STORYMIRROR

kamal kumar dash

Romance

3  

kamal kumar dash

Romance

ତୁମେ ଥରେ ଆସନ୍ତ ନି

ତୁମେ ଥରେ ଆସନ୍ତ ନି

1 min
460


ତୁମେ ଥରେ ଆସନ୍ତ ନି 

ମୋର ଏଇ ଛୋଟ ଷ୍ଟେସନ ରେ 

ବଉଳ ଫୁଲର ବାସ୍ନା ନେଇ

ତୁମ କବରୀରେ (1)


ନାଲି ଶାଢ଼ୀ ପିନ୍ଧି ଆସ 

ଓଢଣା ଭିତରେ 

ଅବା ଆସ ଦୀପ ଧରି 

ପାଖ ମନ୍ଦିରରେ (2)


ଆଜି ଖାଲି ତୁମ କଥା 

ଭାରି ମାନେ ପଡେ 

ଶେଷ ଗାଡି ଚଢି ଆସ 

ମୋର ଷ୍ଟେସନ ରେ (3)


ପାଖେ ବସି କଥା ହେବା 

ଏ ଜହ୍ନ ରାତିରେ 

ପ୍ଲାଟ ଫର୍ମ ଶେଷ ସେଇ 

ସିମେଣ୍ଟ ବେଞ୍ଚରେ (4)


ଦିନ ବିତେ ଏକା ଏକା 

ରାତି ବିତେ ତୁମ ଭାବନାରେ 

କବିତା ମୁଁ ଅନେକ ଲେଖୁଛି 

ମନ କିନ୍ତୁ ବୁଝୁନି ସେଥିରେ (5)


ଏଠି ବସି ତୁମ କଥା 

ଭାବୁଛି ସଞ୍ଜରେ 

ଚଉରାରେ ଦୀପଦେଇ କଣ ବା ମାଗିଲ 

କହିଦିଅ ଥରେ (6)


ଜାଣିଛି ମୁଁ କେବେ ତୁମେ ଆସିବନି 

ମୋର ଏଇ ଛୋଟ ଷ୍ଟେସନ ରେ 

ସତରେ ନହେଲେ ଥରେ 

ଆସ ତୁମେ ମୋର ସପନ ରେ (7)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance