ତୁମର
ତୁମର
ଶରୀର ତୁମର ସିନା
ହୃଦୟ ତ ମୋର
ସୁନ୍ଦର ଓଠ ତୁମର
ବଚନ ତ ମୋର ।।
ରାତିର ନିଦ ତୁମର
ସପନ ତ ମୋର
ଆଖିର ପିତୁଳା ତୁମେ
ଜ୍ୟୋତି ମୁ ତୁମର ।।
ପାଦର ପାଉଁଜି ତମେ
ରୁଣୁ ଝୁଣୁ ମୋର
ତୋ ମନର ଆକାଶରେ
ଜହ୍ନ କର ମୋର ।।
ହାତର ପାପୁଲି ତମେ
ହସ୍ତ ରେଖା ମୋର
ମଥାର ତିଳକ ତମେ
ଚନ୍ଦନ ମୁଁ ତମର ।।
ହୃଦର ସ୍ପନ୍ଦନ ତମେ
ନିଶ୍ୱାସ ତ ମୋର
ସକାଳ କୁସୁମ ତମେ
ସୁଗନ୍ଧ ମୁଁ ତମର।।
ରାତିର ଖଦ୍ୟୋତ ତମେ
ଆଲୋକ ତ ମୋର
ସକାଳ କାକର ବିନ୍ଧୁ
କିରଣ ତ ମୋର ।।
ଶରୀର ତୁମର ସିନା
ହୃଦୟ ତ ମୋର
ରାତିର ନିଦ ତମର
ସପନ ତ ମୋର ।।
.

