STORYMIRROR

Reeta aparajeeta Mohanty

Romance

2  

Reeta aparajeeta Mohanty

Romance

ତୁମେ -ରୀତା ଅପରାଜିତl

ତୁମେ -ରୀତା ଅପରାଜିତl

1 min
154

ଶୀତୁଆ ସନ୍ଧ୍ୟାରେ

ତୁମ ସ୍ମୃତି ମତେ ବିଭୋର କରେ।

କେଳି କୁସୁମ ର ମହକରେ

ହେନା ଡାଲିଆ ର ବାସ୍ନା ରେ।

ତୁମ କଥା ତୁମ କଥା ସବୁ ତ ନିଜର ଲାଗୁଥିଲା

କେଜାଣି କଣ ପାଇଁ

ତୁମେ ପ୍ରତାରଣା ସ୍ଵର ଭୂଷିଲ ମୋ ଛାତିରେ

ମତେ କରିଦେଲ ପର

ଏକଦମ ସାତ ପର।

ଏଇ ବିଜନ ବେଳାରେ ବସି

ମୁଁ ଜୀବନ ଅଙ୍କ ଯାଉଛି କଷି

କଣ ପାଇଁ ମୋ ସବୁ ଗଣିତ ଭୁଲ ହେଇଗଲା

ମାନିନୀ ମନ ଭାଙ୍ଗିଦେଇଗଲ।

ତୁମ ସ୍ମୃତି ମୋ ଆଖିର ଗୋଟିଏ କୋଣ ଦଖଲ କରିଦେଲାଣି

ସେଠି ଆଉ ଲୁହ ନାହିଁ।

କେବଳ ସ୍ମୃତି ର ଛାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance