STORYMIRROR

Bhubanananda Adhikari

Inspirational

3  

Bhubanananda Adhikari

Inspirational

ବାପା

ବାପା

1 min
12.6K


ପରିତ୍ୟକ୍ତ ମାଟିକୁ

ସାଉଁଟି ଆଣି

ଗୋଟାଏ ଜୀବନ୍ତ-ପ୍ରତିମା ଗଢୁଥିବା,

ଧୁରୀଣ କାରିଗରଟିଏ

ବାପା ।


ଅନୁଶାସନ, ନିୟମ,ନୀତିର

ଖୋଳପା ଭିତରେ

ଜାକିଜୁକି ହେଇ ବସିଥିବା ଆତ୍ମୀୟତା ଓ ବାତ୍ସଲ୍ୟ ମମତାର

ବିରାଟ ଦୁର୍ଗ ଟିଏ

ବାପା ।


ନିଜ ଜୀବନର

ହଜାରେ ସଂଘର୍ଷକୁ

ପାଶୋରିବାର ଅଭିନୟ କରି,

ଲୁହକୁ ଆଖି ଭିତରେ ଚାପି ରଖି

କିଛି ମୁହଁରେ ଚେନାଏ ହସ ଆଣୁଥିବା ନାୟକଟିଏ

ବାପା ।


ନିଜର ସଞ୍ଚିତ ପୁଣ୍ୟକୁ

ଅନାୟାସରେ ବାଣ୍ଟିଦେଇ

ଆମର ମହଣେ ପାପର ବୋଝ ମୁଣ୍ଡେଇବାକୁ ପ୍ରସ୍ତୁତ ଥିବା

ଉଦାର ମଣିଷଟିଏ

ବାପା ।


ମୁଁ କୋଉ ଈଶ୍ୱରକୁ ଦେଖିନି,

(କିନ୍ତୁ)ଯାହାକୁ ଦେଖି ମୁଁ ଈଶ୍ୱରଙ୍କ କଳ୍ପନା କରୁଥାଏ,

ଯାହାର ଚରିତ୍ରରେ ମୁଁ

ବ୍ରହ୍ମା, ବିଷ୍ଣୁ , ମହାଦେବଙ୍କ ଅସ୍ଥିତ୍ୱ

ଅନୁଭବ କରୁଥାଏ,

ଯାହା ତ୍ୟାଗରେ ମୁଁ

ଗୋଟାଏ ନିରଳସ ସନ୍ଥର ବ୍ୟକ୍ତିତ୍ୱ

ପରିକଳ୍ପନା କରୁଥାଏ,

ଯାହା ଉପସ୍ଥିତି ହିଁ

ଏ ମାଟି ଉପରେ ସ୍ୱର୍ଗର ଦେବତ୍ୱ

ଜାହିର କରାଉଥାଏ,

ବାପା।

ବାପା…ବାପା….ବାପା


ଭୁବନାନନ୍ଦ ଅଧିକାରୀ


Rate this content
Log in

Similar oriya poem from Inspirational