STORYMIRROR

Arabinda Mishra

Romance

3  

Arabinda Mishra

Romance

ତୁମେ

ତୁମେ

1 min
107

ସବୁକିଛି ବଦଳିଯାଏ

କାହାର ନଉକା ଭାଙ୍ଗିଯାଏ ତ କାହାର ଭାସିଯାଏ l


ନୂତନ କହିଲେ ଯୋଉଠି ବିକଳ୍ପ 

ସେଠି ପୁନରୁଦ୍ଧାର ଚାଲେ,ତୁମେ ବାହାନା କହିପାର

କଏ କହେ,ଆଉ କିଏ ନିଏ ସଙ୍କଳ୍ପ 

ସତ କିନ୍ତୁ ପଡିଆ,ଯୋଉଠି ଖାଲି ହାହାକାର l


ବଦଳିବା ନିଶ୍ଚିତ,ବଦଳିନି କିଏ

ମୁଁ'ବି ବଦଳିଯାଇଛି,ତୁମ ପରେ ପରେ

 ଅଛି କିନ୍ତୁ ଅନେକ ଫରକ

ତୁମ ଆଉ ମୋ ଭିତରେ ,

ତୁମେ ବରଷିଛ,ଭିଜିନ ଏଯାଏଁ

ପଛକୁ ନଚାହିଁ ଦୁରେଇ ଚାଲିଛ

ମୁଁ କିନ୍ତୁ ଅଛି ଠିକ ସେତିକି ଦୁରରେ

ହଁ'ସେଦିନ ଥିଲା ଭ୍ରମ,ଆଜି ପ୍ରେମରେ .. l


Rate this content
Log in

Similar oriya poem from Romance