ତୁମେ
ତୁମେ
ପ୍ରିୟତମା ତୁମେ ସ୍ୱଚ୍ଛ ସୁନିର୍ମଳ
ପବିତ୍ର ଜାହ୍ନବୀ ଧାରା,
ମୋ ମନଆକାଶେ ପ୍ରିୟତମା ତୁମେ
ଧ୍ରୁବ ସମୁଜ୍ଜ୍ୱଳ ତାରା ।
ତୁମେ ଜୀବନର ଶାନ୍ତି ସୁଧା ନୀର
ପ୍ରଫୁଲ୍ଲ ନୀଳ କମଳ
ଜୀବନ ମରୁ ରେ ପ୍ରଶାନ୍ତି ଉଦ୍ୟାନ
ତୁମେ ମଳୟ ସମୀର ।
ନୀଳ କଇଁ ସମ ତୁମ ଦୁଇ ଆଖି
ସପନ ସୁଖ ପସରା
ତୁମରି ପରଶ ସେନେହ ସୋହାଗ
ସୁବାସ ଚନ୍ଦନ ଭରା ।
କଥା ଦିଅ ପ୍ରିୟା ଏକ ମନ ପ୍ରାଣେ
ଥିବା ଆମେ ସାଥେ ପାଶେ
ଏ ଭବ ସଂସାର କାଳ ଇହ ପର
ନ ହେବା ଦୂର ନିମିଷେ ।
ତୁମେ ମୋ ସାହସ ଶକତି ବିଶ୍ୱ।ସ
ତୁମେ ସାଥୀ ସହଯାତ୍ରୀ
ବାହି ନେବା ଆସ ଆଶାର ନଉକା
ଧରି ହାତ ବିଭୁ ସ୍ମରି ।

