STORYMIRROR

kamal kumar dash

Romance

2  

kamal kumar dash

Romance

ତୁମରି ପୁରୁଣା ଚିଠି

ତୁମରି ପୁରୁଣା ଚିଠି

1 min
59


ଇଚ୍ଛା ହୁଏ ଆଜି ପଢିବାକୁ ସବୁ

ତୁମରି ପୁରୁଣା ଚିଠି

ଖୋଜିବାକୁ ଥରେ ସେ ଗଲା ଅତୀତ

ତୁମରି ପ୍ରୀତିର ସ୍ମୃତି (୧)

ବୁଲିବାକୁ ସେଇ ଗଲା ଅତୀତରେ

ତୁମ ସାଥେ ହାତ ଧରି

ତୁମରି ସୁବାସ ମନ ଖୋଲା ହସ

ଆଜି ସବୁ ଆସେ ଫେରି (୨)

ଗଲା ସେ ଅତୀତ ଆଫେରା ବୋଇତ

କେବେବି ଫେରିବ ନାହିଁ

ସ୍ମୃତିର ଲହଡି ଖାଲି ଫେରି ଆସେ

ଯାଏ ବେଳl ଭୁମି ଛୁଇଁ (୩)

ସେଇ ବାଲି ଘର ଓଦା ପାଦ ଚିହ୍ନ

ଖୋଜେ ଆଜି ବେଳlଭୂଇଁ

ଧୀରେ ଧୀରେ ଆସି ଶୀତଳ ପବନ

ଝାଉଁ ବଣ ଯାଏ ଛୁଇଁ (୪)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance