STORYMIRROR

Dr.Soumya Ranjan Khatua

Romance

3  

Dr.Soumya Ranjan Khatua

Romance

ତୁମେ ମୋ ଜୀବନକୁ ଆସିବା ଠିକ ଏପରି

ତୁମେ ମୋ ଜୀବନକୁ ଆସିବା ଠିକ ଏପରି

1 min
190


ତୁମେ ଆସିବା ! ଜୀବନେ ମୋର ଠିକ ଏପରି ,

ଏ କୁଚ୍ଛିତ ଶରୀର ତୁମ ସ୍ପର୍ଶରେ ହେଲା ସୁନ୍ଦରୀ ,

ସତେ ମୁଁ କୁବଜ୍ଜା ଓ ତୁମେ ଶ୍ରୀହରି ,

ରଂଗହୀନ ବେରଙ୍ଗିଆ ଜୀବନେ ଗଲା ସାତ ରଙ୍ଗ ଭରି ।। - - - ୧


ତୁମ ବିନା ଏ ଦୁନିଆ ଥିଲା ଅତୀବ କଷ୍ଟ କର ,

ସତେ ପାଣି ବିନା ମରୁଭୂମିରେ ସ୍ଥିତି ତୃଷ୍ଣାର୍ତ୍ତର ,

ତୁମେ ଆସି ନିଦାଘେ ଦଗ୍ଧ ବୃକ୍ଷେ ଆଣିଲ ଛିଟା ପହିଲି ବର୍ଷାର ,

ତୁମ ସ୍ମିତହାସ୍ୟ ଠାଣି ବୁଲିଦେଲା ଏ ଜଡ ଦେହେ ସଂଜୀବନୀ ଜୀଇଁବାର ।। - - - ୨


ତୁମେ ଆସିଲା ପରେ !

ସେ ଘନ ଅନ୍ଧାରେ ବିନା ଝୁଣ୍ଟି ଚାଲିବା ଲାଗେ ସତେ ବାସ୍ତବତା ,

ଅମାବାସ୍ୟା ରାତିରେ ବିସ୍ଛୁରିତ ଆଜି ଜହ୍ନ ଜୋଛନାର ଶୀତଳତା ,

ଯନ୍ତ୍ରଣା ରେ ଜର୍ଜରିତ ହୃଦୟରେ ମଲମର ଶୀତଳତା ,

ପୁଣି ପ୍ରିୟ ପାଇଁ ସମ୍ମୋହିତ ବାସ୍ନା ଓ ଆକର୍ଷଣର ଗାଢ଼ତା ।। - - - ୩


ତୁମେ ଆସିଲା ପରେ ଜୀବନେ ମୋ ଥିଲା ଠିକ ଏହିପରି ,

ପ୍ରିୟ ଦେହେ ପ୍ରିୟାନ୍ସିର ରୋମାଂଚିତ ଉନ୍ମାଦନା ଯେଉଁପରି ,

ଅନୁରୂପ ଅନୁପମ ମୁର୍ଚ୍ଛନା ଭଲପାଇବାର ଯେଉଁପରି ,

ଅନେକ ବାଧା ପଥ ଅନ୍ତେ ସାଗରେ ନଦୀ ମିଶିବାର ଖୁସି ଯେଉଁପରି ।। - - - -୪ 



Rate this content
Log in

Similar oriya poem from Romance