💐ତୁମେତ ସର୍ବଦାତା💐
💐ତୁମେତ ସର୍ବଦାତା💐
କେମିତି ତୁମକୁ ଧନ୍ୟବାଦ ଦେବି
କହିଦିଅ ବାବା ମୁଁ ପାରୁନି ଭାବି ।। ୧।।
ମାନସିକ ମୋର ପୂର୍ଣ୍ଣ ହେଲା ଭାବି
ମିଛେ କାହିଁପାଇଁ ତ ମୁଁ ଖୁସି ହେବି ।। ୨।।
କେତେବେଳେ ତୁମକୁ ଗୋଲାପ ଦେବି
କେତେବେଳେତ ପିଜୁଳି, ଲଡୁ ଦେବି ।। ୩।।
କେତେବେଳେ ତୁମକୁ ଜିଲାପି ଦେବି
କେତେବେଳେ ଶାଗଭଜା କରି ଦେବି ।। ୪।।
କେତେବେଳେ ମୁଁ ତୁମକୁ ଗାଳି ଦେବି
ସବୁ ଦେଲେ ମୁଁ ଖୁସିଯେ ହେବି ।। ୫।।
ତୁମେ ତ ସର୍ବଦାତା ମୁଁବା ତୁମକୁ କଣ ଦେବି
ଶେଷେ ତୁମ ପାଦ ତଳେ ନିଜକୁ ସମର୍ପି ଦେବି ।। ୬।
ମନସ୍ମିତା ଦାସ
ଭଦ୍ରକ
