ତୁମେଗଲା ପରେ ପରେ
ତୁମେଗଲା ପରେ ପରେ
ତୁମେ ଗଲା ପରେ ପରେ
କେହିତ ଆସିନି ଆଗୋ ପ୍ରାଣସହୀ
ଏଇ ମୋର ଜୀବନରେ...
ତୁମେ ଗଲା ପରେ ପରେ....।
ବହୁନାହିଁ ଆଉ ମଳୟ ପବନ
କୋଇଲି ଗାଉନି ଗୀତ
ଖିଲିଖିଲି ହୋଇ ହସୁନାହିଁ କାହିଁ
ସୁନାର ସୋରିଷ କ୍ଷେତ ,
ଶୁଭୁନାହିଁ କା'ର ବେସୁରା ଗଜଲ
ସମୟ ନଈର ଧାରେ...
ତୁମେ ଗଲା ପରେ ପରେ......।
ଦିଶୁନାହିଁ କାହିଁ ଆକାଶରେ ଜହ୍ନ
ଫୁଟୁନାହିଁ ତାରା ଫୁଲ
ମାଗୁନାହିଁ କେହି ଆଞ୍ଜୁଳା ପତାଇ
ଭଲ ପାଇବାର ମୂଲ ,
ପାହାନ୍ତା ପହରେ ତୁଠର ପଥର
ଏବେବି ତୁମକୁ ଝୁରେ...
ତୁମେ ଗଲା ପରେ ପରେ.....।
