STORYMIRROR

Prashanta Padhan

Romance

4  

Prashanta Padhan

Romance

ତୁମେ ତ ଅବର୍ଣ୍ଣନୀୟ-୨

ତୁମେ ତ ଅବର୍ଣ୍ଣନୀୟ-୨

1 min
166

ଗଙ୍ଗଶିଉଳିର ବାସ୍ନା କି ଗୋ ତୁମେ

ନାଲି  କୃଷ୍ଣଚୂଡ଼ା ହସ

ସନ୍ଧ୍ୟା ଆକାଶର ରକ୍ତିମ ଆଭା କି

ପ୍ରେମିକର ମିଠାଶୋଷ ।।

ପାହାନ୍ତି ତାରାଠୁ  ଚମକ ଆଣିଛ

ରୂପ ଯେ ପୂର୍ଣ୍ଣମୀ ଇନ୍ଦୁ

ସୁରିଲା ବଂଶୀର ସାତସୁର ତୁମେ

କଥାରୁ ଝରଇ  ମଧୁ  ।।

କୋଣାର୍କ ଛାତିରେ ନର୍ତ୍ତକୀଟେ ତୁମେ

ଅବା କେଉଁ ପ୍ରତିମୂର୍ତ୍ତି

ରୂପରେ ଗୁଣରେ ସର୍ବଶ୍ରେଷ୍ଠ ବୋଲି

ଈର୍ଷାକରେ ନାରୀଜାତି  ।।

ରାଜଜେମା  ତୁମେ  ଅମରାବତୀର

ଦେହରୁ ଝରେ କସ୍ତୁରୀ

ମାନବୀ ରୂପରେ ଦେବୀଟିଏ ତୁମେ

କାହାଣୀର ନୀଳପରୀ  ।।

ଆଖିରୁ ଝଲସେ  ହୀରାର  ଚମକ

ସୌନ୍ଦର୍ଯ୍ୟରେ ଅଦ୍ୱିତୀୟ

କବି  ଶବ୍ଦହୀନ  ତୁମରି ଆଗରେ

ତୁମେ  ତ ଅବର୍ଣ୍ଣନୀୟ ।।



Rate this content
Log in

Similar oriya poem from Romance