STORYMIRROR

Bhubanananda Adhikari

Inspirational

3  

Bhubanananda Adhikari

Inspirational

ଜୀବନ ଏ ଜୀବନ

ଜୀବନ ଏ ଜୀବନ

1 min
13.5K




କେବେ ସିଏ ଅବେଳାରେ ସାତତାଳ ନିଦ

ଆଉ କେବେ ଆଖି ତଳେ ଲୁଚାଛପା କେତେ ସପନ

ଜୀବନ ଜୀବନ

ଜୀବନ ଜୀବନ


ରାତି ଥିଲେ ହବ ଦିନ

ଦିନ ଥିଲେ ରାତି

ତଥାପି ଏ ମନ ଜମା

ବୁଝେନା କେମିତି

କେବେ ସେ ନିଶ୍ୱାସ

କେବେ ସେ ବତାସ

ପୁଣି ଆଉ କେବେ କେବେ

କୁହୁକ ମଳୟ ପବନ...

ଜୀବନ ଜୀବନ.............


ମଲ୍ଲୀ ପରି କେବେ ବାସେ

ଦିନ ଆଲୁଅରେ

କେବେ ସାଜିଯାଏ ଗଙ୍ଗ-

-ଶିଉଳି ନିଶିରେ

କେବେ ପଣତର ଛାଇ

କେବେ ସେ ଅଫେରା ନଈ

ପୁଣି ଆଉ କେବେ କେବେ

ନିଠୁର ଜୁଇର ଦହନ

ଜୀବନ..

ଜୀବନ...

ଜୀବନ....


(ଭୁବନାନନ୍ଦ ଅଧିକାରୀ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational