STORYMIRROR

Bhubanananda Adhikari

Inspirational Others

3  

Bhubanananda Adhikari

Inspirational Others

ତୁମେ

ତୁମେ

1 min
13.5K


ଉଦିତ ଭାସ୍କର ପ୍ରଭାରେ

ଧବଳ ଚନ୍ଦ୍ରମା ଆଭାରେ

ତୁମେ ହିଁ ଥାଅ ତୁମେ

ଇତର ମଣିଷ ତଥାପି ଖୋଜୁଛି

ତୁମକୁ ଯେ ଭ୍ରମେ ଭ୍ରମେ।


ତୁମେ ହିଁ ପ୍ରଶାନ୍ତ ତଟିନୀ ବୁକୁରେ

ଶୀତଳ ସୁଶୀଳ ନୀର

ତୁମେ ହିଁ ଅଶାନ୍ତ ସାଗର କଣ୍ଠ ରେ

ଗୁରୁ ଗମ୍ଭୀର ସ୍ୱର

ତୁମେ ହିଁ ବାରିଦ ତୁମେ ବାରି ଧାରା

ଚଞ୍ଚଳା ଚପଳା ତୁମେ

ଇତର ମଣିଷ ତଥାପି ଖୋଜୁଛି

ତୁମକୁ ଯେ ଭ୍ରମେ ଭ୍ରମେ


ବିସ୍ତୀର୍ଣ୍ଣ ଗଗନ ତୁମ କ୍ରୀଡାଙ୍ଗନ

ଚରାଚର ତୁମ ସୃଷ୍ଟି

ତୁମେ ହିଁ ତ କେବେ ହଳାହଳ ବିଷ

କେବେ ଅମୃତର ତୃପ୍ତି

ତୁମେ ହିଁ ମଳୟ ତୁମେ ହିଁ ପ୍ରଳୟ

ସ୍ଥିତି ତୁମ ସବୁ ପ୍ରାଣେ

ଇତର ମଣିଷ ତଥାପି ଖୋଜୁଛି

ତୁମକୁ ଯେ ଭ୍ରମେ ଭ୍ରମେ।


ନିଘଞ୍ଚ କାନନେ ଅବା ଉପବନେ

ତୁମେ ଶ୍ୟାମଳ ସର୍ଜନା

ସପ୍ତ ସୁରେ ବନ୍ଧା ପ୍ରତିଟି ସଙ୍ଗୀତ

ତୁମେ ସଙ୍ଗୀତ ମୂର୍ଚ୍ଛନା

ତୁମେ ହିଁ ନିଶ୍ଵାସ ତୁମେ ହିଁ ବିଶ୍ୱାସ

ଜଗନ୍ନାଥ ପରା ତୁମେ

ଇତର ମଣିଷ ତଥାପି ଖୋଜୁଛି

ତୁମକୁ ଯେ ଭ୍ରମେ ଭ୍ରମେ।


©ଭୁବନାନନ୍ଦ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational