STORYMIRROR

Bhubanananda Adhikari

Others

3  

Bhubanananda Adhikari

Others

ଶ୍ରୀମନ୍ଦିରେ ରାଧା ରାଧା କେବେ କହନ

ଶ୍ରୀମନ୍ଦିରେ ରାଧା ରାଧା କେବେ କହନ

1 min
13K


ଶ୍ରୀ ମନ୍ଦିରେ ରାଧା ରାଧା କେବେ ତୁ କହନା

ଶ୍ରୀ ମନ୍ଦିରେ ରାଧା ରାଧା କେବେ ତୁ କହନା

ଶୁଣିଦେଲେ ଥରେ

ରାଧା ଉଚ୍ଚାରଣ

କାଳିଆ ସାଆନ୍ତ

ହବରେ ଉଚ୍ଛନ୍ନ

ରାଧାକୁ ସେ ଭୁଲିନି ତ ଜମା

ଶ୍ରୀ ମନ୍ଦିରେ.....।।


ଗୋପରେ ଗୋପୀଙ୍କ ସାଥେ,

କରୁଥିଲା ଲୀଳା କେତେ ଯମୁନା କୂଳରେ

ବଇଁଶୀ ଧରି ତା ହାତେ,

ନାଚୁଥିଲା ରାଧା ସାଥେ ସେ କୁଞ୍ଜ ବନ ରେ

ଆଜି ଦେଖ ସେଇ

କଳା କାହ୍ନୁ ଆମ,

ରତ୍ନ ସିଂହାସନେ

ହେଲା ଦାରୁବ୍ରହ୍ମ

ରାଧାକୁ ସେ ଭୁଲିନି ତ ଜମା....


ରାଧା ଶବଦକୁ ଥରେ,

ଓଲଟାଇ ଲେଖି ଦେଖ ହେବ ସିଏ ଧାରା

ତା ଚକାନାୟନକୁ

ଥରେ ଚାହିଁ ଦେଖ ଲୁହ ଝରିଯିବ ପରା।

ପ୍ରତିଟି ଭକତ

ଲୁହର ଧାରାରେ

କଳା ଦିଅଁ ଆମ

ରାଧା କୁଟି ଝୁରେ

ରାଧାକୁ ସେ ଭୁଲିନି ଜମା

ଶ୍ରୀ ମନ୍ଦିରେ....

ଭୁବନାନନ୍ଦ ଅଧିକାରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍