STORYMIRROR

Bhubanananda Adhikari

Inspirational

3  

Bhubanananda Adhikari

Inspirational

ବନ୍ଧୁର ହୃଦୟ ବନ୍ଧୁ

ବନ୍ଧୁର ହୃଦୟ ବନ୍ଧୁ

1 min
13.9K


ମୁଁ ଏକ ବନ୍ଧୁର ହୃଦୟ ବନ୍ଧୁ

ମସୃଣ କରିବା ଶତ ଚେଷ୍ଟା ପରେ,

ବିଫଳ ମୁଁ ହୁଏ ପଶ୍ଚାତାପ କରେ,

ଭାବନା କଳ୍ପନା ରୂପାୟିତ ହୁଏ

ଶୋଚନାରେ ବିନ୍ଦୁ ବିନ୍ଦୁ,

ମୁଁ ଏକ ବନ୍ଧୁର ହୃଦୟ ବନ୍ଧୁ।

ହୃଦୟକୁ ମସୃଣ କରିବାର

ସାଇତା ଯେ ଯେତେ ଅଭିଳାଷ ମୋର

ପ୍ରତିକ୍ଷଣେ ଅଦ୍ଭୁତ ଅନୁଭବ

ଅଟକାଏ ନିନ୍ଦୁ ନିନ୍ଦୁ

ମୁଁ ଏକ ବନ୍ଧୁର ହୃଦୟ ବନ୍ଧୁ ।

ବନ୍ଧୁର ହିଁ ବୁଝେ ହୃଦୟ ଚିତ୍କାର

ଜାବୁଡି ଧରେ ସେ ଅଣୁ ବା ପ୍ରସ୍ତର

ଦେଖୁନ କେତେ ଯେ ରୂପକୁ ଧରିଛି

ଦସ୍ୟୁ ବା ନିପଟ ସାଧୁ

ମୁଁ ପରା ବନ୍ଧୁର ହୃଦୟ ବନ୍ଧୁ

©ଭୁବନାନନ୍ଦ ଅଧିକାରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational