STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

ତୁମେ ମୋର ପ୍ରେୟସୀ

ତୁମେ ମୋର ପ୍ରେୟସୀ

1 min
386

ତୁମେ କାକଳୀର କୁହୁ ତାନ ଗୋ, 

ତୁମେ ତାରା ଆକାଶରେ ଜନ୍ମ ଗୋ। 

ତୁମେ ପ୍ରଚଣ୍ଡରେ ବାରି ଧାର ଗୋ, 

ତୁମେ ଶୀତ ଶିଶିରେ କାକର ଗୋ।

ତୁମେ ମମତାରେ ମଧୁ ଝରା ଗୋ,

ତୁମେ ସେନେହରେ ଅପାଶୋରା ଗୋ ।

ତୁମେ ବୈଭବରେ ହୀରା କିଳା ଗୋ, 

ତୁମେ ଗଳେ ବୈଜୟନ୍ତି ମାଳା ଗୋ । 

ତୁମେ କେବଳ ତୁମ ତୁଳନା,

ନାହିଁ ମୋ ଜୀବନେ ଆନ ମନା ଗୋ।

ତୁମେ ଅମାରେ ମୋ ବତୀଘର

ତୁମେ ଆଶା ମୋ ଆକାଶ ଦୀପର ।

ତୁମେ ମନ ପବନର ଘୋଡା

ତୁମେ ଚିତ୍ରିଚ ବିଶ୍ବେ ପୋଗୋଡା ।

ତୁମେ ମମତାର ସାତ ସିନ୍ଧୁ

ତୁମେ ପ୍ରିତୀ ପ୍ରଣୟର ମଧୁ ।

ତୁମେ ସୁନେଲି ସାଧବ ବୋହୁ

ତୁମେ ବୈଶାଖେ କୋଇଲୀ କୁହୁ।

ତୁମେ ପ୍ରଣୟୀ ପ୍ରେୟସୀ ରାଧା

ମୋ ବନ କାନନେ ତୁମେ ବିବିଧା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics