STORYMIRROR

kamal kumar dash

Tragedy

2  

kamal kumar dash

Tragedy

ତୁମେ ଯେବେ ଗଲ ଚାଲି

ତୁମେ ଯେବେ ଗଲ ଚାଲି

1 min
175

ମୋ ଆଖିର ଲୁହ  ଆଖିରେ ରହିଲା 

   ଚାହିଁ ରହି ଗଲି ଖାଲି 

ଓଢଣା ପକାଇ     ନାଲି ପIଟ ପିନ୍ଧି 

   ତୁମେ ଯେବେ ଗଲ ଚାଲି

ଗତ ସୃତି ସବୁ    ଆଖି ଲୁହ ହୋଇ 

   ମାଟିରେ ପଡିଲI ଝରି 

କିଛି ଚିଠି ଆଉ    ପୁରୁଣା କବିତା 

    ଫିଙ୍ଗିଦେଲି ରାଗି ଚିରି

ଭାବିଲି ଅନେକ   ତୋର କଥା ବସି 

   ମୋ ଭାଗ୍ୟ କୁ ଦୋଷ ଦେଇ 

ତାପରେ ଭାବିଲି   ଲାଭ କଣ ଆଉ 

    ତୋ କଥା ମନେ ପକାଇ

ଭାବିଲି କେବେବି  ଲେଖିବିନି କିଛି 

    ତୋ କଥା ମନରେ ଭାବି  

ହେଲେ ମୋ ମନ ଟା  ଜମାରୁ ବୁଝୁନି

    ତୋତେ ଭୁଲି ପାରୁ ନାହିଁ

ଜାଣିଚି କେବେବି   ଫେରିବୁନି ବୋଲି 

    ତଥାପି ପଡୁଛି ମନେ 

ପ୍ରଥମ ପ୍ରେମର    ପ୍ରଥମ ଚିଠିକୁ 

    ରଖିଛି ଅତି ଯତନେ

କୁସୁମିତ ହେଉ  ତୁମେ ଚଲା ପଥ 

     ଅଂଗାରେ ଯାଏ ମୁଁ ଜଳି 

ଭାବୁଛି ରହିବି   ତୁମରି ସୃତିରେ 

    ସାଜି ବଣ ର ଶେଫାଳି  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy