STORYMIRROR

SUJATA DAS

Classics

3  

SUJATA DAS

Classics

ତୁମେ

ତୁମେ

1 min
138

ଅଭିମାନେ ତୁମେ

   ସ୍ୱାଭିମାନେ ତୁମେ

     ଅନୁଭବେ ପୁଣି ତୁମେ

ପୁଲକରେ ତୁମେ

   ଝଲକରେ ତୁମେ

     ତୁମେ ପ୍ରତି ଶିହରଣେ

ପ୍ରତ୍ୟୁଷରେ ତୁମେ

  ପ୍ରଦୋଷରେ ତୁମେ

    ହୃଦୟ କୁଞ୍ଜ କାନନେ

ମଧ୍ୟାହ୍ନରେ ତୁମେ

   ଅପରାହ୍ନେ ତୁମେ

     ସଞ୍ଜ ସଳିତାରେ ତୁମେ

ଶବ୍ଦପୁଞ୍ଜେ ତୁମେ

   ଅକ୍ଷରରେ ତୁମେ

     କାବ୍ୟ କବିତାରେ ତୁମେ

ଉପମାଳଙ୍କାରେ

   ରାଗ ରାଗିଣୀରେ

      ଗୁପ୍ତେ ପ୍ରତିଷ୍ଠିତ ତୁମେ

ପଲ୍ଲବୀତ ତୁମେ

   ପତ୍ରଝଡା ତୁମେ

      ପ୍ରସ୍ପୁଟିତ ଉପବନେ

ଶ୍ରାବଣରେ ତୁମେ

   ନିଦାଘରେ ତୁମେ

     ଆଦ୍ୟ ଆଷାଢ଼ରେ ତୁମେ

ମଧୁର ମହକେ

   ତୁମେ ଭରିଦିଅ

      ମିଠା ମଧୁ ପ୍ରତି ଦୃମେ

ପ୍ରତିଶୃତି ତୁମେ

   ପ୍ରତାରଣା ତୁମେ

     ସମ୍ପର୍କର ଅର୍ଥ ତୁମେ

ଆଲୋକରେ ତୁମେ

    ଅନ୍ଧାରରେ ତୁମେ

      ତୁମେ ପୁଣି ସଙ୍ଗୋପନେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics