STORYMIRROR

Bunee Tripathy

Romance

3  

Bunee Tripathy

Romance

ତୁମପ୍ରେମ

ତୁମପ୍ରେମ

1 min
175

ସାଗରଠୁ ଗଭିର ଅଟେ ତୁତ ପ୍ରେମ

୍ଆକାଶଠୁ ବିସ୍ତୀର୍ଣ୍ଣ ଅଟେ ତୁମ ମନ

୍ଆଲୋକଠୁ କ୍ଷିପ୍ର ଅଟେ ତୁମ ଅଭିମାନ

ଭାସ୍କରଠୁ ଉତ୍ତପ୍ତ ଅଟେ ତୁମ ରାଗ

ତୁମେ ତ ମୋ ପ୍ରେମର ଏକ ନିଦର୍ଶନ।


ତୁମର ଛାତିରେ ମୁଣ୍ଡରଖି ଶୋଇବାକୁ ମନ

ତୁମ ଆଖିରେ ହଜିବାକୁ ହୁଏ ଛନଛନ

ତୁମ ବାହୁରେ କର ମୋତେ ଆଲିଙ୍ଗନ

ତୁମ ସ୍ବପ୍ନରେ ହେବି ମୁଁ ନାୟିକା

ଅନେକ ଭିତରେ ତୁମେ ଅଟ ଅନନ୍ଯ।


ପୂଜାରିଣୀ ସାଜି ପୂଜୁଥିବି ନୀତି ହୋଇ ମଗନ

ଦେବତା ମୋହର ମନ ମନ୍ଦିରର କରେ ଜଣାଣ

ଜୀବନ ମୋହର ତୁମ ପାଦତଳେ କରୁଛି ଦାନ

ପ୍ରେମ ମୋର ଅମର ଏହି ଅଟେ ସପନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance