4  

Pramila Mohanty

Inspirational

ଉଇଁ ଆସିଲେ ସବିତା

ଉଇଁ ଆସିଲେ ସବିତା

1 min
256


ଉଇଁ ଆସିଲେ ସବିତା

ପୂରୁବ ଆକାଶେ ଦେଲେ

ସ୍ବର୍ଣ୍ଣିମାୟ କିରଣ ବୁଣି

ସମଗ୍ର ନର, ପଶୁପକ୍ଷୀ

ଉଠିଲେ ଜାଗି

ପଲ୍ଲବିତ ତରୁ ପୁଷ୍ପ ଦେଲା

ଉଲ୍ଲସିତ ନୟନେ

ପାଖୁଡା ମେଲି

ଭଅଁର ଗୁଣୁ ଗୁଣୁ ତାନେ

ଗାଇ ଉଠେ ଆଗମନୀ ଗୀତି,

ଖିଲି ଖିଲି ହସରେ ବନଭୂଇଁ

ଗଲା ଗୁଞରୀ ମହକ

ବାସ୍ନାରେ ଗଲା ଚହଟି

ପକ୍ଷୀଗଣ ସଜଳ ନୟନେ

ଉଠିଲେ ଜାଗି 

ଉଠି ଚାଲିଗଲେ ଚିଇଁ ଚିଇଁ

ରାବ କରି ନିଜ ନିଜ

ଆହାର ଖୋଜି

ତରୁ ଡାଳେ ବସି ।

ଚଷା ଭାଇ ଚାଲିଲା

ହଳ ଲଙ୍ଗଳ ଧରି

ଜମି ଚଷି ଦୁନିଆକୁ

ଆହାର ଦେବ ଯୋଗାଇ ।

ନାଲି ଟୁକୁ ଟୁକୁ ସାଧବ

ବୋହୁ ଯାଏ ତଟିନୀରୁ

ଜଳ ଭରି 

ନର ନାରୀ ଚାଲିଯାନ୍ତି

ନିଜ ନିଜ କର୍ମ କରି

ସବିତାର ଆଶୀର୍ବାଦେ

ସଭିଏଁ କଟାନ୍ତି ଦିବସ 

ଆନନ୍ଦ ଭରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational