STORYMIRROR

Bhubanananda Adhikari

Others

2  

Bhubanananda Adhikari

Others

ଲୋ ଗଜ ମୁକୁତା

ଲୋ ଗଜ ମୁକୁତା

1 min
2.6K


କଳପବଟ ରେ ବାନ୍ଧିଲି ସୁତା

ଲୋ ଗଜମୁକୁତା,

ମନେ ଯାହା ନେଇ

ଆସିଥିଲି ଧାଇଁ,

ସବୁ କଳାଦିଅଁ ପାଖରେ ବନ୍ଧା,

ଲୋ ଗଜମୁକୁତା।


ଭାବିଥିଲି କେତେ ଦୁଃଖ ମୁଁ କହିବି,

ତା ପାଖରୁ ଟିକେ ହସ ମୁଁ ମାଗିବି,

ତା କଳା ବଦନ,

ତା ଚକାନୟନ,

ଦେଖି ଭୁଲିଗଲି ସବୁ ମୋ ଚିନ୍ତା

ଲୋ ଗଜମୁକୁତା।


ଅରୁଣ ଖମ୍ବ କୁ କୁଣ୍ଢେଇ ଧରିଲି,

ତା ଦୁଆରେ ବେତ ମାଡ଼ ମୁଁ ଖାଇଲି,

ଆନନ୍ଦ ବଜାରେ,

ଅବଢ଼ା ନିଶା ରେ,

ପାଶୋରିଗଲି ମୋ ସଂସାର କଥା

ଲୋ ଗଜମୁକୁତା

ଲୋ ଗଜମୁକୁତା।।


ଭୁବନାନନ୍ଦ ଅଧିକାରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍