STORYMIRROR

Debabrata Jena

Inspirational

3  

Debabrata Jena

Inspirational

ତୁମେ ମୋ ପ୍ରଥମ ଇଷ୍ଟ

ତୁମେ ମୋ ପ୍ରଥମ ଇଷ୍ଟ

1 min
28K


ଅନ୍ତର ବ୍ୟାକୁଳ ସେନେହ ଆଗାର

ହୃଦୟ ଯା' ସୁଧାଗାର

ଆଖିରେ ଆକଟ ଗାଳି ଓ ଆଦେଶ

ସମ୍ପର୍କ ନିବିଡ଼ତାର।।

ବାଧା ବନ୍ଧନର ଅମାପ ବୋଝରେ

ନୁଆଇଁ ନାହାନ୍ତି ଶିର

ହରକୁଲେସ ସମ ସ୍କନ୍ଧେ ଭାର ବୋହି

ହୁଅନ୍ତିନି ବି ଅଧୀର ।।

ଆମ ଆନେ ହସ ଚେନାଏ ପାଇଁକି

ସତେ ବଦ୍ଧ ପରିକର

ଅବିଶ୍ରାନ୍ତ ଆଉ ଦୁର୍ଗମ ପଥର

ତୁମେ ଗୋ ଧ୍ରୁବ ନକ୍ଷତ୍ର ।।

ବର ବୃକ୍ଷ ସମ ନିଶ୍ଚଳ ଓ ଧୀର

ପଥ ପ୍ରଦର୍ଶକ ମୋର

ଗୁରୁ ଓ ଦେବତା ବନ୍ଧୁ ସହୋଦର

ବିଶାଳ ହୃଦ ତୁମ୍ଭର ।।

ପଥର ମୂରତୀ ଠାକୁର କି ଲୋଡ଼ା

ତୁମେ ମୋ ପ୍ରଥମ ଇଷ୍ଟ

ତୁମ୍ଭେ ପାଶେ ଥିଲେ କିବା ପ୍ରୟୋଜନ

ଦୂର ହୁଏ ସବୁ ରିଷ୍ଟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational